ନବରାତ୍ରୀରେ ମା ଦୁର୍ଗାଙ୍କର ନଅଟି ରୁପକୁ ପୂଜା କରାଯାଇଥାଏ। ହିନ୍ଦୁ ଧର୍ମରେ ଏହାର ବହୁତ ମହତ୍ତ୍ବ ରହିଛି। ଏପରିକି ଏହି ସମୟରେ କିଛି ବ୍ଯକ୍ତି ବ୍ରତ କରିବା ସହ ପିଆଜ ରସୁଣ ଖାଇବା ମଧ୍ୟ ଛାଡ଼ି ଦେଇଥାନ୍ତି। ତେବେ ଏହି ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମିଳିନକୁ ମଧ୍ୟ ବର୍ଜିତ କରାଯାଇଥାଏ। ଏହାପଛରେ ଖାଲି ଯେ ଧାର୍ମିକ ତାହା ନୁହଁ ବରଂ ବୈଜ୍ଞାନିକ କରାଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଏହା ପଛର ବାସ୍ତବିକ କାରଣ ବିଷୟରେ।
-ଏହି ନବରାତ୍ରୀ ସମୟରେ ସମ୍ବନ୍ଧ ରଖିବା ଦ୍ବାରା ମନ ବିଚଳିତ ହୋଇଥାଏ। ଯାହାଫଳରେ ସ୍ବାମୀ-ସ୍ତ୍ରୀଙ୍କ ମନ ପୂଜାରେ ଲାଗିନଥାଏ। ଏଣୁ ଏହି ସମୟରେ ସ୍ବାମୀ-ସ୍ତ୍ରୀଙ୍କୁ ଶରୀରିକ ସମ୍ବନ୍ଧ ଠାରୁ ଦୂରେଇ ରହିବା ଉଚିତ୍। ଅଥବା ମାଙ୍କ ପୂଜାକୁ ଅଧୁରା କୁହାଯାଇଥାଏ।
-ନବରାତ୍ରୀ ବ୍ରତ କାରୁଥିବା ବ୍ଯକ୍ତିଙ୍କ ଶରୀରରେ ଉର୍ଜାର ଅଭାବ ଦେଖାଯାଇଥାଏ। ଏଣୁ ଶରୀର ସମ୍ବନ୍ଧ ରଖିବା ପାଇଁ ପ୍ରସ୍ତୁତ ରହିନଥାଏ। ଏଣୁ ଡ଼ାକ୍ତର ମଧ୍ୟ ବ୍ରତ ସମୟରେ ଶରୀରିକ ସମ୍ବନ୍ଧ ରଖିବା ପାଇଁ ମନା କରିଥାନ୍ତି।
-ନବରାତ୍ରୀ ସମୟରେ ଋତୁ ବଦଳିଥାଏ। ଏହି ସମୟରେ ଅଧିକ ସଂକ୍ରମଣ ଜନିତ ରୋଗ ଦେଖାଯାଇଥାଏ। ଏଣୁ ଏହି ସମୟରେ ଯୌନ ସମ୍ବନ୍ଧ ରଖିବା ଆଦୌ ଉଚିତ ନୁହଁ।
-ଏପରି କୁହାଯାଇଥାଏ କି ମା ଦୁର୍ଗାଙ୍କର ଅଂଶ ସମସ୍ତ ମହିଳାଙ୍କ ଭିତରେ ରହିଥାଏ। ଏଣୁ ଏହି କାରଣରୁ ମହିଳାଙ୍କୁ ନବରାତ୍ରୀ ସମୟରେ ନିଜ ଉପରେ ସଂଯମ ରହିବା ଦରକାର।