ପାମ୍ପଡ ଖାଉଛନ୍ତି ଯଦି ହୋଇଯାଆନ୍ତୁ ସାବଧାନ, ଜାଣି ରଖନ୍ତୁ ଏହି ୫ଟି ପାର୍ଶ୍ୱ ପ୍ରତିକ୍ରିୟା

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଯଦି ଆପଣ ବି ପାମ୍ପଡ଼ ଖାଉଛନ୍ତି, ତା’ହେଲେ ଏହାର କ୍ଷତି ବିଷୟରେ ବି ଜାଣି ରଖନ୍ତୁ। ଏହି ଚଟପଟା ଏବଂ ରାଗ ପାମ୍ପଡ଼ ଆପଣଙ୍କ ଜିଭକୁ ଭଲ ଲାଗିପାରେ ସତ, କିନ୍ତୁ ଏହା ଆପଣଙ୍କ ପେଟ ଏବଂ ସ୍ୱାସ୍ଥ୍ୟ ଉପରେ ନିହାତି ଭାବେ ଭାରି ପଡ଼ିପାରେ। ଆଜି ଆମେ ଆପଣଙ୍କୁ ସେହି ୫ଟି କାରଣ ବିଷୟରେ କହିବୁ, ଯେଉଁଥିପାଇଁ ଆପଣଙ୍କୁ ପାମ୍ପଡ଼ ଖାଇବାଠୁ ଦୂରେଇ ରହିବା ଉଚିତ।

୧. ଦୁଇଟି ପାମ୍ପଡ଼ ଗୋଟିଏ ରୁଟି ବରାବର ହୋଇଥାଏ। ଯଦି ଆପଣ ଡାଇଟିଙ୍ଗ କରୁଛନ୍ତି ଏବଂ କମ୍‌ ଖାଇବା ଚକ୍କରରେ ପାମ୍ପଡ଼ ଖାଇ ପେଟ ଭରୁଛନ୍ତି, ତା’ହେଲେ ଏହାଦ୍ୱାରା ଓଜନ କମ ହେବା ମୁସ୍କିଲ ହୋଇଯିବ।

୨. ପାମ୍ପଡ଼କୁ ହାତରେ ବନାଯାଇଥାଏ ଏବଂ ଏହାକୁ ଶୁଖାଇବା ପାଇଁ ଶୁଖିଲା ଖରାରେ ରଖାଯାଏ, ଯେଉଁଠି ପାମ୍ପଡ଼ ଉପରେ ଧୂଳି, ବାଲି ଜମା ହୋଇଯାଇଥାଏ। ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼ିପାରେ।

papad

୩. ଛଣା ପାମ୍ପଡ଼ରେ ତେଲ ଏବଂ ଫ୍ୟାଟ୍‌ ଅଧିକ ରହିଥାଏ। ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଭଜା ବା ଛଣା ପାମ୍ପଡ଼ରେ ଏକ୍ରିଲାମାଇଡ ରହିଛି, ଯାହାକି ଏକ ଟକ୍ସିନ, ଏହାର ମାତ୍ରା ବଢ଼ିଯାଇଥାଏ। ଏହାଦ୍ୱାରା ଭୟଭୀତ, ମୁଡ୍‌ ସ୍ୱିଙ୍ଗ୍‌, ବିଚଳିତ ଭଳି ସମସ୍ୟା ଆସିପାରେ।

୪. ପାମ୍ପଡ଼ରେ ସବୁବେଳେ ଆର୍ଟିଫିସିଆଲ୍‌ ଫ୍ଲେଭର ଏବଂ ମସଲା ମିଶାଯାଇଥାଏ। ଏହାକୁ ଖାଇବା ଦ୍ୱାରା ପେଟ ଖରାପ ଏବଂ ଅପଚ ସମସ୍ୟା ଦେଖାଦେଇପାରେ।

୫. ପାମ୍ପଡ଼ ତିଆରିରେ ହୋଇପାରେ ଭଲ କ୍ୱାଲିଟିର ଡାଲି ଏବଂ ଚାଉଳ ବ୍ୟବହାର କରାଯାଇ ନ ଥାଇପାରେ। ଯାହାଫଳରେ ଏହା ଜିଭର ସ୍ୱାଦ ଏବଂ ସ୍ୱାସ୍ଥ୍ୟକୁ ମଧ୍ୟ ବିଗାଡ଼ି ଦେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.