ଓଜନ କମାଇବାକୁ ଚାହୁଁଥିଲେ ନିୟମିତ ଖାଆନ୍ତୁ ମାତ୍ର ଗୋଟିଏ ସିଝା ଆଳୁ

ଭାରତୀୟ ବ୍ୟଞ୍ଜନରେ ଆଳୁକୁ ଅଧିକ ବ୍ୟବହାର କରାଯାଏ। ତରକାରୀ ହେଉ କି ଭଜା ସବୁଥିରେ ଆଳୁ ପଡ଼େ। ତେବେ ଅଧିକାଂଶ ଲୋକ ଭାବନ୍ତି ଯେ ଆଳୁ ଖାଇଲେ ଓଜନ ବଢ଼େ। ଏଣୁ ଲୋକେ ଖାଦ୍ୟରେ କମ୍ ଆଳୁ ପକାଇବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଆଳୁ ଖାଇବାର ଏକ ଏଭଳି ଉପାୟ କହିବୁ ଯାହା ସାହାଯ୍ୟରେ ଆପଣ ଆଳୁ ଖାଇଲେ ଓଜନ ବଢ଼ିବନି ବରଂ କମିବ।

ଓଜନ କମ୍ କରିବାକୁ ଆପଣ ସିଝା ଆଳୁ ଖାଇପାରିବେ। ସିଝା ଆଳୁରେ ପୋଟାସିୟମ୍, ଫସଫରସ, ବି କମ୍ପ୍ଲେକ୍ସ ଭିଟାମିନ ଓ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। ଫଳରେ ସିଝା ଆଳୁ ଖାଇଲେ ଶରୀରକୁ ଉର୍ଜା ମିଳେ। ଆସନ୍ତୁ ଜାଣିବା ସିଝା ଆଳୁ ଖାଇବାର ଫାଇଦା ସମ୍ପର୍କରେ ….

ପୋଷକ ତତ୍ତ୍ୱରେ ଭରପୂର:

ସିଝା ଆଳୁରେ ଫ୍ୟାଟର ମାତ୍ରା କମ୍ ରହିଥାଏ। ଏହାର ଚୋପାରେ ବି ଅନେକ ପୋଷକ ତତ୍ତ୍ୱ ଲୁଚି ରହିଛି। ଏଣୁ ଆଳୁକୁ ଚୋପା ସହ ଖାଇଲେ ଶରୀରକୁ ପ୍ରଚୁର ପୋଷକ ତତ୍ତ୍ୱ ମିଳେ।

ଭିଟାମିନର ଭଲ ସ୍ରୋତ:

ସିଝା ଆଳୁରେ ଭିଟାମିନ ବି ଓ ଭିଟାମିନ ସି ପ୍ରଚୁର ପରିମାଣରେ ରହିଥାଏ। ନିୟମିତ ଗୋଟିଏ ସିଝା ଆଳୁ ଖାଇଲେ ଶରୀରକୁ ଭିଟାମିନ ବି ୬ ମିଳିଥାଏ।

ଫସଫରସରେ ଭରପୂର:

ସିଝା ଆଳୁରେ ଅନେକ ଦରକାରୀ ପୋଷକ ତତ୍ତ୍ୱ ରହିଛି। ଏଥିରେ ଫୋଲେଟ୍ ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ। ଗର୍ଭବତୀ ମହିଳା ସିଝା ଆଳୁ ଖାଇଲେ ଶିଶୁର ବିକାଶ ଭଲ ଭାବେ ହେବ।

ତ୍ୱଚାକୁ ସୁସ୍ଥ ରଖେ:

ମୁହଁରୁ ଚୋପା ଛାଡ଼ୁଥିଲେ ସିଝା ଆଳୁ ଖାଆନ୍ତୁ। ମସ୍ତିଷ୍କର ବିକାଶ କରିବାରେ ମଧ୍ୟ ସିଝା ଆଳୁ ସାହାଯ୍ୟ କରେ। ଶରୀରରେ ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ଏହା ସହାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.