କେଶରେ ଲଗାନ୍ତୁ ବେବି ଅଏଲ୍, ସବୁ ଉଙ୍କୁଣି ତଳେ ପଡ଼ିଯିବେ, ଜାଣନ୍ତୁ ଏହିପରି ୬ଟି ଘରୋଇ ଉପଚାର
ମୁଣ୍ଡରେ ଉଙ୍କୁଣି ହେବା ଏକ ସାଧାରଣ କଥା। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ, ପ୍ରାୟ ସବୁ ପ୍ରକାର କେଶରେ ଏହା ରହିପାରିଥାଏ। କିନ୍ତୁ ଅନେକ ଏଥିଯୋଗୁ ସମସ୍ୟାରେ ପଡ଼ିଥାଆନ୍ତି। ପରଜୀବୀ ହୋଇଥିବାରୁ ଉଙ୍କୁଣି ମୁଣ୍ଡରେ ରହି ମଣିଷର ରକ୍ତ ପିଇଥାଏ। ଏହା କେଶ ଭିତରେ ରହି ଅଣ୍ଡା ଦେବା ସହ ଅନ୍ୟ ମୁଣ୍ଡକୁ ମଧ୍ୟ ଡେଇଁଥାଏ। ଯଦି ଆପଣ ବି ଏହି ସମସ୍ୟା ପାଇଁ ଚିନ୍ତିତ, ତା’ହେଲେ ଆଜି ଆମେ ଆପଣଙ୍କୁ ଏହାର ୬ଟି ଘରୋଇ ଉପଚାର ବିଷୟରେ କହିବୁ।
୧. (ରସୁଣ) ୮/୧୦ଟି ରସୁଣ କୋଲାକୁ ପେଶି ଏହାକୁ ଲେମ୍ବୁ ରସରେ ମିଶାନ୍ତୁ। ଏହାକୁ ନେଇ କେଶ ମୂଳରେ ଲଗାନ୍ତୁ। ଅଧ ଘଣ୍ଟା ପରେ ହାଲୁକା ଗରମ ପାଣିରେ କେଶ ଧୋଇନିଅନ୍ତୁ। ରସୁଣ ଗନ୍ଧରେ ଉଙ୍କୁଣି ସବୁ ମରିଯାଆନ୍ତି।
୨. (ନିମ୍ବ ତେଲ) ରାତିରେ ନିମ୍ବ ତେଲ ଲଗାଇ ଶୁଅନ୍ତୁ ଏବଂ ସକାଳୁ ହାଲୁକା ଗରମ ପାଣିରେ ମୁଣ୍ଡ ଧୁଅନ୍ତୁ।
୩. (କର୍ପୂର) ଉଙ୍କୁଣି ମାରିବାର ସବୁଠାରୁ ବେଷ୍ଟ ଉପଚାର ହେଉଛି କର୍ପୂର। ନଡ଼ିଆ ତେଲରେ କର୍ପୂର ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାଇ ଶୁଅନ୍ତୁ। ସକାଳୁ ଉଠି ବଡ଼ ଦାନ୍ତ ପାନିଆରେ ଭଲ ଭାବେ ମୁଣ୍ଡ କୁଣ୍ଡାଇ ଦିଅନ୍ତୁ। ଦେଖିବେ, ମୁଣ୍ଡରେ ମରିଯାଇଥିବା ଉଙ୍କୁଣି ସବୁ ସହଜରେ ବାହାରକୁ ବାହାରି ଆସିବେ।
୪. (ଧଳା ଭିନେଗାର) ଶୋଇବା ପୂର୍ବରୁ ଧଳା ଭିନେଗାର ନେଇ ନିଜ କେଶରେ ଲଗାନ୍ତୁ। ଏହାପରେ ଟାେଓ୍ଵଲରେ ନିଜ ମୁଣ୍ଡକୁ ଢାଙ୍କି ଦିଅନ୍ତୁ। ସକାଳୁ ଉଠି ମୁଣ୍ଡ ଧୁଅନ୍ତୁ। ଶାମ୍ପୁ କରିବା ପରେ ମୁଣ୍ଡ କୁଣ୍ଡାଇଲେ ଉଙ୍କୁଣି ସବୁ ବାହାରିଯିବେ।
୫. (ପିଆଜ ରସ) ପିଆଜରୁ ରସ ବାହାର କରି କେଶରେ ଭଲ ଭାବେ ମାଲିସ୍ କରନ୍ତୁ। ୧୦/୧୫ ମିନିଟ୍ ପରେ ମୁଣ୍ଡକୁ ଢାଙ୍କି ଦିଅନ୍ତୁ। ପିଆଜ ରସ ସଂସ୍ପର୍ଶରେ ଆସିଲେ ଉଙ୍କୁଣିମାନେ ନିଃଶ୍ୱାସ ନେଇପାରନ୍ତି ନାହିଁ।
୬. (ବେବି ଅଏଲ୍) ମୁଣ୍ଡରେ ବେବି ଅଏଲ୍ ଲଗାଇ ପାନିଆରେ କୁଣ୍ଡାଇ ଦିଅନ୍ତୁ, ଦେଖିବେ ସବୁ ଉଙ୍କୁଣି ତଳେ ପଡ଼ିଯିବେ। ଏହାପରେ ଗରମ ପାଣି ଏବଂ ଡିଟରଜେଣ୍ଟରୁ ସାମାନ୍ୟ ନେଇ କେଶ ଧୁଅନ୍ତୁ।