ଖରାଦିନେ ଟ୍ୟାନିଂ ଦୂର କରିବା ପାଇଁ ସହାୟକ ହେବ ଜିରା, ଏହିଭଳି ଭାବେ କରନ୍ତୁ ବ୍ୟବହାର ଏବଂ ପାଆନ୍ତୁ ଚମକଦାର ତ୍ୱଚା
![cumin](https://knewsodisha.com/wp-content/uploads/2021/02/cumin.jpg)
ଗ୍ରୀଷ୍ମ ଋତୁରେ ଟାଣଖରା, ଧୂଳିମାଟି ଏବଂ ପ୍ରଦୂଷଣ ଯୋଗୁ ଚେହେରାରେ ଡଲ୍ନେସ ନଜର ଆସିଥାଏ। ସେହିପରି ହାତ, ଗୋଡ଼ ମଧ୍ୟ ଟ୍ୟାନ୍ ହୋଇଯାଇଥାଏ, ଯାହାକୁ ଦୂର କରିବା ପାଇଁ ପାର୍ଲରର ଚକ୍କର କାଟିବାକୁ ପଡ଼ିଥାଏ। କିନ୍ତୁ ଆପଣ ଚାହିଁଲେ, ଘରେ ବସି ଏହାକୁ ଦୂର କରିପାରିବେ। ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ରୋଷେଇ ଘରେ ମିଳୁଥିବା ଜିରା। ଏଥିରେ ଆପଣ ଫେସ୍ପ୍ୟାକ ତିଆରି କରି ତ୍ୱଚାରେ ଚମକ ଆଣିପାରିବେ।
୧. ସ୍କିନ୍ ଟ୍ୟାନିଂ ଦୂର କରିବା ପାଇଁ ଜିରାକୁ ଅଧା ପେସି ସେଥିରେ ଗୋଲାପ ଜଳ ଏବଂ ଦହି ମିଶାଇ ଫେସ୍ରେ ଲଗାଇପାରିବେ। ଏହାକୁ ହାତ, ଗୋଡ଼ ଏବଂ ଚେହେରାରେ ଲଗାଇ ୧୦ ମିନିଟ୍ ଛାଡ଼ି ଦିଅନ୍ତୁ। ଏହାପରେ ସଫା ପାଣିରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କଲେ ଫରକ ଅନୁଭବ କରିପାରିବେ।
୨. ଜିରା ପାଉଡରରେ ହଳଦୀ ପାଉଡର ଏବଂ ମହୁ ମିଶାଇ ଲଗାନ୍ତୁ। ଯେତେବେଳେ ଏହା ଶୁଖିଯିବ, ତ ଏହାକୁ ଧୋଇ ଦେବେ। ଏହି ଫେସ୍ପ୍ୟାକ୍ ଦ୍ୱାରା ଆପଣଙ୍କ ଚେହେରାର ଗୋରାପଣ ବଢ଼ିବ ଏବଂ ଡଲ୍ନେସ ଦୂର ହୋଇଯିବ।
୩. ବୟସ ବଢ଼ିବା ସାଙ୍ଗକୁ ମୁହଁରେ ଫାଇନ୍ ଲାଇନ୍ସ ଏବଂ ରିଙ୍କଲ୍ସ ଦେଖିବାକୁ ମିଳିଥାଏ। ଆପଣ ଜିରା ପାଉଡରକୁ ବେସନ ଏବଂ କଞ୍ଚା କ୍ଷୀରରେ ମିଶାଇ ଚେହେରାରେ ଲଗାଇ ପାରିବେ। ସପ୍ତାହରେ ଦୁଇଥର ଏମିତି କିଛିଦିନ ପର୍ଯ୍ୟନ୍ତ ଲଗାନ୍ତୁ।
୪. ଚେହେରାରେ ପାର୍ଲର ଭଳି ଚମକ ଆଣିବା ପାଇଁ ଜିରାର ସ୍କ୍ରବ ବନାଇ ଲଗାନ୍ତୁ। ଏଥିପାଇଁ ଆପଣଙ୍କୁ ଦୁଇ ଚାମଚ ଜିରା, ଏକ ଚାମଚ ଚିନି, ଏକ ଚାମଚ ମହୁ, ଏକ ଚାମଚ ବାଦାମ ତେଲ, ୩ରୁ ୪ ବୁନ୍ଦା ଟି ଟ୍ରୀ ଅଏଲ୍ ଦରକାର ପଡ଼ିବ। ଏ ସମସ୍ତ ଜିନିଷକୁ ମିଶାଇ ପେଷ୍ଟ ବନାଇ ଦିଅନ୍ତୁ। ଏହି ପେଷ୍ଟକୁ ସପ୍ତାହରେ ଦୁଇଥର ଲଗାଇବା ଦ୍ୱାରା ଚେହେରା ସଫା ଦେଖାଯାଇଥାଏ। ଟି ଟ୍ରୀ ଅଏଲ୍ ତ୍ୱଚାକୁ ମଇଶ୍ଚର କରିଥାଏ।