ଜନ୍ମ କୁଣ୍ଡଳୀରେ ଏହି ଭାବରେ କେତୁ ଥିଲେ କରାଏ ବିଦେଶ ଯାତ୍ରା, ଜାଣନ୍ତୁ ଆପଣଙ୍କର ଆଉ ନାହିଁ ତ !

ଅଧିକାଂଶ ବ୍ୟକ୍ତି ବିଦେଶ ଯିବାକୁ ଚାହିଁଥାନ୍ତି । ହେଲେ ଏହି ଯାତ୍ରା ଆପଣଙ୍କ ଭାଗ୍ୟରେ ଅଛି କି ନାହିଁ ଜାଣି ନିଅନ୍ତୁ ଏପରି । ବିଚ୍ଛା ରାଶିରେ କେତୁ ଅବସ୍ଥାନ କରିଥିଲେ ବିଦେଶ ଯାତ୍ରା ଯେ ।ଗ ସୃଷ୍ଟି କରିଥାଏ । ଜନ୍ମ କୁଣ୍ଡଳୀରେ କେତୁ ଗ୍ରହଙ୍କ ସ୍ଥିତିରୁ ଜାଣି ପାରିବେ ବିଦେଶ ଯାତ୍ରା ସମ୍ପକ ର୍ରେ ।
ଏଠାରେ ଆମେ କିଛି ଜ୍ୟୋତିଷ ଗଣନା ଭିତ୍ତିକ ଟିପ୍ସ ଦେଉଛୁ । ଯାହାଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କର ବିଦେଶ ଯାତ୍ରା ଅଛି କି ନାହିଁ ।

କେତୁ ଯଦି ଦ୍ୱାଦଶ ଘରେ ଅବସ୍ଥାନ କରିଥାନ୍ତି :

ଜ୍ୟୋତିଷ ଶାସ୍ତ୍ରରେ କେତୁ ଗ୍ରହଙ୍କୁ ପାପ ଗ୍ରହ ବୋଲି କୁହାଯାଏ । ହେଲେ ଏହାର ମହତ୍ତ୍ୱ କିନ୍ତୁ ଅଧିକ ରହିଥାଏ । ଏହାକୁ ଏକ ରହସ୍ୟମୟ ଗ୍ରହ ବୋଲି ମଧ୍ୟ କୁହାଯାଇଥାଏ । ଏହା ଶୁଭ ଓ ପାପ ଉଭୟ ଫଳ ଦେଇଥାଏ । କେତୁଙ୍କୁ ମୋକ୍ଷର କାରକ ବୋଲି ମଧ୍ୟ ମନାଯାଏ ।

– ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଜନ୍ମ କୁଣ୍ଡଳୀର ୧୨ଶ (ଦ୍ୱାଦଶ) ଭାବରେ କେତୁ ଅବସ୍ଥାନ କରନ୍ତି । ତେବେ ବ୍ୟକ୍ତିକୁ ବିଦେଶ ଯାତ୍ରା କରାଇଥାଏ । କୁଣ୍ଡଳୀର ୧୨ଶ ଭାବକୁ ବ୍ୟୟ ଭାବ ବୋଲି ଧରାଯାଏ । ଏଠାରେ ଯଦି କେତୁ ରୁହନ୍ତି ତେବେ ବ୍ୟକ୍ତିକୁ ବିଦେଶ ଯୋଗ ପ୍ରାପ୍ତ ହୁଏ ଓ ସେଥିରୁ ଧନ ଲାଭ ବି ହୋଇଥାଏ।

ketu
image credit: AstroSanhita

ବିଚ୍ଛା ରାଶିରେ କେତୁ :

– ସେହିପରି ବିଚ୍ଛା ରାଶିରେ ମଧ୍ୟ କେତୁ ଅବସ୍ଥାନ କରିଥିଲେ ବ୍ୟକ୍ତିକୁ ବିଦେଶ ଯାତ୍ରା ଯୋଗ କରାଇ ଥାଏ ।

ଏହି ଗଣନା କେବଳ ତଥ୍ୟ ଆଧାରିତ । ଅଧିକ ଜାଣିବା ପାଇଁ ଜ୍ୟୋତିଷଙ୍କ ପରାମର୍ଶ ନେବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.