ଆଉ କଳା ପଡ଼ିବନି ପାଚିଲା କଦଳୀ, ଏମିତି ଷ୍ଟୋର୍‌ କଲେ ସପ୍ତାହେ ଯାଏଁ ରହିଥିବା ଫ୍ରେସ୍‌

କଦଳୀ ଏକ ଏଭଳି ଫଳ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ପନିପରିବା କିଣିବା ବେଳେ ଲୋକେ ଡଜନେ କଦଳୀ କିଣିଆଣିଥାନ୍ତି। କିନ୍ତୁ ଏହା ଦିନେରୁ ଦୁଇଦିନ ପରେ ଖରାପ ହେବା ଆରମ୍ଭ କରେ। ଏହି ସମସ୍ୟାରୁ ବର୍ତ୍ତିବାକୁ କିଛି ଲୋକ ଅଧା କଞ୍ଚା ଥିବା କଦଳୀ କିଣନ୍ତି। କିନ୍ତୁ ତାହାର ସ୍ୱାଦ ଭଲ ହୋଇନଥାଏ। ତେବେ ଆଜି ଚାଲନ୍ତୁ ଜାଣିବା ପାଚିଲା କଦଳୀକୁ ଅଧିକ ଦିନ ଯାଏଁ ଷ୍ଟୋର କରିବାର ସହଜ ଉପାୟ…

  • କଦଳୀକୁ ଅଧିକ ଦିନ ଯାଏଁ ଫ୍ରେସ୍‌ ରଖିବା ପାଇଁ ତା ଉପର ଡେମ୍ଫକୁ ପେପର କିମ୍ବା ପ୍ଲାଷ୍ଟିକ୍‌ରେ ଗୁଡ଼ାଇ ଦିଅନ୍ତୁ। କଦଳୀ ଶୀଘ୍ର ଖରାପ ହେବ ନାହିଁ।
  • ବଜାରରେ କଦଳୀକୁ ଟାଙ୍ଗିବା ପାଇଁ ସ୍ୱତନ୍ତ୍ର ହ୍ୟାଙ୍ଗର ମିଳୁଛି। ଆପଣ ସେଥିରେ କଦଳୀ ରଖିଲେ ତାହା ଜଲଦି ନଷ୍ଟ ହେବନାହିଁ।
  • କଦଳୀକୁ ଫ୍ରେସ୍‌ ରଖିବାକୁ ଆପଣ ଭିଟାମିନ୍‌ ସି ଟାବ୍‌ଲେଟ୍‌ ମଧ୍ୟ ବ୍ୟବହାର କରିପାରିବେ। ଭିଟାମିନ୍‌ ସି ଟାବଲେଟ୍‌କୁ ପାଣିରେ ଗୋଳାଇ କଦଳୀକୁ ସେଥିରେ ଭିଜେଇ ରଖନ୍ତୁ। ସଢ଼ିବ ନାହିଁ।
  • କଦଳୀକୁ ଆଦୌ ଫ୍ରିଜ୍‌ରେ ରଖନ୍ତୁ ନାହିଁ। ଏହାକୁ ସବୁବେଳେ ରୁମ୍‌ ତାପମାତ୍ରାରେ ରଖନ୍ତୁ। ତାଜା ରହିବ।
  • କଦଳୀକୁ ଜରିରେ ଭରି ରଖିଲେ ମଧ୍ୟ ତାହା ଶୀଘ୍ର ନଷ୍ଟ ହୁଏ ନାହିଁ।
Leave A Reply

Your email address will not be published.