ଲାଇଫ୍ ଷ୍ଟାଇଲ୍

ସାବଧାନ ଯଦି ଗୋଟିଏ ବୋତଲରେ ବାରମ୍ବାର ପାଣି ପିଅନ୍ତି, ତାହେଲେ ହୋଇପାରେ ଏହି ସମସ୍ୟା

ଲୋକଙ୍କ ବର୍ତ୍ତମାନର ଖରାପ ଲାଷ୍ଟାଇ ଷ୍ଟାଇଲ ଯୋଗୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଆମକୁ ପ୍ରତିଦିନର ଲାଇଫ୍‌ ଷ୍ଟାଇଲ ଉପରେ ଧ୍ୟାନ ଦେବେ ଉଚିତ । ସେହିପରିି ପାଣି ପିଇବା ଆମର ଦୈନିକ କାର୍ଯ୍ୟର ଏକ ସାଧାରଣ ଅଭ୍ୟାସ ଏବଂ ଯେହେତୁ ଆମେ ସମସ୍ତେ ଜାଣୁ ଯେ ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଅନେକ ଥର ଏପରି ହୋଇଥାଏ ଯେ ଆମେ ଗୋଟିଏ ଗ୍ଲାସରେ ଅନେକ ଥର ପାଣି ପିଇଥାଉ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଗ୍ଲାସରେ ବାରମ୍ବାର ପାଣି ପିଇବା ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ ।

ଆପଣମାନେ ତ ଜାଣିଥିବେ ଯେ ଆମ ଶରୀର ୭୦ ପ୍ରତିଶତ ଜଳରେ ଗଠିତ ହୋଇଥାଏ ଏବଂ ଏଭଳି ପରିସ୍ଥିତିରେ ଏହା ମଧ୍ୟ ଏକ ସତ୍ୟ ଯେ ପାଣି ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାଦ୍ୱାରା ଆମ ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ ଏବଂ ଆମେ ପୂରା ଦିନ ସତେଜ ରହିଥାଉ ।

ପ୍ରାୟତଃ ଲୋକମାନେ ଗୋଟିଏ ହିଁ ଗ୍ଲାସ କିମ୍ବା ବୋତଲରେ ଲୋକମାନେ ଅନେକ ଥର ପାଣି ପିଇଥାନ୍ତି । ଏହାର କାରଣ ନା କେବଳ ଲୋକଙ୍କ ଆଳସୁଆପଣ ବରଂ ଏହା ଅନେକ ଲୋକଙ୍କର ଅଭ୍ୟାସ ମଧ୍ୟ ହୋଇଥାଏ । ତେବେ ବହୁତ ଲୋକମାନେ ଏହା ଜାଣିନାହାନ୍ତି ଯେ ଗୋଟିଏ ପାତ୍ରରେ ବାରମ୍ବାର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

କାରଣ ଗୋଟିଏ ଗ୍ଲାସରେ ବାରମ୍ବାର ପାଣି ପିଇବା ଦ୍ୱାରା ସେଥିରେ ଏକ ପ୍ରକାରର ଭାଇରସ ଜମା ହୋଇଥାନ୍ତି । ଏହିପରି ଭାବେ ଗୋଟିଏ ଗ୍ଲାସରେ ପାଣି ପିଇବା ଦ୍ୱାରା ସେହି ଭାଇରାସ ପେଟକୁ ଯାଇଥାଏ । ଯାହା ଫଳରେ ଆମ ଶରୀରରେ ବାନ୍ତି ଓ ପେଟ ସମ୍ଭନ୍ଧୀୟ ସମସ୍ୟା ବାହାରିବାକୁ ଲାଗିଥାଏ । କେବଳ ଏତିକି ନୁହେଁ ଥରେ ବ୍ୟବହାର କରିଥିବା ଗ୍ଲାସ ଯାହା ସମ୍ପୂର୍ଣ୍ଣ ପରିଷ୍କାର ଦେଖାଯାଏ ତାହା ଆମ ଶରୀରରେ ଗମ୍ଭୀର ରୋଗ ସୃଷ୍ଟି କରିପାରେ ।

ଆମେମାନେ ଗ୍ଲାସକୁ ସାବୁନ ଏବଂ ପାଣିରେ ଭଲ ଭାବରେ ଧୋଇଥାଉ । ଏହା ସହ ଗ୍ଲାସର ଉପର ଅଂଶକୁ ଘଷିବା ଏବଂ ଧୋଇବା ଉଚିତ କାରଣ ଗ୍ଲାସର ଉପର ଅଂଶକୁ ଆମେ ଓଠରେ ଲଗାଇ ପାଣି ପିଇଥାଉ ଏବଂ ଏହି କାରଣରୁ ଆମ ଶରୀରର କିଛି ଜୀବାଣୁ ଗ୍ଲାସର ଉପର ଅଂଶରେ ଲାଗିଥାଏ ଯାହା ପରେ ସଂକ୍ରାମକ ଜୀବାଣୁ ରୂପେ ଗ୍ରହଣ କରିଥାଏ । ଏଥିପାଇଁ ଆପଣ ସମୟ ସମୟରେ ନିଜ ପିଇବା ପାଣି ବୋତଲକୁ ବଦଳାନ୍ତୁ । ସେହିପରି ଜଗ୍ କିମ୍ବା ପାତ୍ରକୁ ପ୍ରତିଦିନ ଥରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ପାଣି ପିଇବା ପାଇଁ ଆପଣ ବ୍ୟବହାର କରୁଥିବା ସମସ୍ତ ବାସନକୁ ଏକ ସଫା ସ୍ଥାନରେ ରଖନ୍ତୁ । ଏପରି କରିବା ଦ୍ୱାରା ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ ।

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

16 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

18 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

22 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

23 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

28 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

37 mins ago