ବଜାରରୁ କିଣାଯାଇଥିବା ଲାଲ ଲଙ୍କା ଗୁଣ୍ଡ ଅସଲି କି ଅପମିଶ୍ରଣ, ଏମିତି କରନ୍ତୁ ଚିହ୍ନଟ

ବଜାରରୁ କିଣାଯାଉଥିବା ପ୍ୟାକେଟ ବନ୍ଦ ମସଲା ହେଉ କି ଖୋଲା ମସଲା, ସବୁବେଳେ ଆମ ମନରେ ପ୍ରଶ୍ନ ଆସିଥାଏ କି, ଏହି ମସଲାରେ କୌଣସି ଜିନିଷ ମିଶାଯାଇନି ତ। ଏହା ନକଲି ନୁହେଁ ତ। କିନ୍ତୁ କ’ଣ ଆପଣ ସେହି ତରିକା ଜାଣିଛନ୍ତି କି, ଯଦ୍ଦ୍ୱାରା ମସଲାରେ ଅପମିଶ୍ରଣକୁ ଚିହ୍ନା ଯାଇପାରିବ? ଆଜି ଆମେ ଆପଣଙ୍କୁ ଲଙ୍କା ଗୁଣ୍ଡରେ ଅପମିଶ୍ରଣକୁ କିପରି ଚିହ୍ନା ଯାଇପାରିବ, ସେ ବିଷୟରେ କିଛି ଟିପ୍ସ କହିବାକୁ ଯାଉଛୁ।

୧. ପକ୍କା କିମ୍ବା କୌଣସି ସଫା ଜାଗାରେ ଅଳ୍ପ ଲଙ୍କା ଗୁଣ୍ଡ ପାଉଡ଼ର ରଖନ୍ତୁ। ଏହି ଜାଗା ଅପରିଷ୍କାର ହୋଇ ନ ଥିବା ଦରକାର। ଏବେ ଏକ ଷ୍ଟିଲ ଗ୍ଲାସ ନେଇ ଏହାର ପଛ ପଟକୁ ଲଙ୍କା ଗୁଣ୍ଡ ଉପରେ ଘଷନ୍ତୁ। ଯଦି ଘଷିବା ସମୟରେ ବାଲି ଭଳି ଶବ୍ଦ ଶୁଭେ, ତ ଜାଣିବେ କି ଏଥିରେ ଇଟା ଗୁଣ୍ଡ ମିଶିଛି।

୨. ଏବେ ପାଖାପାଖି ଅଧା ଚାମଚ ଲଙ୍କା ଗୁଣ୍ଡ ନିଅନ୍ତୁ। ଏଥିରେ ଟିଞ୍ଚର ଆୟୋଡିନ କିମ୍ବା ଆୟୋଡିନ ସଲ୍ୟୁସନର ବୁନ୍ଦା ପକାଇ ଦେଖନ୍ତୁ। ଯଦି ଲଙ୍କା ଗୁଣ୍ଡର ରଙ୍ଗ ନୀଳ ହୋଇଯାଏ, ତେବେ ଜାଣିବେ କି ଏଥିରେ ମଣ୍ଡର ଅପମିଶ୍ରଣ ହୋଇଛି।

୩. ରଙ୍ଗ ଅପମିଶ୍ରଣ ହୋଇଛି କି ନାହିଁ, ତାହା ଜାଣିବା ପାଇଁ ଅଧ ଗ୍ଲାସ ପାଣି ନିଅନ୍ତୁ। ଏଥିରେ ଏକ ଚାମଚ ଲାଲ ଲଙ୍କା ଗୁଣ୍ଡ ପକାଇ ମିକ୍ସ କରି ନିଅନ୍ତୁ। ଯଦି ଲଙ୍କା ଗୁଣ୍ଡ ପାଣିରେ ମିଶିଗଲା କିମ୍ବା ପାଣିର ରଙ୍ଗ ଗାଢ଼ ଲାଲ ହୋଇଗଲା, ତେବେ ଧରି ନେବେ କି ଏଥିରେ ରଙ୍ଗର ଅପମିଶ୍ରଣ ହୋଇଛି।

Leave A Reply

Your email address will not be published.