ଆପଣମାନେ ଜାଣିଥିବେ ଆଜିକାଲି ପ୍ରାୟତଃ ଲୋକେମାନେ ସ୍କିନ ସମସ୍ୟାକୁ ନେଇ ଚିନ୍ତିତ ରହିଥାନ୍ତି । କେବେ କେବେ ସ୍କିନ୍ ଡାର୍କ ହୋଇଯାଏ ତ କେବେ ଡଲ ମଧ୍ୟ ପଡିଯାଏ । ଏହା ବ୍ୟତୀତ ସ୍କିନରେ ଆହୁରି ଅନେକ ସମସ୍ୟା ଦେଖାଯାଏ । ଖରାଦିନ ହେଉ କିମ୍ବା ଶୀତଦିନ ହେଉ ସବୁ ସମୟରେ ଖରାପ ଦେଖାଯାଏ , ଏବଂ ଫେସରେ କଳା ଦାଗ ମଧ୍ୟ ପଡ଼ିଯାଏ । ଏହାକୁ ନେଇ କେତେକ ଲୋକ ପାର୍ଲର ଯାଆନ୍ତି ତ ଆଉ କେତକ ଲୋକ ଫେସ୍ ପ୍ୟାକ୍ ବ୍ଯବହାର କରନ୍ତି । ଏହା ବ୍ୟତୀତ ଅଧିକ ଚିନ୍ତା କରିବା କିମ୍ବା ବ୍ଲିଚିଂ ପାଣି ବ୍ୟବହାର କରିବା ଦ୍ୱାରା ଏହି ଭଳି ସମସ୍ୟା ଦେଖାଯାଏ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟା କିପରି ଦୂର ହେବ ।
ଫିଟିକିରି ଏବଂ ଗୋଲାପ ଜଳ :
ଆପଣ ଅନେକ ଉପାୟରେ ଫିଟିକିରି ଏବଂ ଗୋଲାପ ଜଳକୁ ବ୍ୟବହାର କରିପାରିବେ । କିନ୍ତୁ ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଫିଟିକିରିକୁ ଫାଉଡର କରି ସେଥିରେ ଗୋଲାପ ଜଳ ମିଶାଇ ବ୍ଯବହାର କରିପାରିବେ । ଏହା ପରେ, ହୋଇଥିବା କଳା ଦାଗ ଉପରେ ଏହାକୁ ଲଗାଇବେ । ଏହାକୁ ଲଗାଇବା ପରେ ପ୍ରାୟ ୧୫ ମିନିଟ୍ ମଧ୍ୟରେ, ସ୍କିନକୁ ସ୍କ୍ରବ୍ କରିବେ । ଏହା ପରେ ଥଣ୍ଡା ପାଣିରେ ଫେସକୁ ଧୋଇଦେବେ ।
ଫିଟିକିରି ଏବଂ ନଡିଆ ତେଲ :
ଫିଟିକିରି ଏବଂ ନଡିଆ ତେଲକୁ ଆପଣ ଦୁଇଟି ପ୍ରକାରରେ ବ୍ୟବହାର କରିପାରିବେ । ସର୍ବପ୍ରଥମେ ଆପଣ ଫିଟିକିରିକୁ ଗ୍ରାଇଣ୍ଡ କରି ଏହାକୁ ନଡିଆ ତେଲ ସହିତ ମିଶାଇ ଆପଣଙ୍କ ସ୍କିନରେ ଲଗାଇପାରିବେ । ଏଥିସହ ଅନ୍ୟ ଏକ ଉପାୟ ହେଉଛି, ଫିଟିକିରି ଏବଂ ନଡିଆ ତେଲ ସହ ୧ ଚାମଚ ଚିନି ମିଶାଇ ଏହାକୁ ସ୍କ୍ରବ୍ କରିପାରିବେ । ଏହାକୁ ଧୀରେ ଧୀରେ ମାଲିସ କରିବା ପରେ ଏକ କପଡାରେ ପୋଛି ଦେବେ । ଏହାକୁ ଆପଣ ସ୍କିନରେ ନୀୟମିତ ଭାବରେ ବ୍ୟବହାର କରିପାରିବେ ।
ଫିଟିକିରି ଏବଂ ଗ୍ଲିସରିନ୍ :
ଫିଟିକିରି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଏବଂ ଭିତର ସ୍କିନକୁ ପୋଷଣ ଦେଇଥାଏ । ଗ୍ଲିସରିନ୍ ଆଦ୍ରତା ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ସ୍କିନକୁ ହାଇଡ୍ରେଟ କରି ପିଗମିଣ୍ଟସନ୍ କମ୍ କରିବାରେ ସାହାଯ୍ୟ କରେ । ତେବେ ଫିଟିକିରିକୁ ଭାଙ୍ଗି ଗ୍ଲିସରିନ୍ ମିଶାଇ କଳା ହୋଇଥିବା ସ୍କିନ୍ ଉପରେ ବ୍ୟବହାର କରିପାରିବେ । ତେଣୁ, ଏହି ସମସ୍ତ ଉପାୟରେ ଆପଣ ଫିଟିକିରିକୁ ବ୍ୟବହାର କରିପାରିବେ । ଯାହା ଫଳରେ ଆପଣଙ୍କ ସ୍କିନ୍ ସମସ୍ୟା ଦୂର ହୋଇପାରିବ ।