ରାତିରେ ଗାଡି ଚଲାଇବା ବେଳେ ଏହି ସବୁ କଥା ଉପରେ ରଖନ୍ତୁ ଧ୍ୟାନ, ଦୁର୍ଘଟଣାରୁ ବଞ୍ଚିଯାଇପାରେ ଆପଣଙ୍କ ଜୀବନ

ଅଧିକାଂଶ ଲୋକ ରାତିରେ ଡ୍ରାଇଭିଂ କରିବା ବହୁତ ପସନ୍ଦ କରିଥାନ୍ତି। ଅଳ୍ପ ବାଟ ଯିବା କଥା ତ ସାଧାରଣ କଥା କିନ୍ତୁ ଯଦି ଆପଣ ଅଧିକ ବାଟ ଯାତ୍ରା କରିଥାନ୍ତି ତେବେ ଅନେକ ଜିନିଷ ଉପରେ ଧ୍ୟାନ ରଖିବାକୁ ପଡିଥାଏ। ଆପଣଙ୍କ ଅସାବଧାନତା ଯୋଗୁଁ ବଡ ଦୁର୍ଘଟଣା ଘଟିପାରେ।

ଠିକ୍‌ ଭାବେ ନିଦ ପୂରଣ କରନ୍ତୁ:

ଯଦି ଆପଣ ରାତିରେ ବାହାରକୁ ଯିବା ନିତାନ୍ତ ଆବଶ୍ୟକ ହୋଇଥାଏ ତେବେ କିଛି ସମୟ ଶୋଇପଡନ୍ତୁ। ରାତି ୩ଟା ରୁ ୫ ପର୍ଯ୍ୟନ୍ତ ସମୟ ଅଧିକ ବିପଦପୂର୍ଣ୍ଣ ରହିଥାଏ। ଏହି ସମୟରେ ଗଭୀର ନିଦ ହୋଇଥାଏ। ତେଣୁ କରି ଦୂରକୁ ଯାତ୍ରା କରିବାକୁ ହେଲେ ନିଦ୍ରା ପୂରଣ କରିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ଦୁର୍ଘଟଣାରୁ ବର୍ତ୍ତି ପାରିବେ।

ମଦ୍ୟପାନ କରି ଗାଡି ଚଳାନ୍ତୁ ନାହିଁ :

ମଦ୍ୟପାନ କରି ଗାଡି ଚଲାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଆପଣଙ୍କୁ ଦଣ୍ଡ ମିଳିପାରେ। ଏହା ସହିତ ଦୁର୍ଘଟଣା ମଧ୍ୟ ଘଟିପାରେ। ରାତି ସମୟରେ ମଦ୍ୟପାନ କରି ଗାଡି ଚଳାଇବା ଅଧିକ ବିପଦପୂର୍ଣ୍ଣ।

ଗତି ଉପରେ ନିୟନ୍ତ୍ରଣ :

ରାତିରେ କାର ଚଲାଇବା ସମୟରେ ଗାଡିର ସ୍ପିଡ୍‌ କମ୍‌ ରଖନ୍ତୁ। ରାତିରେ ଅଧିକ ସ୍ପିଡ ବ୍ରେକର ଦେଖାଯାଏନାହିଁ। ଯଦି ଗାଡିର ସ୍ପିଡ କମ୍‌ ରହିଥିବ ବ୍ରେକ ମାରିପାରିବେ। ଏପରି କରିବା ଦ୍ୱାରା ଦୁର୍ଘଟଣା ସମୟରେ ମଧ୍ୟ ଆପଣ ନିଜ ଗାଡି ଉପରେ ନିୟନ୍ତ୍ରଣ ରଖିପାରିବେ।

ଝରକା ଅଳ୍ପ ଖୋଲା ରଖନ୍ତୁ :

ରାତିରେ ଗାଡି ଚଲାଇବା ବେଳେ ଗାଡିରେ ଅଧିକ ସାଉଣ୍ଡ ଦେଇ ଗୀତ ଶୁଣନ୍ତୁ ନାହିଁ। ଗାଡିର ଝରକା ଅଳ୍ପ ଖୋଲା ରଖନ୍ତୁ। ଯାହା ଫଳରେ ଆପଣ ଡ୍ରାଇଭ କରିବା ସମୟରେ ସତର୍କ ରହିବେ।

ଯାତ୍ରା ମଝିରେ ବ୍ରେକ ନିଅନ୍ତୁ :

ଯଦି ଆପଣ ଅଧିକ ବାଟ ଯାତ୍ରା କରୁଛନ୍ତି ତେବେ ମଝିରେ ମଝିରେ ଗାଡି ରଖି ବ୍ରେକ ନିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ କିଛି ସମୟ ଆରାମ ମିଳିବା ସହ କାରକୁ ମଧ୍ୟ କିଛି ସମୟ ଆରାମ ମିଳିବ।

ସର୍ଟ କଟ୍‌ ନିଅନ୍ତୁ ନାହିଁ :

ରାତିରେ ଡ୍ରାଇଭିଂ କଲାବେଳେ ଅଧିକାଂଶ ଲୋକ ସର୍ଟକଟ ମାରିଥାନ୍ତି। ଯାହା ଅତି ବିପଦପୂର୍ଣ୍ଣ। ତେଣୁ ରାତିରେ ଗାଡି ଚଲାଇବା ବେଳେ ସଟ କଟ୍‌ ନିଅନ୍ତୁ ନାହିଁ।

ଦୂରତା ରଖନ୍ତୁ :

ରାସ୍ତାରେ ଯାଇଥିବା ବେଳେ ଅନ୍ୟ ଗାଡି ଠାରୁ ନିୟମିତ ଦୂରତା ରଖନ୍ତୁ। ଏପରି କରିବା ଫଳରେ ହଠାତ୍‌ ବ୍ରେକ ମାରୁଥିବା ଗାଡି ଠାରୁ ନିଜକୁ ଦୂରେଇ ରଖିପାରିବେ।

ଏକୁଟିଆ ଯାତ୍ରା କରନ୍ତୁ ନାହିଁ :

ରାତିରେ ଯାତ୍ରା କରିବା ବେଳେ ଏକୁଟିଆ ଯାତ୍ରା କରିବା ବିପଦପୂର୍ଣ୍ଣ। ତେଣୁ ଏକୁଟିଆ ନ ଯାଇ ଯଦି ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାମରେ ଯିବାର ରହିଛି, ତେବେ ସାଙ୍ଗ କିମ୍ବା ଘରର ଲୋକଙ୍କୁସାଙ୍ଗରେ ନେଇ ଯାଆନ୍ତୁ।

ଏହିସବୁ କଥାକୁ ଧ୍ୟାନରେ ରଖିବା ଫଳରେ ଆପଣ ବଡ ଦୁର୍ଘଟଣାରୁ ରକ୍ଷା ପାଇପାରିବେ। ଏହାଛଡା ଯଥାସମ୍ଭବ ରାତ୍ରି ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ।

Swagatika

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

29 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

31 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

37 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

46 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

46 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago