ହୋଲି ପାର୍ଟିରେ ସାମିଲ କରନ୍ତୁ ଏହି ଚଟପଟା ଖାଦ୍ୟ, ଯାହା ଆପଣଙ୍କ ଇମ୍ୟୁନିଟିକୁ କରିବ ଷ୍ଟ୍ରଙ୍ଗ

ରଙ୍ଗର ପର୍ବ ହୋଲିର ମଜା ହିଁ ଥାଏ କିଛି ନିଆରା। ଏହି ପର୍ବକୁ ପାଳନ କରିବା ପାଇଁ ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଏଥିପାଇଁ ଘରେ କିଛି ଅଲଗା ମାହୋଲ ରହିଥାଏ। ରଙ୍ଗ ଖେଳିବା ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ସ୍ନାକ୍ସ ଖାଇବାର ମଜା ଉଠାନ୍ତି ଲୋକେ। ହେଲେ ସବୁବେଳେ ଆମେ ଏହି ମଜା ଚକ୍କର୍‌ ରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରିଥାଉ। ଏମିତି ଖାଦ୍ୟ ଗ୍ରହଣ କରୁ ଯାହା ପରେ ଚିନ୍ତାର କାରଣ ପାଲଟିଯାଏ। କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ ଏମିତି ରେ ଯଦି ଆମେ ଆମ ଖାଦ୍ୟ ପ୍ରତି ଯତ୍ନବାନ ନହେବା ଏହାର ସାଂଘାତିକ ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡିବ। ତେଣୁ ଏହାକୁ ଧ୍ୟାନରେ ରଖି ହୋଲିରେ ସେବନ କରନ୍ତୁ ଏସବୁ ଖାଦ୍ୟ। ଚାଲନ୍ତୁ ଜାଣିବା କିଛି ଏମିତି ଖାଦ୍ୟ ସଂପର୍କରେ ଯାହା ଶରୀରରେ ଇମ୍ୟୁନିଟି ଶକ୍ତି ବଢ଼ାଇବ ଏବଂ ଆପଣଙ୍କୁ ସୁସ୍ଥ ରଖିବ।

ସରବତ:
ହୋଲି ପର୍ବରେ ବିଶେଷ ରୂପରେ ସରବତ ତିଆରି କରାଯାଏ। ଯାହାକୁ ଆମେ ଥଣ୍ଡାଇ ମଧ୍ୟ କହିଥାଉ। ଏହା ଆମ ପେଟକୁ ଥଣ୍ଡା ରଖିବା ସହ ଶରୀରକୁ ରିଲାକ୍ସ କରିଥାଏ। ଏହାର ସେବନ କରିବା ଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ।

watermelon
pc; firstcry parenting

ତରଭୁଜ ଜୁସ:
ଏହାକୁ ସେବନ କଲେ କୋଲେଷ୍ଟ୍ରୋଲ ନିୟନ୍ତ୍ରିତ ରହିଥାଏ। ଖରାଦିନରେ ଏହାର ବ୍ୟବହାର ବହୁମାତ୍ରାରେ ହୋଇଥାଏ। ଜଳୀୟଅଂଶ କମ୍‌ ହେବା କାରଣରୁ ଏହାକୁ ଲୋକମାନେ ଖାଇଥାନ୍ତି। ଏହାର ଜୁସ ଶରୀରକୁ ହାଇଡ୍ରେଟ ରଖିଥାଏ। ତେଣୁ ଏହାକୁ ଆପଣ ହୋଲିର ଖାଦ୍ୟ ଆଇଟମ୍‌ ରେ ସାମିଲ କରିପାରିବେ।

ବେକ୍ଡ ଗୁଜିଆ:
ସାଧାରଣତଃ ସମସ୍ତଙ୍କ ଘରେ ହୋଲିରେ ଛଣାଛଣି ଆଇଟମ ତିଆରି କରାଯାଏ। ଆଉ ଗୁଜିଆ ତ ସମସ୍ତଙ୍କ ପସନ୍ଦ। ଏହାକୁ ତେଲରେ ଡିପ୍‌ ଫ୍ରାଏ କରାଯାଉଥିବା କାରଣରୁ କିଛି ଲୋକ ଏହାକୁ ଖାଇନଥାନ୍ତି। ତେଣୁ ବିକଳ୍ପ ସ୍ୱରୂପ ବେକ୍ଡ ଗୁଜିଆ ସବୁଠୁ ବେଷ୍ଟ। ଏଥିରେ ମନ ପସନ୍ଦର ପୂର ଦେଇପାରିବେ। ଏହାଦ୍ୱାରା ସ୍ୱାଦ ବି ରହିବ ଏବଂ ଶରୀର ସୁସ୍ଥ ମଧ୍ୟ ରହିବ।

sweets
pc: -wikimedia commons

ଡ୍ରାଏ ଫ୍ରୁଟ୍ସ ମିଠା:
କଥାରେ ଅଛି ବିନା ମିଠାରେ ସବୁ ଫେଷ୍ଟିଭାଲ ଅଧୁରା। ଆଉ ମିଠାରେ ଯଦି ଡ୍ରାଏ ଫ୍ରୁଟ୍ସ ରହିଛି ତାହେଲେ ତା’ ମଜା ଅଲଗା। ଆଜିକାଲି ଡ୍ରାଏ ଫ୍ରୁଟ୍ସ ସମସ୍ତଙ୍କ ପସନ୍ଦ। ଏହା ସ୍ୱାଦିଷ୍ଟ ଲାଗିବା ସହ ଶରୀରକୁ ଏନର୍ଜି ମଧ୍ୟ ଦେଇଥାଏ।

ଫ୍ରୁଟ୍ସ:
ହୋଲିରେ ସିଜନ୍‌ ଫ୍ରୁଟ୍ସକୁ ମଧ୍ୟ ନିଜ ଖାଇବା ଲିଷ୍ଟରେ ଆପଣ ସାମିଲ କରିପାରିବେ। ତରଭୁଜ, ଚିକୁ, ଅଙ୍ଗୁର, ଅମୃତଭଣ୍ଡା ଓ କମଳା ଭଳି ଫ୍ରୁଟ୍ସକୁ ଖାଇଲେ ପାଚନ କି୍ରୟାକୁ ଏହା ସଠିକ୍‌ ରଖିବା ସହିତ ଶରୀରରେ ଏନର୍ଜିର ପରିମାଣ ବଢ଼ାଇଥାଏ।

ହୋଲିରେ ଏହି ସବୁ ଖାଦ୍ୟକୁ ଆପଣ ନିଜ ଖାଇବା ଲିଷ୍ଟରେ ସାମିଲ କରନ୍ତୁ। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହିତ ହୋଲିର ଭରପୂର ମଜା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.