ଲାକ୍ଟୋଜ ଇନଟଲେରାନ୍ସ ସମସ୍ୟାକୁ ଦୂର କରେ ଏହି ସବୁ ଖାଦ୍ୟ, ମାନନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଥାଏ । ଏହା ଗୁରୁତ୍ୱପୂର୍ଣ୍ଣ ମିନେରାଲ୍ସ ଭିତରୁ ଏକ । ଏହା ଆମ ଶରୀର ହାଡ଼କୁ ଶକ୍ତ କରିଥାଏ । ଏହାସହ ଦାନ୍ତ ମଧ୍ୟ ମଜବୁତ ରହିଥାଏ । କେବଳ ଏତିକି ନୁହେଁ ବରଂ ଏହା ଆମ ଶରୀରର ବ୍ଲଡ କ୍ଲଟିଂ ଏବଂ ମାଂସପେଶୀ ଜନିତ ସମସ୍ୟାକୁ ରୋକିବାରେ ସହାୟକ ହୋଇଥାଏ ।

ତେବେ ଶରୀରରେ ଲାକ୍ଟୋଜିନ ଇନଟଲେରାନ୍ସ କୁ ରୋକିବା ପାଇଁ ବିଶେଷତଃ କ୍ଷୀର ଜାତୀୟ ଖାଦ୍ୟକୁ ବାରଣ କରାଯାଇଥାଏ । ତେବେ ଏହାର ବିକଳ୍ପରେ ଆପଣ କ୍ୟାଲସିୟମ ଏବଂ ଭିଟାମିନ ଡ଼ିା ଆବଶ୍ୟକତାକୁ ପୂରଣ କରିପାରିବେ । ଜାଣନ୍ତୁ ସେହି ସମ୍ପର୍କରେ ।

– ଫିଗ ଏବଂ କିସମିସ ସେବନ କରିବା ଦ୍ୱାରା ଶରୀରରେ ୭୦% କ୍ୟାଲସିୟମ ଆବଶ୍ୟକତା ପୂରଣ ହୋଇଥାଏ ।

– ବଡ଼ ମାଛ ସହ ଚୁନା ମାଛ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ । ଏହା ଶରୀରକୁ ଉଚିତ ପରିମାଣର କ୍ୟାଲସିୟମ ପ୍ରଦାନ କରିଥାଏ ।

– ଓଟ୍ସ ମିଲରେ କ୍ୟାଲସିୟମ ଭରପୂର ମାତ୍ରାରେ ରହିଥାଏ । ଅଧକପ୍ ଓଟ୍ସରେ ୨୦୦ ମିଲିଗ୍ରାମର କ୍ୟାଲସିୟମ ରହିଥାଏ ।ତେଣୁ ଆପଣ ଏହାକୁ ମଧ୍ୟ ଖାଇ ପାରିବେ ।

– ୨ ଚାମଚ ଚିୟା ସିଡ୍ସରେ ୧୭୯ ମିଲିଗ୍ରାମର କ୍ୟାଲସିୟମ ରହିଛି । ଏହାକୁ ସ୍ମୁଦି କରି ପିଇପାରିବେ ।

– ସୋୟା ମିଲ୍କରେ ୫୦୦ ଗ୍ରାମର କ୍ୟାଲସିୟମ ରହିଛି ।

ଏହା ବ୍ୟତିତ ଆପଣ ଟୋଫୁ, ବ୍ରକୋଲି ,ବ ିନ୍ସ ଭଳି ପରିବା ମଧ୍ୟ ଖାଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.