ଶ୍ରାଦ୍ଧରେ ବ୍ରାହ୍ମଣ ଭୋଜନର ଏହି ୮ଟି ନିୟମ ବିଷୟରେ ଜାଣନ୍ତୁ

ମହାଳୟା ଅର୍ଥାତ୍‌ ପିତୃପକ୍ଷ ଆରମ୍ଭ ହୋଇଯାଇଛି। ହିନ୍ଦୁ ପରମ୍ପରାରେ ପିତୃପକ୍ଷ ଆସିଲେ, ନିଜର ପିତୃପୁରୁଷଙ୍କୁ ତୃପ୍ତ କରିବା ପାଇଁ ଶ୍ରାଦ୍ଧ ଦିଆଯାଇଥାଏ। ଏହା ମଧ୍ୟରେ ତର୍ପଣ, ପିଣ୍ଡଦାନ, ବ୍ରାହ୍ମଣ ଭୋଜନ ଆଦିର ବିଧିବିଧାନ ରହିଛି। ଶାସ୍ତ୍ର ଅନୁସାରେ, ବ୍ରାହ୍ମଣଙ୍କ ପାଟିରୁ ଦେବତାମାନେ ‘ହବ୍ୟ’ ଏବଂ ପିତୃପୁରୁଷ ‘କବ୍ୟ’ ଗ୍ରହଣ କରିଥାଆନ୍ତି। ତେଣୁ ଶ୍ରାଦ୍ଧପକ୍ଷରେ ବ୍ରାହ୍ମଣ ଭୋଜନର ସ୍ୱତନ୍ତ୍ର ନିୟମ ରହିଛି। ଆସନ୍ତୁ ଜାଣିବା, ଶ୍ରାଦ୍ଧ ଭୋଜନ ଗ୍ରହଣ କରୁଥିବା ବ୍ରାହ୍ମଣଙ୍କୁ କେଉଁ କଥା ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ।

ଏହାସହ ପଢ଼ନ୍ତୁ: ଅଦ୍ଭୁତ ଏହି ପରମ୍ପରା, ଈଶ୍ୱର ମାନି ପୂଜା କରୁଛନ୍ତି କାଠ ଖୁଣ୍ଟ

-ଶ୍ରାଦ୍ଧ ଭୋଜନ ଗ୍ରହଣ କରୁଥିବା ବ୍ରାହ୍ମଣ ଶ୍ରୋତ୍ରୀୟ ହୋଇଥାଆନ୍ତି। ସେମାନେ ଗାୟିତ୍ରୀ ମନ୍ତ୍ର ନିୟମିତ ଜପ କରୁଥାଆନ୍ତି।

-ବ୍ରାହ୍ମଣମାନେ ମଉନ ରହି ଭୋଜନ କରନ୍ତି। ଆବଶ୍ୟକସ୍ଥଳେ କେବଳ ହାତର ସଙ୍କେତ ଦିଅନ୍ତି।

-ଭୋଜନ ଗ୍ରହଣ କରୁଥିବା ବେଳେ ବ୍ରାହ୍ମଣମାନେ ଭୋଜନର ନିନ୍ଦା କିମ୍ବା ପ୍ରଶଂସା କରନ୍ତି ନାହିଁ।

-ଭୋଜନ ବିଷୟରେ ଅର୍ଥାତ୍‌ ‘ଏହା କିଭଳି’ ବୋଲି ପ୍ରଶ୍ନ କରନ୍ତି ନାହିଁ।

-ବ୍ରାହ୍ମଣମାନେ ଗୋଟିଏ ଦିନରେ ଦୁଇଟି କିମ୍ବା ତିନିଟି ସ୍ଥାନରେ ଶ୍ରାଦ୍ଧ ଭୋଜନ ଖାଆନ୍ତି ନାହିଁ।

-ଭୋଜନ ଦେଉଥିବା ପରିବାର ଶ୍ରାଦ୍ଧ ଦିନରେ ବ୍ରାହ୍ମଣଙ୍କୁ କୌଣସି ଦାନ ଦିଅନ୍ତି ନାହିଁ।

-ଶ୍ରାଦ୍ଧରେ ବ୍ରାହ୍ମଣମାନେ ଲୁହା କିମ୍ବା ମାଟି ପାତ୍ରରେ ଭୋଜନ କରିବାର ନିୟମ ନାହିଁ।

-ଶ୍ରାଦ୍ଧ ଦେଉଥିବା ବ୍ୟକ୍ତି ସେହିଦିନ କୌଣସି ଶାରିରୀକ ସମ୍ବନ୍ଧ ରଖିବା ଉଚିତ ନୁହେଁ।