ସ୍ୱାମୀଙ୍କୁ ଖୁସି କରିବାକୁ ଚାହୁଁଛନ୍ତି, ତେବେ କରଓ୍ଵା ଚୌଥ ବ୍ରତରେ ବନାନ୍ତୁ ‘କେଶର ଜାଫରନୀ ଖିରି’

କରଓ୍ଵା ଚୌଥ ବ୍ରତ ଆସିବାକୁ ଆଉ ଅଳ୍ପ ଦିନ ବାକି ରହିଲା। ଏହି ଦିନ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରିଥାନ୍ତି ପତ୍ନୀ। ଏହି ବ୍ରତ ଆମ ଓଡିଶାରେ କାଁଭାଁ ପାଳନ ହେଉଥିବା ବେଳେ ଉତ୍ତର ଭାରତର ପ୍ରମୁଖ ପର୍ବ ଭାବେ ଜଣାଶୁଣା। ଏମିତିରେ ମହିଳାମାନେ ଉପାସ ରହି ବ୍ରତ କରୁଥିବା ବେଳେ ନିଜ ପତିକୁ ଖୁସି କରିବା ପାଇଁ ସ୍ପେଶାଲ ସ୍ୱାଦିଷ୍ଟ ଖାଦ୍ୟ ବନାଇଥାନ୍ତି। ଯଦି ଆପଣ ଆପଣଙ୍କ ସ୍ୱାମୀଙ୍କୁ କିଛି ସ୍ପେଶାଲ କରି ଖାଇବାକୁ ଦେବାକୁ ଚାହୁଛନ୍ତି ତେବେ ଏହି ସ୍ପୋଶଲ ଖିରି ବନାଇ ଦେଇପାରିବେ। କିପରି ପ୍ରସ୍ତୁତ କରିବେ କେଶରୀ ଜାଫରନୀ ଖିରି..

ଆବଶ୍ୟକ ସାମଗ୍ରୀ :

୨ ଚାମଚ ଘିଅ

୧୦-୧୫ଟି କିସ୍‌ମିସ୍‌

୫ ଚାମଚ କଣ୍ଡେସ୍ନଡ ମିଲ୍କ

ସ୍ୱାଦନୁସାରେ ଚିନି

୧ କପ୍‌ ଭିଜା ହୋଇଥିବା ବାସୁମତୀ ଚାଉଳ

୩ କପ୍‌ କ୍ଷୀର

୧ ଚାମଚ ବାଦାମ/କାଜୁ

୧ ଛୋଟ ଚାମଚ ଗୁଜରାତି ପାଉଡର

କେଶର (ଜାଫରନ)

khhre

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ବାସୁମତୀ ଚାଉଳକୁ ୩ ଘଣ୍ଟା ପୂର୍ବରୁ ଭିଜାଇ ରଖିଦିଅନ୍ତୁ। ଏହାପରେ ଚାଉଳ, କଣ୍ଡେସ୍ନଡ ମିଲ୍କ, ଚିନି, ଗୁଜରାତି ଏବଂ କ୍ଷୀର ପକାଇ ଗ୍ୟାସରେ ବସାଇ ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ଘିଅ ଲଗାଇ ୧ ମିନିଟ ଗରମ କରିନିଅନ୍ତୁ। ଏଥିରେ ଏବେ ଡ୍ରାଏ ଫ୍ରୁଟ୍ସ ପକାଇ ପୁଣି ୧୦ ମିନିଟ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ। ମଝିରେ ମଝିରେ ଏହାକୁ ଖଡିକାରେ ହଲାଇ ଦେବେ। ପରେ ପ୍ରସ୍ତୁତ ହୋଇଗଲା ପରେ ବାହାରକୁ କାଢି ରଖିଦିଅନ୍ତୁ। ତା’ ପରେ ଅନ୍ୟ ଏକ ଛୋଟ ପାତ୍ର କ୍ଷୀରରେ ଟିକେ କେଶର ପକାଇ ପ୍ରସ୍ତୁତ ହୋଇଥିବା ଖିରିରେ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କେଶରୀ ଜାଫରନୀ ଖିର। ଏହାକୁ ସଜାଇବା ପାଇଁ ଉପରେ ବଳକା ରଖିଥିବା ଡ୍ରାଏଫ୍ରୁଟ ପକାଇ ସଜାଇ ଦିଅନ୍ତୁ। ଏବେ ଆପଣଙ୍କ ପତିଙ୍କୁ ଖୁସି କରାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.