କେବେବି ହୋଇ ପାରିବନି ବିବାହ ଯୋଗ, ଯଦି ହାତରେ ଥାଏ ଏହି ରେଖା

ହସ୍ତରେଖାରେ ଥିବା ବିଭିନ୍ନ ଚିହ୍ନ ବି ବିବାହକୁ ନେଇ ବ୍ୟକ୍ତିଙ୍କ ଜୀବନକୁ ପ୍ରଭାବିତ କରିଥାଏ। ବିବାହ ରେଖା ଆଗକୁ ବଢିଲେ ବ୍ୟକ୍ତିଙ୍କ ଜୀବନରେ ବୈବାହିକ ଜୀବନ ବିଷୟରେ କହିଥାଏ। ଆଜି ଆମେ ଆପଣଙ୍କୁ ବିବାହ ରେଖାକୁ ନେଇ ଏମିତି ସ୍ଥିତି ବିଷୟରେ ଜଣାଇବୁ ଯାହାର ପରିଣାମ ଆପଣଙ୍କ ଜୀବନରେ କଣ ପଡିବ ତାହା ବି ଜଣାଇବୁ।
ବିବାହ ରେଖା ଉପରେ କଳା ଚିହ୍ନ ରହିଲେ ବ୍ୟକ୍ତି ପତ୍ନୀ ସୁଖରୁ ବଞ୍ଚିତ ରୁହନ୍ତି।
ବିବାହ ରେଖା କନିଷ୍ଠ ଆଙ୍ଗୁଳିର ଦ୍ୱିତୀୟ ପର୍ବ ଉପରେ ଗଲେ ବ୍ୟକ୍ତିଙ୍କୁ ଆଜୀବନ ଅବିବାହିତ ରହିବାକୁ ପଡିଥାଏ।
ବିବାହ ରେଖା ସଫା ଥିଲେ କିମ୍ବା ପୂରା ପରିସ୍କାର ଥିଲେ ବୈବାହିକ ଜୀବନ ବହୁତ ସୁଖମୟ ହୋଇଥାଏ।
ଗୁରୁ ପର୍ବତ ଉପରେ ଜୀବନ ରେଖା ପାଖରେ କ୍ରସ ଚିହ୍ନ ଥିଲେ ବ୍ୟକ୍ତିଙ୍କ ବିବାହ ଜଲଦି ହୋଇଥାଏ।
ଯଦି ବ୍ୟକ୍ତିଙ୍କ ହାତରେ ବିବାହ ରେଖରେ କୌଣସି ରେଖା ଭଳି ଦେଖାଯାଏ ଅଥବା ବିବାହ ରେଖା ସ୍ଥଳରେ କୌଣସି ଅନ୍ୟ ରେଖା ମିଳିଲେ ବୈବାହିକ ଗୃହସ୍ଥ ଜୀବନ ନଷ୍ଟ ହେବାର ଆଶଙ୍କା ରହିଥାଏ।
ପାପୁଲିରେ ବିବାହ ରେଖା ସହିତ ଦୁଇ ତିନୋଟି ଅନ୍ୟ ରେଖା ଥିଲେ ବ୍ୟକ୍ତିଙ୍କର ନିଜ ପତ୍ନୀ ଛଡା ଅନ୍ୟ ସ୍ତ୍ରୀଙ୍କ ସହ ସମ୍ବନ୍ଧ ରହିଥାଏ। ଏହା ଗୋଟିଏ ରୁ ଅନେକ ବିବାହ ଯୋଗ ଦର୍ଶାଇଥାଏ।
ପାପୁଲିରେ ବିବାହ ରେଖା ଛୋଟ ଅଥବା ହାଲକା କିମ୍ବା ଛିଡା ଥିଲେ ବ୍ୟକ୍ତିଙ୍କ ବୈବାହିକ ଜୀବନ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିପାରିନଥାଏ।
ବିବାହ ରେଖରେ ଦ୍ୱୀପ ଭଳି ଚିହ୍ନ ହୋଇଥିଲେ ବିବାହରେ ବାଧା ଆସିବାର ସଂକେତ ଦେଇଥାଏ। ଯଦି ବିବାହ ରେଖା ଦୁଇ ଭାଗରେ ଭାଗ ହୋଇଯାଇଥାଏ ଏବଂ ଏହାର ଗୋଟିଏ ଶାଖା ହୃଦୟ ରେଖାକୁ ଛୁଇଁଥାଏ ତାହେଲେ ବ୍ୟକ୍ତିଙ୍କର କାହା ସହ ବିବାହ ଭଳି ଯୋଗ ସୃଷ୍ଟି ହୋଇଥାଏ।