ଘରୋଇ ଉପାୟରେ ବିନା ଖର୍ଚ୍ଚରେ ମାତ୍ର ୧୦ ମିନିଟରେ ଭଲ କରନ୍ତୁ ଭାତୁଡି, ଜାଣନ୍ତୁ କେମିତି

ବର୍ତ୍ତମାନର ଖରାପ ଲାଇଫଷ୍ଟାଇଲ ଯୋଗୁ ପ୍ରାୟ ସମସ୍ତେ କିଛି ନା କିଛି ରୋଗରେ ପୀଡ଼ିତ ହେଉଛନ୍ତି। ତେବେ ପ୍ରଦୂଷଣ ଓ ଖାଇବା ପିଇବାରେ ଏପଟ ସେପଟ ଯୋଗୁ ଚର୍ମ ରୋଗ ଏବେ ପୂର୍ବ ତୁଳନାରେ ଅଧିକ ବଢ଼ିଛି। ଚର୍ମ ରୋଗ ମଧ୍ୟରେ ଭାତୁଡି ଏକ ଏଭଳି ସମସ୍ୟା ଯାହା ପିଲାଠୁ ବୁଢ଼ା, ସବୁ ବୟସର ଲୋକଙ୍କ ଦେହରେ ହେଉଛି। ଭାତୁଡିରୁ ମୁକ୍ତି ପାଇବାକୁ ଲୋକମାନେ ବିଭିନ୍ନ ଔଷଧ ଖାଉଥିଲେ ମଧ୍ୟ ତାହା ତୁରନ୍ତ କାମ ଦେଇ ନଥାଏ। କିନ୍ତୁ ଆପଣ ଚାହିଁଲେ ବିନା ଖର୍ଚ୍ଚରେ ଘରୋଇ ଉପାୟରେ ମଧ୍ୟ ଭାତୁଡି ସମସ୍ୟା ଦୂର କରି ପାରିବେ। ଆସନ୍ତୁ ଜାଣିବା ମାତ୍ର କିଛି ମିନିଟରେ କେମିତି ମୁକ୍ତି ପାଇବେ ଭାତୁଡିରୁ…

ପ୍ରଥମେ ଛୋଟ ଖଣ୍ଡେ ଅଦା ଓ ଅଳ୍ପ ଖାଇବା ଚୂନ ନିଅନ୍ତୁ। ଅଦାରୁ ଚୋପା ଛଡ଼ାଇ ସେଥିରେ ଚୂନକୁ ଲଗାଇ ଭାତୁଡି ହୋଇଥିବା ସ୍ଥାନରେ ଧୀରେ ଧୀରେ ଘଷନ୍ତୁ। ୧୦-୧୫ ମିନିଟ ଘଷିବା ପରେ ଭାତୁଡି ଆପେ ଆପେ ଖସିଯିବ।

ତେବେ ଏଭଳି ଘଷିବା ବେଳେ ରକ୍ତ ମଧ୍ୟ ବାହାରିପାରେ। ଏଣୁ ପାଖରେ ତୁଳା ରଖିଥିବେ। ତୁଳାକୁ କିଛି ସମୟ ରକ୍ତସ୍ରାବ ଜାଗାରେ ଚାପି ଧରିଲେ ରକ୍ତ ବନ୍ଦ ହୋଇଯିବ। ଏହି ପ୍ରକ୍ରିୟା ଆୟୁର୍ବେଦିକ ହୋଇଥିବା ବେଳେ ଏହାର କିଛି ପାର୍ଶ୍ଵପ୍ରତିକ୍ରିୟା ବି ହେବନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.