ଜିନିଷ ଭୁଲିଯାଉଛନ୍ତି କି ? ତୁରନ୍ତ ଆପଣାନ୍ତୁ ଏହି ଉପାୟ

ପ୍ରାୟ ସମୟରେ ଆମେ ଛୋଟ ଛୋଟ ଜିନିଷ ଭୁଲି ଯାଇଥାଉ। ଏହା ମଣିଷ ସ୍ବଭାବର ଅଙ୍ଗ ଅଟେ ଯାହା ଆମେ କିଛି ନା କିଛି ଜିନିଷ ଭୁଲି ଯାଇଥାଉ। କେତେକ ଥର ଏହି ଅଭ୍ୟାସ ଆପଣଙ୍କୁ ବଡ ବଡ ଅସୁବିଧାରେ ପକାଇ ଦେଇଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ସମସ୍ତେ ଆଗକୁ ଯିବାକୁ ଚାହୁଁଛନ୍ତି ଯାହାର ପ୍ରଭାବ ତାଙ୍କର ମସ୍ତିଷ୍କରେ ପଡିଥାଏ। ଏମିତି ହେବା ଦ୍ବାରା ଭୁଲିବା ରୋଗ ହୋଇଯାଇଥାଏ। ଯଦି ଆପଣଙ୍କୁ ମଧ୍ୟ ଭୁଲିବା ରୋଗ ହୋଇଥାଏ ଏବଂ ଆପଣ ଏଥିରେ ପୁରାପୁରୀ ଭାବରେ ଚିନ୍ତାରେ ଅଛନ୍ତି ତେବେ ଆସନ୍ତୁ ଜାଣିବା।

forgotten1ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ଉପଯୁକ୍ତ ପୋଷକ ତତ୍ତ୍ବର ବ୍ୟବହାର କରିବା ଭୁଲି ଯାଇଛନ୍ତି, ଯେଉଁଥିରେ ମସ୍ତିଷ୍କ ତୀବ୍ର ହୋଇଯାଏ। ଟେକନିକ୍ ବଢ଼ିବା ସହିତ ଆମେ ସମ୍ପୂର୍ଣ୍ଣ ଭାବରେ ତାହା ଉପରେ ନିର୍ଭର ହୋଇଯାଇଛୁ ଏବଂ ସେହି କାରଣରୁ ଆମ ମସ୍ତିଷ୍କରେ ସିଧା ପ୍ରଭାବ ପକାଇଥାଏ।

ଏହା ସହ ପଢ଼ନ୍ତୁ : କଣ ହେଲମେଟ୍ ପିନ୍ଧିବା ଯୋଗୁଁ ଚନ୍ଦା ହେବାର ଆଶଙ୍କା ବଢିଥାଏ କି ?

ମସ୍ତିଷ୍କରେ ପ୍ରଭାବ ପଡିବା କାରଣରୁ ଆମେ ଛୋଟ ଛୋଟ ଜିନିଷ ଭୁଲିବାକୁ ଲାଗୁଛନ୍ତି ଏବଂ ଏହି କାରଣରୁ ଆମେ ଅନେକ କଥା ଭୁଲି ଯାଇଥାଉ ଯାହାର ପ୍ରଭାବ ଆମ କ୍ୟାରିୟର ଏବଂ ସମ୍ପର୍କ ଉପରେ ପଡିଥାଏ। ଆଜି ଆମେ ଆପଣଙ୍କୁ ସ୍ମରଣ ଶକ୍ତି ବଢ଼ାଇବା ପାଇଁ କିଛି ଘରୋଇ ଉପଚାର ଜଣାଇବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ସ୍ମରଣଶକ୍ତି ବଢ଼ାଇବାର ଘରୋଇ ଉପାୟ

ପ୍ରଚୁର ପାଣି ପିଅନ୍ତୁ

Water-Intake-Calculatorଶରୀରରେ ପାଣିର ପ୍ରଭାବ କମ୍ ହେବା କାରଣରୁ ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ। ଯେଉଁ କାରଣରୁ ଭୁଲିବା ରୋଗ ହୋଇଯାଇଥାଏ। ଏଥିପାଇଁ ସମସ୍ତଙ୍କୁ ଦୈନିକ ୮ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ। ଏଥିରେ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଥାଏ।

ମେଡିଟେସନ କରନ୍ତୁ

meditation_sunସ୍ମରଣ ଶକ୍ତି ବଢ଼ାଇବା ପାଇଁ ମେଡିଟେସନର ବହୁତ ଆବଶ୍ୟକ ହୋଇଥାଏ। କାରଣ ଧ୍ୟାନ କେନ୍ଦ୍ରିତ ନହେବା କାରଣରୁ ଭୁଲିବା ରୋଗ ହୋଇଥାଏ, ଯେଉଁ କାରଣରୁ ଆପଣ ଜିନିଷକୁ ଭୁଲି ଯାହାନ୍ତି। ଏଥିପାଇଁ ପ୍ରତିଦିନ ୧୦ ମିନିଟ ପର‌୍ୟ୍ୟନ୍ତ ମେଡିଟେସନ କରିବା ଉଚିତ, ଏପରି କରିବା ଦ୍ବାରା ଆପଣଙ୍କ ସମସ୍ୟା ଦୂର ହୋଇଯାଏ।

ବାଦାମ

almondକୁହାଯାଏଯେ ବାଦାମରେ ଥିବା ଗୁଣ ସ୍ମରଣ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଯେଉଁ କାରଣରୁ ଗୋଟିଏ କିମ୍ବା ଦୁଇଟି ବାଦାମ ଖାଇବା ଆବଶ୍ୟକ। ଏହାଛଡା ବାଦାମ ସେବନ କରିବା ଦ୍ବାରା ମସ୍ତିଷ୍କ ମଜବୁତ ହୋଇଥାଏ ଏବଂ ଏଥିପାଇଁ ଆପଣଙ୍କୁ ଭୁଲିବା ରୋଗ ହୋଇନଥାଏ। ବାଦାମ ଛୋଟ ପିଲାଙ୍କୁ ନିଷ୍ଚୟ ଦେବା ଆବଶ୍ୟକ କାରଣ ଏଥିରେ ତାଙ୍କର ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ।

ଡାର୍କ ଚକୋଲେଟ

chocholateଡାର୍କ ଚକୋଲେଟ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି କୁହାଯାଏ। କିନ୍ତୁ ଏହାକୁ ଖାଇବା ଦ୍ବାରା ମସ୍ତିଷ୍କ ସମ୍ପୁର୍ଣ୍ଣ ଭାବରେ ଶାନ୍ତ ହୋଇଯାଇଥାଏ ଏବଂ ଆପଣଙ୍କୁ ଭୁଲିବା ରୋଗ ହୋଇନଥାଏ। ଏଥିପାଇଁ ଆପଣ ଅନ୍ୟ ଚକୋଲେଟ ଯାଗାରେ ଡାର୍କ ଚକୋଲେଟ ଖାଆନ୍ତୁ କାରଣ ଏଥିରେ ଆପଣଙ୍କ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବରେ ଶାନ୍ତ ରହିବ।

ଭରପୂର ନିଦ୍ରା ନିଅନ୍ତୁ

sleepପ୍ରତ୍ୟେକଦିନ ସବୁ ମଣିଷଙ୍କୁ ୮ ଘଣ୍ଟା ଶୋଇବା ଉଚିତ। ଏଥିରେ ମସ୍ତିଷ୍କରେ ହେଉଥିବା ଅସ୍ତବ୍ୟସ୍ତ ସମ୍ପୁର୍ଣ୍ଣ ଭାବରେ ଶାନ୍ତ ହୋଇଯାଇଥାଏ ଏବଂ ଆପଣଙ୍କୁ ଭୁଲିବା ରୋଗରୁ ମୁକ୍ତି ମିଳିଥାଏ କାରଣ ନିଦ ସମ୍ପୁର୍ଣ୍ଣ ନହେଲେ ଏହା ମସ୍ତିଷ୍କରେ ପ୍ରଭାବ ପକାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.