ମିକଶ୍ଚର ଗ୍ରାଇଣ୍ଡରକୁ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରଖିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ସମସ୍ତଙ୍କ ଘରେ ମିକଶ୍ଚର ଗ୍ରାଇଣ୍ଡର ଥିବା ଦେଖିବାକୁ ମିଳୁଛି। କହିବାକୁ ଗଲେ ଏହା ଲୋକଙ୍କର ଏକ ଆବଶ୍ୟକତା ପାଲଟିଯାଇଛି। ରୋଷେଇ ଘରେ କିଛି ଥାଉ କି ନଥାଉ କିନ୍ତୁ ମସଲା ବଟାବଟି କରିବାକୁ ମିକଶ୍ଚର ଗ୍ରାଇଣ୍ଡର ନିହାତି ଥିବ। ଆଗରୁ ହାତରେ ମସଲା ବଟାବଟି କରିବାରେ ସମସ୍ୟା ହେଉଥିବା ବେଳେ ଏବେ ମାତ୍ର କିଛି ମିନିଟ୍‌ରେ ବାଟି ହଉଛି। ତେବେ ମିକଶ୍ଚର ଗ୍ରାଇଣ୍ଡର ବ୍ୟବହାର କରୁଥିଲେ ମଧ୍ୟ ଏହାର ସଠିକ୍‌ ପଦ୍ଧତି ଖୁବ୍‌ କମ୍‌ ଲୋକଙ୍କୁ ଜଣାଥାଏ। ଠିକ୍‌ ଭାବେ ଏହାର ବ୍ୟବହାର ନ କଲେ ଖୁବ୍‌ କମ୍‌ ଦିନ ଭିତରେ ଗ୍ରାଇଣ୍ଡର ଖରାପ ହୋଇଯିବା ଆଶଙ୍କା ରହିଛି। ଆସନ୍ତୁ ଜାଣିବା ମିକଶ୍ଚର ଗ୍ରାଇଣ୍ଡର ବ୍ୟବହାର କରିବାର ସଠିକ୍‌ ପଦ୍ଧତି…

  • ମିକଶ୍ଚର ବ୍ୟବହାର କରୁଥିବା ବେଳେ କେବେ ବି ଫୁଲ ସ୍ପିଡ୍‌ରେ ଆରମ୍ଭ କରନ୍ତୁ ନାହିଁ। ସେହିଭଳି ବନ୍ଦ କଲା ବେଳେ ମଧ୍ୟ ଫୁଲ୍‌ ସ୍ପିଡ୍‌ରେ ବନ୍ଦ କରନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ମେସିନ୍‌ ଉପରେ ପ୍ରେସର ପଡ଼େ ଓ ଖରାପ ହେବା ସମ୍ଭାବନା ଥାଏ।
  • ଅଧିକ ଦିନ ପର୍ଯ୍ୟନ୍ତ ମିକଶ୍ଚରକୁ ଚାଲୁ ରଖିବା ପାଇଁ ଏହାକୁ ଧୀରେ, ମଧ୍ୟମ ଓ ସ୍ପିଡ୍‌ ଚଲାନ୍ତୁ ଓ କମାଇବା ବେଳେ ମଧ୍ୟ ଗୋଟିଏ ଗୋଟିଏ କରି କମାଇ ବନ୍ଦ କରନ୍ତୁ।
  • ମିକଶ୍ଚର ଚଲାଇବା ବେଳେ ଏହାକୁ ଭଲ ଭାବେ ଲକ୍‌ କରନ୍ତୁ। ନଚେତ୍‌ ବ୍ଲେଡ୍‌ ଭାଙ୍ଗିବା ଆଶଙ୍କା ରହିଛି।
  • ମିକଶ୍ଚରକୁ ଏକକାଳୀନ ଅଧିକ ସମୟ ଚଲାନ୍ତୁ ନାହିଁ। ୧୦ରୁ ୧୫ ମିନିଟ୍‌ ଲଗାତାର ଚଲାଇବା ପରେ ଟିକେ ବିଶ୍ରାମ ଦିଅନ୍ତୁ। ନଚେତ୍‌ ମେସିନ୍‌ ପୋଡ଼ିଯାଇପାରେ ।

  • ମିକଶ୍ଚରର ବ୍ଲେଡ୍‌କୁ ସବୁବେଳେ ସଫା ରଖନ୍ତୁ। କୌଣସି ତରଳ ପଦାର୍ଥ ପେଷିବା ପରେ ଜାର୍‌କୁ ପାଣିରେ ଭଲଭାବେ ସଫା କରନ୍ତୁ।
  • ମିକଶ୍ଚରରେ କେବେ କୌଣସି ଗରମ ଜିନିଷ ପେଷନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ମିକଶ୍ଚର ଜଲଦି ଖରାପ ହୋଇଯାଏ। ଏଣୁ ସବୁବେଳେ ଜିନିଷକୁ ଥଣ୍ଡା କରି ପେଷନ୍ତୁ।
  • ପେଷିବା ବେଳେ ମିକଶ୍ଚର ଜାର୍‌କୁ ସମ୍ପୂର୍ଣ୍ଣ ଭରନ୍ତୁ ନାହିଁ। ସବୁବେଳେ ଅଧା ବା ଅଧାରୁ ଟିକେ ଅଧିକ ରଖି ଜିନିଷ ପେଷନ୍ତୁ। ଏହା ଦ୍ୱାରା ମିଶ୍ରଣ ବାହାରକୁ ଆସିବ ନାହିଁ।
  • ଗ୍ରାଇଣ୍ଡର ଚଳାଇବା ବେଳେ ଏହାର ଖୋଳକୁ ହାତରେ ଚାପି ରଖନ୍ତୁ। ଏଭଳି କରିବା ଦ୍ୱାରା ପେଷୁଥିବା ଜିନିଷ ବାହାରକୁ ଆସେ ନାହିଁ।
  • ଗ୍ରାଇଣ୍ଡିଂ କରିସାରିବା ପରେ ସବୁବେଳେ ପ୍ଲଗ୍‌ ବାହାର କରି ସଫା କରି ରଖନ୍ତୁ। ଲଗାତାର କରେଣ୍ଟ ପ୍ରବାହିତ ହେବା ଦ୍ୱାରା ମେସିନ୍‌ ଖରାପ ହୋଇପାରେ।
WCW 11

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

39 seconds ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

10 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

10 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

27 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

28 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

32 mins ago