ମିଳୁନି କି ପରିଶ୍ରମର ଫଳ! ତୁରନ୍ତ ଆପଣାନ୍ତୁ ଏହି ଉପାୟ, ପୁଣି ଦେଖନ୍ତୁ କମାଲ

ନିଜ ବର୍ତ୍ତମାନର ଜୀବନକୁ ସୁଖୀ ତଥା ଉତ୍ତମ ଭବିଷ୍ୟତ ପାଇଁ ପ୍ରତ୍ୟେକ ମଣିଷ କଠିନ ପରିଶ୍ରମ କରନ୍ତି। କିନ୍ତୁ ବହୁତ କମ୍‌ ଲୋକଙ୍କୁ ହିଁ ପରିଶ୍ରମର ଫଳ ମିଳିଥାଏ। ଏହି ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଅଧିକ ପରିଶ୍ରମ କରନ୍ତି, ହେଲେ ସେମାନଙ୍କୁ ସଫଳତା ମିଳି ନ ଥାଏ। ଏହା ସବୁ ଘରର ବାସ୍ତୁ ସମ୍ବନ୍ଧୀୟ ହୋଇଥାଏ। ଭୁଲ୍‌ ବାସ୍ତୁ ଯୋଗୁ ଏପରି ହୋଇଥାଏ, ଯାହା ପ୍ରତି ଆମେ ସଚେତନ ନ ଥାଉ। ଆଉ ସମସ୍ୟାକୁ ସାମ୍ନା କରିବାରେ ଲାଗିଥାଉ। ତେଣୁ ସମସ୍ତ ଚିନ୍ତାରୁ ମୁକ୍ତି ପାଇଁ ଆମେ ଆପଣଙ୍କୁ ବାସ୍ତୁର କିଛି ଉପାୟ ବତାଇବାକୁ ଯାଉଛୁ।

-ଘରେ ସବୁବେଳେ ଖାଦ୍ୟ ଖାଇବା ପୂର୍ବରୁ ଗାଈକୁ ଖୁଆଇବା ଉଚିତ, ଯଦ୍ଦ୍ଵାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିଥାଏ। ଏହାସହ ଧନ ସମ୍ବନ୍ଧୀୟ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ।

ant1

ଏହାସହ ପଢ଼ନ୍ତୁ: ପାଖେଇ ଆସିଲାଣି ପୂଜା: ଇଣ୍ଡିଆନ୍‌ ଆଉଟ୍‌ଫିଟରେ କ୍ୟାରି କରନ୍ତୁ ଏହି ଫୁଟ୍‌ୱେର୍‌, ଦେବ କ୍ଲାସିକ୍‌ ଲୁକ୍‌

-ଘରେ ଲକର କିମ୍ବା ରୋଷେଇ ଘରକୁ ଚପଲ ପିନ୍ଧି ଯାଆନ୍ତୁ ନାହିଁ। ଏହି ଜାଗାକୁ ଜୋତା, ଚପଲ ପିନ୍ଧି ଯିବା ଦ୍ୱାରା ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଘରେ କ୍ଷୀର ପାତ୍ରକୁ କେବେ ବି ଖୋଲା ରଖନ୍ତୁ ନାହିଁ। ଯଦି କ୍ଷୀର ଗରମ ଅଛି, ତା’ହେଲେ ତାହାକୁ ଜାଲିରେ ଘୋଡ଼ାଇ ଦିଅନ୍ତୁ ନଚେତ୍‌ କୌଣସି ପ୍ରକାରେ ଖୋଲା ଛାଡ଼ନ୍ତୁ ନାହିଁ।

-ପୂଜା କରିବା ସମୟରେ ଭଗବାନଙ୍କ ଉପରେ ଅର୍ପଣ କରୁଥିବା ଫୁଲ ପୂରାଦିନ ସେହି ସ୍ଥାନରେ ରହିଲେ, ନକାରାତ୍ମକ ଶକ୍ତି ଜାତ ହୋଇଥାଏ। ତେଣୁ ସକାଳେ ଚଢ଼େଇଥିବା ଫୁଲକୁ ସନ୍ଧ୍ୟାରେ ବାହାର କରିଦିଅନ୍ତୁ।

-ଘରେ କଣ୍ଟାଜାତୀୟ ଗୁଳ୍ମ ରଖିବା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ବିସ୍ତାର ହୁଏ। ତେଣୁ ଏହି ପ୍ରକାର ଗୁଳ୍ମକୁ କେବେ ବି ଘର ଭିତରେ ରଖନ୍ତୁ ନାହିଁ।

Leave A Reply

Your email address will not be published.