ଷ୍ଟ୍ରେସ୍‌ କିମ୍ବା ଡିପ୍ରେସନ୍‌ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ବ୍ୟକ୍ତିଗତ ଜୀବନରେ କାମର ପ୍ରେସର ଏବଂ ଅନ୍ୟାନ୍ୟ ଜିନିଷ ହେତୁ ଲୋକମାନେ ଅଧିକରୁ ଅଧିକ ଡିପ୍ରେସନ୍‌ ଏବଂ ଷ୍ଟ୍ରେସ୍‌ର ଶିକାର ହେଉଛନ୍ତି । ତେବେ ଡିପ୍ରେସନ୍‌ର ସବୁଠାରୁ ବଡ କାରଣ ହେଉଛି ଆମର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ । ଯେତେବେଳେ ଆମେ ପ୍ରତ୍ୟେକ ଛୋଟ ଏବଂ ବଡ ଜିନିଷ ବିଷୟରେ ଚିନ୍ତା କରିବା ଆରମ୍ଭ କରିଥାଉ, ଏହି ଷ୍ଟ୍ରେସ୍‌ ସେତେବେଳେ ଡିପ୍ରେସନ୍‌ର ରୂପ ନେଇଥାଏ । କିନ୍ତୁ ଏହି ସମସ୍ୟା ଆମେ ସେହି ସମୟରେ ଅନୁଭବ କରିପାରିନଥାଉ । ଏପରି ପରିସ୍ଥିତିରେ ମାନସିକ ଶାନ୍ତି ପାଇବାକୁ ହେଲେ ଆପଣଙ୍କୁ ନିଜ ଲାଇଫ୍‌ ଷ୍ଟାଇଲ୍‌ରେ ସାମାନ୍ୟ ପରିବର୍ତ୍ତନ କରିବାକୁ ପଡିବ । ଏହା ଶୁଣି ଆପଣଙ୍କୁ ଅଜବ ଲାଗିବ କିନ୍ତୁ ଅଧ ଘଣ୍ଟାର ଚାଲିବା ଆପଣଙ୍କୁ ଡିପ୍ରେସନ୍‌ରୁ ବାହାରିବାରେ ସାହାଯ୍ୟ କରିଥାଏ । ବାସ୍ତବରେ, ଚାଲିବା କେବଳ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ନାହିଁ ବରଂ ଶରୀରକୁ ଅନ୍ୟାନ୍ୟ ଅନେକ ଲାଭ ମଧ୍ୟ ଦିଏ ।

ଚାଲିବା ମନୋବଳକୁ ଉନ୍ନତ କରିଥାଏ :
ଚାଲିବା ଏଣ୍ଡୋରଫିନ୍ ନାମକ ହରମୋନ୍ ମୁକ୍ତ କରେ, ଯାହା ଆପଣଙ୍କ ମନୋବଳକୁ ଉନ୍ନତ କରିଥାଏ । ଯାହାଫଳରେ ଷ୍ଟ୍ରେସ୍‌, ଚିନ୍ତା ଏବଂ ଡିପ୍ରେସନ୍‌କୁ କମ୍‌ କରିଥାଏ । ଯେତେବେଳେ ମନୋବଳ ଭଲ ହୁଏ, ଲୋକଙ୍କ ମନ କାର୍ଯ୍ୟ ଉପରେ ଧ୍ୟାନ ଦେଇଥାଏ ଏବଂ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନକୁ ଆସେ ନାହିଁ । ଏଥିସହ ଚାଲିବା ଶରୀରରେ ରକ୍ତ ସଞ୍ଚାଳନକୁ ବଢାଇଥାଏ । ଏଥିସହ ଓଜନ ମଧ୍ୟ କମ କରିଥାଏ । ତେବେ ନିୟମିତ ଚାଲିବା ହାର୍ଟର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ମାଂସପେଶୀ ଏବଂ ହାଡକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରେ ।

ଚାଲିବା ଶରୀରକୁ ସକରାତ୍ମକ ଶକ୍ତି ଆଣିଥାଏ :
ଚାଲିବା କେବଳ ଷ୍ଟ୍ରେସ୍‌କୁ କମ୍‌ କରେ ନାହିଁ ବରଂ ଆପଣଙ୍କ ଭିତରେ ସକରାତ୍ମକ ଶକ୍ତି ମଧ୍ୟ ଆଣିଥାଏ । ଏଥିସହ ଆପଣଙ୍କୁ ନକାରାତ୍ମକତାରୁ ଦୂରେଇ ରଖେ । ଆହୁରି ମଧ୍ୟ ଆପଣ ସର୍ବଦା ସକ୍ରିୟ ଅନୁଭବ କରନ୍ତି । ଚାଲିବା ଦ୍ୱାରା ନିଦ ଭଲ ହୋଇଥାଏ । ଷ୍ଟ୍ରେସ୍‌ରୁ ମୁକ୍ତି ମିଳେ ଏବଂ ଆପଣ ସବୁବେଳେ ସକ୍ରିୟ ରୁହନ୍ତି । ଏଥିସହ ଥକ୍କା କମିଯାଏ ଏବଂ ଓଜନ ଏବଂ ଖରାପ କୋଲେଷ୍ଟ୍ରଲ ମଧ୍ୟ କମିଯାଏ । ସେଥିପାଇଁ ଯେଉଁମାନେ ଷ୍ଟ୍ରେସ୍‌ ଏବଂ ଡିପ୍ରେସନ୍‌ରେ ରହୁଛନ୍ତି, ସେମାନେ ପ୍ରତିଦିନ ଏହି କାର୍ଯ୍ୟ କରନ୍ତୁ । ଦେଖିବେ ଆପଣ ସୁସ୍ଥ ରହିବେ ଏବଂ କୌଣସି ପ୍ରକାରର ସମସ୍ୟା ମଧ୍ୟ ହେବ ନାହିଁ ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।