ବ୍ରଶ କରିବା ସମୟରେ ବାନ୍ତି ହେଉଛି କି? ଜାଣନ୍ତୁ ଏହା ପଛର ରହସ୍ୟ

କିଛି ଲୋକଙ୍କୁ ବ୍ରଶ୍ କରିବା ସମୟରେ ବାନ୍ତି ଲାଗିଥାଏ । ବାନ୍ତି ଲାଗିବାରେ ଅନେକ କାରଣ ରହିଛି ହେଲେ ବ୍ରଶ୍ କରିବା ସୟରେ ବାନ୍ତି ଲାଗିବାଟା ଭିନ୍ନ ହୋଇଥାଏ । ଯଦି ଆପଣଙ୍କର ବ୍ରଶ୍ କରିବା ସମୟରେ ବାନ୍ତି ହୋଇଥାଏ ତେବେ ଜାଣନ୍ତୁ ଯେ ପେଟର କିଛି ସମସ୍ୟା ପାଇଁ ଏହା ହେଉଛି । ଯଦି ରାତିରେ କିଛି ହେବି ଖାଦ୍ୟ ଖାଇଛନ୍ତି ଏହା ହଜମ ନହୋଇ ବାନ୍ତି ଦ୍ୱାରା ବାହାରିଥାଏ । ଏହା ସହ ଏହି ଅସୁବିଧା ହେଲେ ଏହା ବ୍ରଶ୍ କରିବା ସମୟରେ ବାନ୍ତି ହିଁ ହୋଇଥାଏ । ଏହା ହେବା ପ୍ରକୃତରେ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ । ଆସନ୍ତୁ ଜାଣିବା ବ୍ରଶ୍ କରିବା ସମୟରେ ବାନ୍ତି ହେବାର କାରଣ ।

ଗ୍ୟାଷ୍ଟିକ୍ ରିଫ୍ଳକ୍ସ :

ବାନ୍ତି ହେବାର ମୁଖ୍ୟ କାରଣ ହେଉଛି ଗ୍ୟାଷ୍ଟିକ୍ । ଯଦି ଆପଣଙ୍କର ଗ୍ୟାସ୍ ହୋଇଥାଏ ତେବେ ଆପଣ ଜାଣିଥିବେ ଯେ ଏହା ନିଶ୍ଚିତ ଭାବରେ ବାନ୍ତି ହୋଇଥାଏ । ଏହି ସମୟରେ ବାନ୍ତି ହେବାର କାରଣ ହେଉଛି, ପେଟରେ ଥିବା ଏସିଡିଟି କାରଣରୁ ଏହା ବ୍ରଶ କରିବା ସମୟରେ ହିଁ ବାନ୍ତି ଲାଗିଥାଏ । ଏହା ସହ ବାନ୍ତି ମଧ୍ୟ ହୋଇଯାଏ । କେବଳ ପେଟ ସମସ୍ୟା କାରଣରୁ ବ୍ରଶ୍ କରିବା ସମୟରେ ହିଁ ବାନ୍ତି ଲାଗିଥାଏ ।

କିଡନୀ ଖରାପ ହେବାର ଲକ୍ଷଣ :

ବ୍ରଶ୍ କରିବା ସମୟରେ ଯଦି ବାନ୍ତି ହେଉଥାଏ ତେବେ ଏହା କିଡନୀ ଉପରେ ପ୍ରଭାବ ପକାଇଥାଏ । ଯେତେବେଳେ କିଡନୀ କାର୍ଯ୍ୟ ପ୍ରଭାବିତ ହୋଇଥାଏ ସେତେବେଳେ ପେଟର ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ପେଟର ସମସ୍ୟା ବଢ଼ିଥାଏ ତେବେ ବାନ୍ତି ଲାଗିଥାଏ ଏହା ଖାସ୍ କରି ବ୍ରଶ୍ କରିବା ସମୟରେ ହିଁ ବାନ୍ତି ହୋଇଥାଏ । ଯଦି ଆପଣଙ୍କର ଏହା ବାରମ୍ବାର ହେଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ନଚେତ୍ ଅନେକ ସମସ୍ୟାରେ ସମ୍ମୁଖୀନ ହେବେ ।