ଯଦି ଆପଣ ଖାଉନାହାନ୍ତି ନନ୍-‌ଭେଜ, ତ ପ୍ରୋଟିନ୍‌ର ଅଭାବକୁ ପୂରଣ କରନ୍ତୁ ଭେଜ୍‌ର ଏହି ସବୁ ଖାଦ୍ୟ ଖାଇ

ଯେଉଁ ଲୋକ ଚିକେନ୍‌ କିମ୍ବା କୌଣସି ବି ପ୍ରକାର ନନ୍‌ଭେଜ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ହୋଇଥାଏ କି, ଏମିତି କ’ଣ ଖାଇବେ, ଯେଉଁଥିରୁ ପ୍ରୋଟିନ୍‌ ମିଳିପାରିବ। ପୁରୁଷମାନଙ୍କୁ ଦୈନିକ ୫୬ ଗ୍ରାମ ପ୍ରୋଟିନ୍‌ର ଆବଶ୍ୟକତା ପଡ଼ିଥାଏ। ମହିଳାମାନଙ୍କ ପାଇଁ ଦୈନିକ ୪୬ ଗ୍ରାମ ପ୍ରୋଟିନ୍‌ ଦରକାର ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ନିରାମିଷାଶୀମାନେ ଏମିତି କେଉଁ ଜିନିଷ ସେବନ କରିବା ଉଚିତ, ଯାହା ପ୍ରୋଟିନ୍‌ର ଅଭାବକୁ ପୂରାଣ କରିପାରିବ।

ନିରାମିଷାଶୀଙ୍କ ପାଇଁ

ପାଳଙ୍ଗ: ୧ କପ୍‌ ପାଳଙ୍ଗରେ ୩୦ ଗ୍ରାମ ପ୍ରୋଟିନ

ବନ୍ଧାକୋବି: ୧ କପ୍‌ ବନ୍ଧାକୋବିରେ ୭୦ ଗ୍ରାମ ପ୍ରୋଟିନ

ବ୍ରୋକଲି: ୧ କପ୍‌ରେ ୯୧ ଗ୍ରାମ ପ୍ରୋଟିନ୍‌

ଫୁଲକୋବି: ଏକ ମିଡିୟମ୍‌ ସାଇଜ୍‌ କୋବିରେ ୧୦୦ ଗ୍ରାମ ପ୍ରୋଟିନ

ମସ୍‌ରୁମ: ୧ କପ୍‌ ଧଳା ମସ୍‌ରୁମରେ ୧୦୩ ଗ୍ରାମ ପ୍ରୋଟିନ

ଗ୍ରୀନ୍‌ ମଟର: ୧ କପ୍‌ରେ ୭.୯ ଗ୍ରାମ ପ୍ରୋଟିନ

ଛୋଲେ: ଅଧା କପ୍‌ରେ ୭.୩ ଗ୍ରାମ

ରାଜମା: ୧ କପ୍‌ରେ ୧୩ ଗ୍ରାମ

ଡ୍ରାଏ ଫ୍ରୁଟସ୍‌: ଗୋଟିଏ ମୁଠାରେ ୫-୬ ଗ୍ରାମ

ସିଝା ଯାଇଥିବା ସବୁଜ ସୋୟାବିନ୍‌: ଏକ ଚତୁର୍ଥାଂଶ କପ୍‌ରେ ୮.୪ ଗ୍ରାମ

ଅନ୍ୟ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ

୧. ବାଦାମ ପ୍ରୋଟିନ୍‌ର ଏକ ବଢ଼ିଆ ସ୍ରୋତ। ଡାଏଟ୍‌ରେ ଆପଣ ବାଦାମ ଯେଉଁଭଳି ଭାବେ ବି ଖାଇପାରିବେ। ଆପଣ ଚାହିଁଲେ ଏହାକୁ ଅଙ୍କୁରିତ କରି ନଚେତ୍‌ ଭାଜି ଖାଇପାରିବେ।

୨. ମୁଗ ଡାଲି ଏବଂ କଳା ଚଣାରେ ଆପଣ ଗଜା ବନାଇ ପାରିବେ। ଗଜାରେ ବହୁତ ପ୍ରୋଟିନ୍‌ ରହିଥାଏ।

୩. ସୋୟାରେ ତିଆରି ପ୍ରଡକ୍ଟ ବି ପ୍ରୋଟିନର ଭଲ ସୋର୍ସ ହୋଇଥାଏ। ସୋୟା ପନିର, ସୋୟା ବଡ଼ି ଖାଇପାରିବେ।

୪. କ୍ଷୀର, ଦହି ଏବଂ ପନିର ଯୁକ୍ତ ଖାଦ୍ୟ ଖାଇପାରିବେ।

Leave A Reply

Your email address will not be published.