ଡ୍ରେସ୍‌ରେ ଚା’ ପଡ଼ି ଦାଗ ହୋଇଯାଇଥିଲେ ଆଦୌ ଟେନ୍ସନ୍‌ ନିଅନ୍ତୁନି, ଏହି ଉପାୟରେ କରନ୍ତୁ ସଫା

ଚା’ ଏକ ଏଭଳି ପାନୀୟ ଯାହାକୁ ସମସ୍ତେ ପସନ୍ଦ କରିଥାନ୍ତି। ଖାସ୍‌ କରି ଥଣ୍ଡାଦିନେ ଚା’ର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ। କିନ୍ତୁ ବେଳେବେଳେ ଚା’ ପିଇବା ବେଳେ ତାହା ଡ୍ରେସ ଉପରେ ପଡ଼ିଯାଏ। ଏହି ଦାଗ ସହଜରେ ଛାଡ଼େ ନାହିଁ। ଏହି ଦାଗ ଛଡ଼ାଇବାକୁ ଖୁବ୍‌ ଝାଳ ବୁହାଇବାକୁ ପଡ଼େ। କିନ୍ତୁ ଏହି ଦାଗ ହଟାଇ ଏତେ ବି କଷ୍ଟ ନୁହେଁ। ତେବେ ଆଜି ଆସନ୍ତୁ ଜାଣିବା ଚା’ ଦାଗ ଛଡ଼ାଇବାର କେତେକ ସହଜ ଉପାୟ…

ବିୟର:

ଡ୍ରେସ୍‌ରେ ଚା’ ପଡ଼ି ଦାଗ ହୋଇଯାଇଥିଲେ, ଏହାକୁ ଛଡ଼ାଇବାକୁ ବିୟର ବ୍ୟବହାର କରନ୍ତୁ। ଦାଗ ହୋଇଥିବା ସ୍ଥାନରେ କିଛି ବିୟର ପକାଇ ଭଲ ଭାବେ ଘଷନ୍ତୁ। ପରେ ଡିଟରଜେଣ୍ଟ ପକାଇ ସଫା କରିଦିଅନ୍ତୁ। ଦାଗ ଛାଡ଼ିଯିବ।

ଲୁଣ:

ଯଦି କପ୍‌ରେ ଚା’ଦାଗ ଲାଗିଥାଏ, ତେବେ ଏହାକୁ ଛଡ଼ାଇବା ବି ଖୁବ୍‌ ସହଜ। ଏଥିପାଇଁ କପ୍‌ରେ କିଛି ଲୁଣ ପକାଇ ଭଲ ଭାବେ ମାଜି ଦିଅନ୍ତୁ। ଦାଗ ଲିଭିଯିବ।

ବେକିଂ ସୋଡ଼ା:

ଚା’ ଦାଗ ଛଡ଼ାଇବାକୁ ଆପଣ ବେକିଂ ସୋଡ଼ା ମଧ୍ୟ ବ୍ୟବହାର କରିପାରିବେ। ଚା’ ଦାଗ ଲାଗିଥିବା ଜାଗାରେ କିଛି ବେକିଂ ସୋଡ଼ା ପକାଇ ଭଲ ଭାବେ ଘଷି ଦିଅନ୍ତୁ। ଦେଖିବେ ଆରାମରେ ଚା’ର ଜିଦ୍ଦି ଦାଗ ଛାଡ଼ିଯିବ।