କ’ଣ କୁହେ ଆପଣଙ୍କ ପାଦର ଦ୍ୱିତୀୟ ଆଙ୍ଗୁଠି
ମଣିଷ ଶରୀରକୁ ଦେଖି ଆମେ ବିଭିନ୍ନ ପ୍ରକାର କଥା ଜାଣିଯାଉ। ଏପରି କି, ଜଣଙ୍କ ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ ଏଥିରୁ ଜଣାପଡ଼ିଯାଏ। ତେଣୁ ଏହି କ୍ଷେତ୍ରରେ ଯଦି ଆପଣଙ୍କ ପାଦର ଦ୍ୱିତୀୟ ଆଙ୍ଗୁଠି ବଡ଼ ଅଛି, ତା’ହେଲେ ଆମେ ଆପଣଙ୍କ ବିଷୟରେ ଅନେକ କିଛି ଜାଣିବାକୁ ପାଇଯିବୁ। ହିନ୍ଦୁ ଧର୍ମ ଅନୁସାରେ, କାହାର ବ୍ୟକ୍ତିତ୍ୱ ବିଷୟରେ ଆପଣ ଜାଣିବାକୁ ଚାହିଁଲେ, ତାଙ୍କ ଶରୀର ଆକାରରୁ ଜାଣିପାରିବେ। ଶରୀରର ଆକାର ଏବଂ ଅଙ୍ଗଗୁଡ଼ିକ ବହୁତ କିଛି କହିଥାଏ। ଆଜି ଆମେ କହିବାକୁ ଯାଉଛୁ, ପାଦର ଦ୍ୱିତୀୟ ଆଙ୍ଗୁଠି ବଡ଼ ହେଲେ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ଆପଣଙ୍କ ସହ ଆଗକୁ କ’ଣ ହେବାର ଅଛି, ତାହା କିପରି ଜଣାପଡ଼ିବ।
-ଯଦି ଜଣେ ପୁଅର ପାଦର ଦ୍ୱିତୀୟ ଆଙ୍ଗୁଠି ବଡ଼, ତା’ହେଲେ ସେ ଭାଗ୍ୟଶାଳୀ ଏବଂ ତାଙ୍କ ହୃଦୟ ସଫା ହୋଇଥାଏ। ଏହାସହିତ ତାଙ୍କ ଭାଗ୍ୟରେ ଧନପ୍ରାପ୍ତିର ଯୋଗ ରହିଥାଏ। ସେମାନେ ଜୀବନରେ ସବୁ ସୁଖ ଉପଭୋଗ କରନ୍ତି।
-ଝିଅ କ୍ଷେତ୍ରରେ ହେଲେ ସେମାନଙ୍କୁ ଭଲ ଜୀବନସାଥୀଟିଏ ମିଳିଥାଏ। ସାଥୀ ଜଣକ ତାଙ୍କୁ ବହୁତ ଭଲ ପାଇଥାଏ। ଏହି କାରଣରୁ ସେମାନଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଏ। ଏମିତି ଝିଅଙ୍କୁ ଶାଶୁଘରେ ବହୁତ ସମ୍ମାନ ମିଳିଥାଏ।
ଏହାସହ ପଢ଼ନ୍ତୁ: ସ୍ନାନ ନ କରି ମହିଳାମାନେ ଭୁଲ୍ରେ ବି କରନ୍ତୁ ନାହିଁ ଏହି କାମ
-ବିବାହିତା ମହିଳାଙ୍କ ମଧ୍ୟମା ଆଙ୍ଗୁଠି ବଡ଼ ହେଲେ, ସେମାନେ ଘରକୁ ସ୍ୱର୍ଗଠୁ ବି ଅଧିକ ସୁନ୍ଦର ବନାଇ ଦିଅନ୍ତି। ଏମିତି ମହିଳା ନିଜ ବୈବାହିକ ଜୀବନର ଭରପୂର ଆନନ୍ଦ ନିଅନ୍ତି। ଭଲ କାମ ଯୋଗୁ ସେମାନଙ୍କ ସ୍ୱାମୀଙ୍କ ଭାଗ୍ୟ ଖୋଲିଯାଏ।
-ଯଦି ପିଲାଙ୍କ ପାଦର ଦ୍ୱିତୀୟ ଆଙ୍ଗୁଠି ବଡ଼, ସେମାନେ ବହୁତ ଭାଗ୍ୟଶାଳୀ। ସବୁ କାମରେ ସେମାନଙ୍କୁ ସଫଳତା ମିଳିଥାଏ। ଏମାନେ ବହୁତ ଆଗକୁ ଯାଆନ୍ତି। ତାଙ୍କର ଉତ୍ତମ ବ୍ୟକ୍ତିତ୍ୱ ଯୋଗୁ ମା’, ବାପା ଗର୍ବ ଅନୁଭବ କରନ୍ତି।