ସୃଜନଶୀଳତାର ଦେବତା ବିଶ୍ବକର୍ମାଙ୍କୁ କେମିତି ପୂଜା କରିବେ

ହିନ୍ଦୁ ଧର୍ମ ଅନୁସାରେ ବିଶ୍ବକର୍ମା ହେଉଛନ୍ତି ନିର୍ମାଣ ଏବଂ ସୃଜନଶୀଳତାର ଦେବତା । ବିଶ୍ବାସ ରହିଛି ମହାପ୍ରଭୁ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ପୃଥିବୀ ସମେତ ସାରା ବିଶ୍ବ ବ୍ରହ୍ମାଣ୍ଡର ନିର୍ମାଣ କରିଥିଲେ । ଏହା ସହିତ ସ୍ବର୍ଗଲୋକ, ହସ୍ତିନାପୁର, ଇନ୍ଦ୍ରପସ୍ଥ, ସ୍ବର୍ଣ୍ଣ ଲଙ୍କା ଆଦି ମଧ୍ୟ ନିର୍ମାଣ କରିଥିଲେ । ଏମିତିକି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ବିଗ୍ରହ ମଧ୍ୟ ବିଶ୍ବକର୍ମା ନିର୍ମାଣ କରିଥିଲେ ବୋଲି କଥିତ ଅଛି ।
ସେ ନିର୍ମାଣ ଦେବତା ହୋଇଥିବାରୁ ତାଙ୍କ ପୂଜା ଦିନ ଶିଳ୍ପାନୁଷ୍ଠାନଗୁଡ଼ିକରେ ତାଙ୍କୁ ପୂଜାର୍ଚ୍ଚନା କରାଯାଏ । ବିଶେଷ କରି ମେସିନ୍ ଏବଂ ଯନ୍ତ୍ରପାତିଗୁଡ଼ିକୁ ପୂଜା କରାଯାଏ । ବିଶ୍ବାସ ରହିଛି, ଭକ୍ତି ଓ ନିଷ୍ଠାର ସହ ବିଶ୍ବକର୍ମାଙ୍କୁ ପୂଜା କଲେ ପରିବାରରେ ସୁଖ, ସମୃଦ୍ଧି ବଢ଼ିଥାଏ ।
ଏହା ସହ ପଢ଼ନ୍ତୁ : ଘରେ ନଜର ଆସିଲେ ଏହି ସଙ୍କେତ ଜାଣନ୍ତୁ ହେବାକୁ ଯାଉଛି ଲକ୍ଷ୍ମୀଙ୍କ ଅାଗମନ
ପୂଜାବିଧି : ଅନ୍ୟ ଦେବତାଙ୍କ ଭଳି ବିଶ୍ବକର୍ମାଙ୍କର ମଧ୍ୟ ସମାନ ରୀତିନୀତିରେ ପୂଜାର୍ଚ୍ଚନା କରାଯାଏ । ପୂଜା ପରେ ଅକ୍ଷତକୁ ଘରର ସବୁ ଆଡ଼େ ବିଞ୍ଚି ଦିଆଯାଏ ।
ତାଙ୍କର ପୂଜା ମନ୍ତ୍ର ହେଉଛି- ଓଁ ଆଧାରଶକ୍ତୟେ ନମଃ, ଓଁ କୁର୍ମାୟ ନମଃ, ଓଁ ଅନନ୍ତାୟ ନମଃ, ଓଁ ପୃଥିବୈ ନମଃ ।