ବର୍ଷାରେ ହୁଅନ୍ତୁ ନିଜର ବଡିଗାର୍ଡ : ଶରୀର ପ୍ରତି ରୁହନ୍ତୁ ସଜାଗ

ବର୍ଷା ଋତୁର କୋହଲା ପାଗରେ କମ୍ବଳ ଘୋଡ଼େଇ ଶୋଇବାର ମଜାକୁ ଦ୍ବିଗୁଣିତ କରିଥାଏ ଗୋଟେ କପ୍ କଫି ଓ ଗରମ ଗରମ ସୁପ୍। କିନ୍ତୁ ଏଇ ବର୍ଷା ଋତୁରେ ଆପଣଙ୍କ କିଛିଟା ସାଧାରଣ ଅସାବଧାନତା ସ୍ବାସ୍ଥ୍ୟକୁ ବିଗାଡ଼ି ଦେଇଥାଏ। ବର୍ଷା ଦିନରେ ଗୁଳୁଗୁଳି ତଥା ପରିବର୍ତ୍ତିତ ପରିବେଶ ଯୋଗୁଁ ସଂକ୍ରମିତ ବ୍ୟାକ୍ଟେରିଆ ଓ ଭାଇରସ ଆଦି ବଂଶ ବିସ୍ତାର କରିଥାନ୍ତି । ଯାହାଫଳରେ ଡେଙ୍ଗୁ, ମ୍ୟାଲେରିଆ ଆଦି ଭଳି ରୋଗ ହୋଇଥାଏ ।

ଏହି ଋତୁର ଆଗମନରେ ଲୋକଙ୍କ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ପାଚନ ପ୍ରକ୍ରିୟାରେ ଅସୁବିଧା ହୋଇଥାଏ। ଏଣୁ ଏଥିରୁ ରକ୍ଷା ପାଇବା ପାଇଁ ନିଜର ଦୈନନ୍ଦିନ କାମରେ କିଛିଟା ପରିବର୍ତ୍ତନ କରନ୍ତୁ ।

ଏହି ଋତୁରେ ହାତ ମିଶାଇବା ତଥା ଏଠିସେଠି ହାତ ମାରିବା ଦ୍ବାରା ବ୍ୟାକ୍ଟେରିଆ ଓ ଭାଇରସ ସହଜରେ ଆପଣଙ୍କ ସପଂର୍ଶରେ ଆସିଥାନ୍ତି। ଏଣୁ ବାରମ୍ବାର ଆପଣ ହାତକୁ ସାବୁନ କିମ୍ବା ଉଷୁମ୍ ପାଣିରେ ଧୁଅନ୍ତୁ।

ଏହି ଋତୁରେ ସାଧାରଣତଃ ଆଖି ଏବଂ ମୁହଁରେ ବାରମ୍ବାର ହାତ ମାରନ୍ତୁ ନାହିଁ । ଏହା ଦ୍ବାରା ଭାଇରସ୍ ଆଖି, ନାକ, ପାଟି ମଧ୍ୟ ଦେଇ ଶରୀରକୁ ପ୍ରବେଶ କରିଥାଏ। ଏଣୁ ଏଥିରୁ ରକ୍ଷା ପାଇବା ପାଇଁ ରୁମାଲ୍ କିମ୍ବା ନାପକିନ୍ ବ୍ୟବହାର କରନ୍ତୁ।

ଏହି ସମୟରେ ଦୂଷିତ ପାଣି ପିଇବା ଦ୍ବାରା ଡାଇରିଆ,ଇନଫ୍ଲୁଏନଜ୍ଜା, କୋଲେରା ଏବଂ ସଂକ୍ରମଣ ହୋଇଥାଏ। ଏହି ଋତୁରେ ତରଭୁଜ, ଖରଭୁଜ ଆଦି ଥଣ୍ଡା ଜାତୀୟ ଫଳ ଖାଆନ୍ତୁ ନାହିଁ। ଏହା ବଦଳରେ ଆପଣ ଲିଚି, ଶ୍ବେତସାର, ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ।

ରାସ୍ତା କଡ଼ରେ ବିକ୍ରି ହେଉଥିବା ବା ଖୋଲାରେ ରହିଥିବା ଖାଇବା ଖାଆନ୍ତୁ ନାହିଁ । ଘରେ ତିଆରି ହୋଇଥିବା ସତେଜ ଏବଂ ଗରମ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। କ୍ଷୀର ବଦଳରେ ବସା ଦହିରୁ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ । ଲେମ୍ବୁ ଓ ଟମାଟୋ ଆଦି ପରିବା ଖାଆନ୍ତୁ, ଏହା ଶରୀରର ଜଳୀୟଅଂଶ ବଢ଼ାଇଥାଏ।

ବର୍ଷା ଋତୁରେ ଆଖପାଖରେ ପାଣି ଜମି ମଶା ସୃଷ୍ଟି କରନ୍ତି। ଏହା ଡେଙ୍ଗୁ ହେବାର ଆଶଙ୍କା ବଢ଼ାଇଥାଏ।ତେଣୁ ଆଖପାଖରେ ପାଣି ଜମିବାକୁ ଦିଅନ୍ତୁନି।

ବାହାରକୁ ଯିବା ସମୟରେ ମଶାରୁ ରକ୍ଷା ପାଇବା ପାଇଁ ଜେଲ୍ ବ୍ୟବହାର କରନ୍ତୁ। ଶୋଇବା ସମୟରେ ମଶାରୀ ବ୍ୟବହାର କରନ୍ତୁ। ପ୍ରାୟତଃ ବର୍ଷା ଋତୁରେ ସକାଳୁ ସକାଳୁ ଚା’ କିମ୍ବା କଫି ପିଇବାକୁ ଭଲ ଲାଗିଥାଏ। କିନ୍ତୁ ଏହା ଦ୍ବାରା ଶରୀରରେ ଜଳୀୟଅଂଶ କମ ହେବା ଦେଖାଯାଇଥାଏ । ଏଣୁ ଯେତେ ସମ୍ଭବ ପ୍ରଚୁର ପାଣି ପିଇବାକୁ ଚେଷ୍ଟା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.