ମନରେ ଆସୁଛି କି ସୁଇସାଇଡ କରିବାର ବିଚାର, ଜାଣନ୍ତୁ କିପରି ହ୍ୟାଣ୍ଡେଲ କରିବେ ଏହି ସ୍ଥିତିକୁ

ଆଜିକାଲି ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଆତ୍ମହତ୍ୟାର ଅନେକ କାରଣ ଥିଲେ ମଧ୍ୟ ନିମ୍ନରେ ଦିଆଯାଇଥିବା କିଛି ମୁଖ୍ୟ କାରଣ ଏଥିପାଇଁ ଦାୟୀ ବୋଲି ମନସ୍ତତ୍ୱବିତ କୁହନ୍ତି ।
ଟେନସନ ଯୋଗୁ ବ୍ୟକ୍ତି କେବେ କେବେ ଡିପ୍ରେସନକୁ ଆସି ଯାଆନ୍ତି । କେବେ ଏପରି ସ୍ଥିତିରେ ବ୍ୟକ୍ତିକୁ ସୁଇସାଇଡ (ଆତ୍ମହତ୍ୟା) କରିବାର ଭାବନା ଆସିଥାଏ । ଯଦି ମନରେ ଏପରି ବିଚାର ଆସେ ତେବେ ଆସନ୍ତୁ ଜାଣିବା କିପରି କରିବେ କଣ୍ଟ୍ରୋଲ ।

ଆଜିକାଲି ଲୋକଙ୍କ ଜୀବନରେ ବହୁତ ଏକାକୀପଣ ମାନସିକ ଦୁଶ୍ଚିନ୍ତାକୁ ବଢ଼ାଇଥାଏ । କିଛି ଲୋକ ଏହି ସ୍ଥିତିରେ ନିଜକୁ କଣ୍ଟ୍ରୋଲ କରି ପାରନ୍ତି ନାହିଁ । ଫଳରେ ସୁଇସାଇଡ ବା ଆତ୍ମହତ୍ୟା କରିବାକୁ ବିଚାର କରିଥାନ୍ତି । ଜାଣନ୍ତୁ କ’ଣ ପାଇଁ ଆସିଥାଏ ଆତ୍ମହତ୍ୟା ଚିନ୍ତା ଓ କିପରି ଏଥିରୁ ମୁକୁଳିବେ ।

କ’ଣ ପାଇଁ ଆସିଥାଏ ସୁଇସାଇଡ ଚିନ୍ତା

• ଦୁଶ୍ଚିନ୍ତା ଓ ଦୁଃଖ

• ଆଡଜଷ୍ଟ କରି ନପାରିବା

• କୌଣସି ପରିସ୍ଥିତିକୁ ହ୍ୟାଣ୍ଡେଲ କରି ନପାରିବା

• ଅଧିକ ନିଶା ସେବନ କରିବା

• କୌଣସି ହୀନ ଭାବନାରେ ପୀଡିତ ହେବା

• ଆତ୍ମହତ୍ୟାର ଫ୍ୟାମିଲ ହିଷ୍ଟ୍ରି

• ବୃତ୍ତିରେ ସନ୍ତୋଷ ନହେବା ବା ନିରାଶା ରହିବା

• କିଛି ମାରାତ୍ମକ ରୋଗରେ ପୀଡିତ ରହିବା

• ସାମାଜିକ ଭାବେ ଅଲଗା ଭାବିବା

କେମିତି କରିବେ ସୁଇସାଇଡକୁ ହ୍ୟାଣ୍ଡେଲ

୧. ଲୋକଙ୍କ ସହ କଥା ହୁଅନ୍ତୁ : ନୀରବ ରହିଲେ ଖରାପ ଚିନ୍ତା ଆସିଥାଏ । ତେଣ ନୀରବ ନ ରହି ସର୍ବଦା କଥା ହୁଅନ୍ତୁ ।

୨. ଲୋକଙ୍କ କମେଟ ଉପରେ ଧ୍ୟାନ ନଦେବା : କିଛି ଲୋକ ଅନ୍ୟକୁ କମେଟ କରିଥାନ୍ତି । ଯାହା ବହୁତ ପ୍ରଭାବିତ କରିଥାଏ । ତେଣୁ କେବେ ବି ଅନ୍ୟର କଥାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।

୩. ବ୍ୟାୟମା କରନ୍ତୁ ।

୪. ସ୍ୱାସ୍ଥ୍ୟକର ଖାଦ୍ୟ ନିଅନ୍ତୁ ।

୫. ଜୀବନରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବନାନ୍ତୁ ।

Leave A Reply

Your email address will not be published.