ଏହି ଚାରି ଜଣ ମହିଳାଙ୍କୁ ଦିଅନ୍ତୁ ସମ୍ନାନ, ନଚେତ୍ ହୋଇ ପାରନ୍ତି ଦରିଦ୍ର !

ଶାସ୍ତ୍ର ଅନୁଶାରେ ମହିଳାଙ୍କୁ ସମ୍ମାନ କରିବା ଦ୍ବାରା ପୁରୁଷମାନଙ୍କ ଜୀବନରେ ସୁଖ ଓ ସଂମୃଧି ଲାଗି ରହିଥାଏ । ସାଧାରଣତଃ ମହିଳାଙ୍କୁ ଲକ୍ଷ୍ମୀ ବୋଲି କୁହାଯାଏ ଏବଂ ଯେଉଁ ବ୍ୟକ୍ତି ମାନଙ୍କର ନୂଆ ନୂଆ ବିବାହ ହୋଇଥାଏ ସେମାନଙ୍କ ଘରର ଲୋକମାନଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଆସିଥାଏ କି ଘରକୁ ଆସୁଥିବା ବୋହୂ ପାଖରେ ଲକ୍ଷ୍ମୀଙ୍କ ଗୁଣ ଅଛି କି ନାହିଁ ଓ ଘର ପାଇଁ କିପରି ରହିବ ନୂଆ ବୋହୂଟିର ଆଗମନ । ଘରେ ସୁଖ ଶାନ୍ତି ରହିବ କି ନାହିଁ । ଯଦି କୌଣସି ବ୍ୟକ୍ତି ମହିଳାଙ୍କର କେବେ ବି ଅପମାନ କରିଥାଏ ତ, ସାଧାରଣ କଥା କି ମା’ ଲକ୍ଷ୍ମୀ ରାଗି ଯାଆନ୍ତି । ଆସନ୍ତୁ ଜାଣିବା କେଉଁ ମହିଳା ମାନଙ୍କୁ କେବେ ବି ଅପମାନ କରିବା ଉଚିତ୍ ନୁହେଁ ।
• ଘରର ବୋହୂଙ୍କୁ ଲକ୍ଷ୍ମୀ ବୋଲି କୁହାଯାଏ । ଯେବେ ବୋହୂ ଆମ ଘରକୁ ଆସିଥାଏ ତ ସେ ଳକ୍ଷ୍ମୀଙ୍କ ରୂପରେ ଆସିଥାଏ । ଯାହା ଫଳରେ ସେ ରାଗିବା ଦ୍ବାରା ଘରର ଖୁସି ଉପରେ ପ୍ରଭାବ ପକାଇଥାଏ । ତେଣୁ ବୋହୂ ମାନଙ୍କୁ ସମ୍ମାନ ଦିଅନ୍ତୁ ।
• ବଡ ଭାଇଙ୍କର ସ୍ତ୍ରୀଙ୍କୁ ମା’ ର ତୁଳନା କରାଯାଏ । ଯିଏ ଏହି ମହିଳାଙ୍କର ସମ୍ମାନ କରି ନଥାନ୍ତି ସେମାନେ କେବେବି ତାଙ୍କ ଜୀବନରେ ଖୁସିରେ ରହିପାରନ୍ତି ନାହିଁ । ତେଣୁ କେବେ ବି ଭାଉଜ ସମାନ୍ ମା’ ଙ୍କୁ ଅପମାନ୍ କରିବା ଉଚିତ୍ ନୁହେଁ ।
• ଭଉଣୀଙ୍କୁ ମଧ୍ୟ ମା’ର ସ୍ଥାନ ଦିଆଯାଇଥାଏ । ଯଦି ଆପଣ ଭଉଣୀକୁ ଅପମାନ କରୁଛନ୍ତି ତେବେ ଭାବିନେବେ କି ଆପଣ ଭଗବାନଙ୍କର ଅପମାନ କରୁଛନ୍ତି ।
• ଝିଅଙ୍କୁ ମଧ୍ୟ ଲକ୍ଷ୍ମୀଙ୍କର ରୂପ ବୋଲି ମାନାଯାଏ । ଯେଉଁଠି ବି ଝିଅଙ୍କୁ ସମ୍ମାନ ଦିଆଯାଇ ନଥାଏ ସେଠାକୁ ମା’ ଲକ୍ଷ୍ମୀ କେବେ ବି ଆସି ନଥାନ୍ତି ।