ଶୀତଦିନେ କମ୍ ତାପମାତ୍ରାରେ ହୋଇପାରେ ହାଇପୋଥର୍ମିଆ, ଜାଣନ୍ତୁ ଏହାର ଲକ୍ଷଣ
ଦେଶର ଅନେକ ଅଞ୍ଚଳରେ ଅତ୍ୟାଧିକ ଥଣ୍ଡା ହେଉଛି । ଅଧିକ ଶୀତ ହେବା କାରଣରୁ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥାଏ । ଏହି ହ୍ରାସ ତାପମାତ୍ରା ଶରୀର ପାଇଁ କ୍ଷତିକାରକ ହୋଇପାରେ । ଶୀତ ଦିନରେ ଶରୀରର ତାପମାତ୍ରା ହ୍ରାସ ହେବାକୁ ଲାଗେ, ଯାହା ଫଳରେ ହାଇପୋଥର୍ମିଆ ରୋଗ ହୋଇଥାଏ । ଏହି ରୋଗ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ଯଦି ଏହି ରୋଗର ଚିକିତ୍ସା ନ କରାଯାଏ, ତେବେ ହୃଦରୋଗ ହେବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ହାଇପୋଥର୍ମିଆ ରୋଗ ବିଷୟରେ ।
ଡାକ୍ତରଙ୍କ ଅନୁଯାୟୀ, ଯେତେବେଳେ ଶରୀରର ତାପମାତ୍ରା କମ୍ ହୋଇଯାଏ, ସେତେବେଳେ ହାର୍ଟ, ସ୍ନାୟୁ ପ୍ରଣାଳୀ ଏବଂ ଅନ୍ୟାନ୍ୟ ଅଙ୍ଗଗୁଡିକ ଠିକ୍ ଭାବରେ କାମ କରି ନଥାଏ । ଏହି ରୋଗକୁ ଯଦି ଆପଣ ଚିକିତ୍ସା ନ କରନ୍ତି ତେବେ ଏହା ହାଇପୋଥର୍ମିଆ ରୋଗରେ ସମ୍ମୁଖୀନ ହୋଇପାରନ୍ତି । ଏହା ହୃଦଘାତ ମଧ୍ୟ ହୋଇପାରେ ଯାହା ଦ୍ୱାରା ମୃତ୍ୟୁ ମଧ୍ୟ ହୋଇଥାଏ ।
ଏହା ମଧ୍ୟ କୁହାଯାଇଛି ଯେ, ଶୀତ ଦିନରେ ଯେଉଁମାନେ ବାହାରେ ଅଧିକ ସମୟ ବୁଲୁଛନ୍ତି ଏବଂ ଘରର ବାହାରେ ଶୋଉଛନ୍ତି ତେବେ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ । ତେବେ ଶୀତ ଦିନରେ ଆପଣଙ୍କ ସ୍ୱାସ୍ଥ୍ୟକୁ ବିଶେଷ ଯତ୍ନ ନେବା ଆବଶ୍ୟକ ।
ହାଇପୋଥର୍ମିଆ କାହିଁକି ହୁଏ?
• ଶୀତ ଦିନରେ ଅଧିକ ସମୟ ପର୍ଯ୍ୟନ୍ତ ବାହାରେ ବୁଲିବା ।
• ଶୀତ ଦିନରେ ଗରମ ପୋଷାକ ପିନ୍ଧିବା ।
• ପୂର୍ବରୁ ହୃଦରୋଗ ସମସ୍ୟା ଥିଲେ ।
• ବହୁ ସମୟ ପର୍ଯ୍ୟନ୍ତ ଶରୀରର ତାପମାତ୍ରା କମ୍ ରହିବା ।
ଲକ୍ଷଣ :
• ଶରୀରରେ କମ୍ପନ ସୃଷ୍ଟି ହେବା ।
• ବହୁତ ଶୀତ ଲାଗିବା ।
• ମୁଣ୍ଡ ବିନ୍ଧା ହେବା ।
• ବେହୋସ୍ ହୋଇଯିବା ।
• ଥକ୍କା ଅନୁଭବ କରିବା ।
ଏହି ରୋଗକୁ କିପରି ରୋକାଯାଇପରିବ :
• ଶରୀରକୁ ଗରମ ରଖନ୍ତୁ ।
• ଶରୀରକୁ ଗରମ ରଖିବା ପାଇଁ ଚା’ କିମ୍ବା ଉଷୁମ ପାଣି ପିଅନ୍ତୁ ।
• ଏହା ସହ ଶରୀରକୁ ଗରମ ରଖିବାକୁ ହେଲେ ନିୟମିତ ଭାବରେ ବ୍ୟାୟାମ କରନ୍ତୁ ।