ଲମ୍ବା ଓ ମଜଭୁତ ଚୁଟି ଚାହୁଁଥିଲେ ବେଣି ପକାନ୍ତୁ, ଶୀଘ୍ର ବଢ଼ିବା ସହ ହେବ ମୋଟା

ଅଧିକାଂଶ ଝିଅ ଚୁଟି ବାନ୍ଧିବା ପରିବର୍ତ୍ତେ ଖୋଲା ରଖିବାକୁ ଅଧିକ ପସନ୍ଦ କରନ୍ତି। ଚୁଟି ବାନ୍ଧିବା ଏକ ପୁରୁଣା କାଳିଆ ଷ୍ଟାଇଲ ବୋଲି ଝିଅମାନେ ଭାବିଥାନ୍ତି। ଏଣୁ ଟ୍ରେଣ୍ଡିଂରେ ରହିବାକୁ ଝିଅମାନେ ଚୁଟି ଖୋଲା ରଖିଥାନ୍ତି। କିନ୍ତୁ ସତ କଥା ହେଉଛି ଚୁଟି ଖୋଲା ରଖିଲେ ତାହା ଅଧିକ ଝଡ଼େ ଓ ପତଳା ହୋଇଯାଏ। ମାତ୍ର ଚୁଟି ବାନ୍ଧିଲେ ତାହା ମୋଟା ଓ ଲମ୍ବା ହୋଇଥାଏ। ଏଣୁ ଘରେ ବୟସ୍କ ଲୋକମାନେ ଚୁଟିରେ ତେଲ ଲଗାଇ ବାନ୍ଧିବାକୁ କହିଥାନ୍ତି। ତେବେ ଆସନ୍ତୁ ଜାଣିବା ଚୁଟି ବାନ୍ଧିଲେ ଆଉ କି କି ଲାଭ ମିଳେ, ସେ ସମ୍ପର୍କରେ…

  • ଚୁଟି ବାନ୍ଧିଲେ କମ୍‌ ଝଡ଼ିଥାଏ। ଚୁଟିରେ ତେଲ ଲଗାଇ ହାଲ୍‌କା ବେଣି ବାନ୍ଧିଲେ, ଏହା ଠିକ୍‌ ଭାବେ ରହିଥାଏ। ଫଳରେ କମ୍‌ ଝଡ଼େ।
  • ତେଲ ଲଗାଇ ବେଣି ବାନ୍ଧିଲେ ଚୁଟି ଶୀଘ୍ର ଲମ୍ବା ହୁଏ। ଏଥିସହ ଚୁଟି ଟାଣି ବି ହୁଏନି। ଫଳରେ ଲମ୍ବା ହୁଏ।
  • ଚୁଟିରେ ତେଲ ଲଗାଇ ବାନ୍ଧିଲେ ଅଗ ଫାଟେ ନାହିଁ। ଫଳରେ ଦୁଇ ମୁହାଁ ଚୁଟି ହେବାର ଆଶଙ୍କା କମ୍‌ ରହେ।
  • ଚୁଟିକୁ ବାନ୍ଧିଲେ ଠିକ୍‌ଭାବେ ପୋଷଣ ମିଳେ। ଚୁଟିକୁ ଅଧିକ ପୋଷଣ ଦେବା ପାଇଁ ବାଦାମ ଓ ନଡ଼ିଆ ତେଲ ବ୍ୟବହାର କରିପାରନ୍ତି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.