ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିଲେ ଆପଣ ହୋଇଯିବେ ମାଲାମାଲ୍‌, ଖୁବ୍‌ ଜଲଦି ହୋଇଯିବେ ଧନୀ

ଦୀପାବଳିର ଅନେକ ମହତ୍ତ୍ୱ ରହିଛି ହିନ୍ଦୁ ଧର୍ମରେ। ଦୀପାବଳି ପର୍ବର ବହୁତ ଦିନ ପୂର୍ବରୁ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। କାରଣ କୁହାଯାଏ ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି। ମାଆ ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ଲୋକେ ଘର କୁ ସଫାସୁତୁରା କରିଥାନ୍ତି। ଦୀପାବଳିକୁ ନେଇ ଶାସ୍ତ୍ରରେ ମଧ୍ୟ କିଛି କଥା ପ୍ରଚଳିତ ଅଛି। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ଆପଣଙ୍କ ଆଖପାଖରେ ସବୁବେଳେ ନଜର ଆସୁଥିବା କିଛି ଜୀବଜନ୍ତୁ ଦୀପାବଳି ଦିନ ନଜର ଆସିଲେ ବହୁତ ଶୁଭ ହୋଇଥାଏ ବୋଲି କୁହାଯାଏ। ଏହା ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ ବୋଲି ମାନ୍ୟତା ରହିଛି । ଏହାଦ୍ୱାରା ବର୍ଷ ସାରା ଘରେ ସୁଖ-ସମୃଦ୍ଧି ଓ ଧନ ସମ୍ପତ୍ତି ରହିଥାଏ। ଦୀପାବଳି ରାତିରେ କେଉଁ ଜୀବଜନ୍ତୁ ଦେଖିବା ଶୁଭ ଆସନ୍ତୁ ଜାଣିବା।

ହିନ୍ଦୁ ଧର୍ମରେ ଗାଈକୁ ସମସ୍ତେ ସ୍ନେହ ଆଦର କରିଥାନ୍ତି। କିନ୍ତୁ ଦୀପାବଳି ରାତିରେ ଗାଈ ଦେଖିବା ଅଭୁତ ଶୁଭ ହୋଇଥାଏ। ଗାଈ ଦେବତ୍ୱର ପ୍ରତୀକ। ସେଥିପାଇଁ ଦୀପାବଳି ଦିନ କିମ୍ବା ରାତିରେ ଗାଈ ଦେଖିଲେ ଘରେ ସୁଖ-ସମୃଦ୍ଧି ଓ ଖୁସି ବାସ କରିଥାଏ।

ଦୀପାବଳି ରାତିରେ ପେଚା ଦେଖିଲେ ବହୁତ ଶୁଭ ହୋଇଥାଏ ବୋଲି କୁହାଯାଏ। ପେଚାକୁ ମା’ ଲକ୍ଷ୍ମୀଙ୍କ ବାହନ ବୋଲି କୁହାଯାଏ। ଦୀପାବଳି ରାତିରେ ପେଚା ଦେଖିଲେ ଘରେ ସୁଖ ସମୃଦ୍ଧି ବାସ କରିଥାଏ।

ଦୀପାବଳି ରାତିରେ ବିଲେଇ ଦେଖିବା ବହୁତ ଶୁଭ କୁହାଯାଏ। ଦୀପାବଳି ପୂଜା ପରେ ଘରେ କିମ୍ବା ଆଖପାଖ ସ୍ଥାନରେ କେଉଁଠି ବି ବିଲେଇ ନଜର ଆସିଲେ ମା’ ଲକ୍ଷ୍ମୀଙ୍କ ଆଗମନ ସୂଚନା ଦେଇଥାଏ। ଦୀପାବଳିରେ ବିଲେଇ ଦେଖିଲେ ଘରକୁ ଖୁସି ଆସିଥାଏ।

ଦୀପାବଳି ରାତିରେ ଛୁଚୁନ୍ଦ୍ରା ଦେଖିବା ଶୁଭ ହୋଇଥାଏ। ଦୀପାବଳିରେ ଛୁଚୁନ୍ଦ୍ରା ଦେଖିଲେ ଘରେ କେବେ ଧନ ସମ୍ପତ୍ତି ଅଭାବ ରହେ ନାହିଁ ବୋଲି କୁହାଯାଏ।

ସାଧାରଣତଃ ସମସ୍ତଙ୍କ ଘରେ ଝିଟିପିଟି ନଜର ଆସିଥାଏ। ଝିଟିପିଟି ଦେଖିଲେ ଲୋକେ ତାକୁ ତଡି ଦିଅନ୍ତି। କିନ୍ତୁ ଶକୁନ ଶାସ୍ତ୍ର ଅନୁଯାୟୀ ଦୀପାବଳି ରାତିରେ ଝିଟିପିଟି ନଜର ଆସିଲେ ତାକୁ ତଡିବା ଉଚିତ ନୁହେଁ। କାରଣ ଦୀପାବଳିରେ ଝିଟିପିଟି ଦେଖିବା ଶୁଭ ହୋଇଥାଏ । ଏହାଦ୍ୱାରା ଘରକୁ ସୁଖ-ସମୃଦ୍ଧି ଓ ଖୁସି ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.