କରୋନା ସମୟରେ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରନ୍ତୁ, ଖାଦ୍ୟରେ ଜରୁର ନିଅନ୍ତୁ ଏହି ଖାଦ୍ୟ

କରୋନା ପୁଣି ଥରେ ଉଗ୍ର ରୁପ ଧାରଣ କରିବାକୁ ଯାଉଛି । ଚୀନ ସମେତ କେତେକ ଦେଶରେ ଏଥିରେ ଲକ୍ଷାଧିକ ଲୋକେ ସଂକ୍ରମଣ ହେଲେଣି । ତେଣୁ ଏହି ସମୟରେ ନିଜର ଖାଦ୍ୟ ପେୟ ଓ ବ୍ୟାୟାମ ଉପରେ ଅଧିକ ଧ୍ୟାନ ରଖିବା ଉଚିତ୍‌ । ବିଶେଷ କରି ନିଜର ଇମ୍ୟୁନିଟି ସିଷ୍ଟମକୁ ବଢ଼ାଇବା ଦରକାର । ଯାହାଫଳରେ କରୋନା ପ୍ରଭାବରୁ ଆମେ ରକ୍ଷା ପାଇ ପାରିବା । ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବୁ,ଯାହାକୁ ପ୍ରତିଦିନ ଖାଦ୍ୟରେ ନେବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ବଢ଼ିବ । ଆସନ୍ତୁ ଜାଣିବା କ’ଣ ସେହି ଖାଦ୍ୟ ।

ଗ୍ରୀନ ଟି’ ପିଅନ୍ତୁ –

ଆଜିକାଲି ବହୁଳଭାବେ ଗ୍ରୀନ ଟି’ ବ୍ୟବହୃତ ହେଉଛି । ବିଶେଷକରି କରୋନା ସମୟରେ ଗ୍ରୀନ ଟି’ ଶରୀରରେ ଇମ୍ୟୁନିଟି ବଢ଼ାଇବାରେ ଭଲ କାମ କରିଥାଏ । ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା ରୋଗ ପ୍ରତିରୋଧକ ଭାବେ କାମ କରିଥାଏ । ତେଣୁ ଦୈନିକ ଗ୍ରୀନ ଟି’ ପିଅନ୍ତୁ । ଡାଇବେଟିସ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ ।

ସେଓର ସିରକା ସେବନ କରନ୍ତୁ-

ସେଓର ସିରକା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହାର ସେବନରେ ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ । ଏଥିପାଇଁ ଏକ ପାତ୍ରରେ ୨ ଚାମଚ ସେଓର ସିରକା ଓ ୨ ପାଖୁଡା ରସୁଣ କିଛି ସମୟ ଯାଏ ଭିଜାଇ ରଖନ୍ତୁ । ଏହାପରେ ରସୁଣ ପାଖୁଡା ସେବନ କରନ୍ତୁ । ଆପଣ ଚାହିଁଲେ ମହୁ ସହିତ ମଧ୍ୟ ରସୁଣ ଖାଇ ପାରିବେ ।

କ୍ୱିଓ୍ଵି ଖାଆନ୍ତୁ –

କ୍ୱିଓ୍ଵି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଏହାର ସେବନ ଦ୍ୱାରା ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ । ତେଣୁ ପ୍ରତିଦିନ କ୍ୱିଓ୍ଵି ଜରୁର ଖାଆନ୍ତୁ । କ୍ୱିଓ୍ଵି ରେ ଭିଟାମିନ ସି ପ୍ରଚୁର ମାତ୍ରାରେ ଥାଏ । ଏଥିରେ ଫାଇବର ଓ ପୋଟାସିୟମ ମଧ୍ୟ ପ୍ରଚୁର ମାତ୍ରାରେ ଥାଏ । ଏହା ଉଚ୍ଚ ରକ୍ତ ଚାପ ମଧ୍ୟ କଣ୍ଟ୍ରୋଲ କରିଥାଏ । ଏହାର ସେବନରେ ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.