ଗର୍ଭାବସ୍ଥାର ଆଠ ମାସରେ ଏହି ସାବଧାନତା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରି !

ଗର୍ଭାବସ୍ଥାର ସମୟରେ ଆପଣଙ୍କୁ ଅନେକ ଜରୁରି କଥା ଉପରେ ଧ୍ୟାନ ରଖିବାକୁ ପଡିଥାଏ। ଗୋଟିଏ ଛୋଟ ଭୁଲ୍‌ ଆପଣଙ୍କୁ ସମସ୍ୟାରେ ପକାଇପାରେ। ସେହିପରି ଯେତେବେଳେ ଗର୍ଭାବସ୍ଥାର ଆଠ ମାସ ହୋଇଥିବ ସେତେବେଳେ ଆପଣଙ୍କୁ କିଛି ଖାସ୍‌ ସର୍ତକତାକୁ ଆବଲମ୍ବନ କରିବା ଜରୁରି। ମା’ ଏବଂ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଜରୁରି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କିଛି ଜରୁରି ସର୍ତକତା ବିଷୟରେ।

ଅଧିକ ସମୟ ପର୍ଯ୍ୟନ୍ତ ଛିଡା ହେବା ଭଲ ନୁହେଁ

ଗର୍ଭବସ୍ଥାର ଆଠ ମାସରେ ଶିଶୁ ବହୁତ ବଡ ହୋଇଯାଇଥାଏ। ଏମିତିରେ ଶିଶୁଟି ଗର୍ଭରେ ବଢ଼ୁଥିବା କାରଣରୁ ପେଟ ତଳକୁ ଝୁଲି ପଡିଥାଏ ଏମିତିରେ ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଛିଡା ହୁଅନ୍ତି ତେବେ ତାହା ମା’ ଏବଂ ଶିଶୁ ଉଭୟଙ୍କ ପାଇଁ ଠିକ ହୋଇନଥାଏ। ଅଧିକ ସମୟ ଛିଡା ହୋଇରହିଲେ ମା’ର ପେଟ ଉପରେ ଚାପ ପଡିଥାଏ ଏବଂ ଅନ୍ୟ ପକ୍ଷରେ ଶିଶୁର ମୁଣ୍ଡ ଉପରେ ମଧ୍ୟ ଚାପ ପଡିଥାଏ। ସେହିପରି ଆପଣଙ୍କ ପିଠି ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏହି ସମୟରେ ଆପଣ ବେଡ୍‌ ରେଷ୍ଟ ନେବା ନିହାତି ଆବଶ୍ୟକ।

ଏହାସହ ପଢନ୍ତୁ : ଗର୍ଭାବସ୍ଥାରେ ଟମାଟୋ ଖାଇବା ଠିକ୍‌ ନା ଭୁଲ୍‌ ? ଜାଣନ୍ତୁ ଏହାକୁ ନେଇ କଣ କୁହନ୍ତି ଡାକ୍ତର

ଖାଦ୍ୟପେୟ ଉପରେ ରଖନ୍ତୁ ଧ୍ୟାନ

ଗର୍ଭାବସ୍ଥା ସମୟରେ ଉଭୟ ମା ଏବଂ ଶିଶୁଙ୍କୁ ଠିକ ମାତ୍ରାରେ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉଚିତ କାରଣ ଏଥିରୁ ଶିଶୁକୁ ମଧ୍ୟ ପୋଷଣ ମଧ୍ୟ ମିଳିଥାଏ। ଆଠ ମାସ ପୂରା ହେବା ପରେ ଫାଇବର ଯୁକ୍ତ ଖାଦ୍ୟ ଖାଇବା ବହୁତ ଭଲ ବିକଳ୍ପ ଅଟେ। ଏଥିପାଇଁ ଆପଣଙ୍କୁ ଡାଳିମ୍ବ, ସବୁଜ ପନିପରିବା, ବ୍ରାଉନ ବ୍ରେଡ୍‌, କୋବି,ମାଛ ଆଦି ଜିନିଷ ଖାଇବା ଉଚିତ।

ନିଦ୍ରା ଜରୁରି

ଗର୍ଭାବସ୍ଥା ସମୟରେ ପର୍ଯ୍ୟାପ୍ତ ପରିମାଣରେ ନିଦ୍ରା ନେବା ଜରୁରି। ନିଦକୁ ନେଇ ଅଣଦେଖା କରନ୍ତୁ ନାହିଁ। ଅତିକମରେ ଆଠ ଘଣ୍ଟା ନିଦ୍ରା ନେବା ଜରୁରି।

ଆକ୍ଟିଭ୍‌ ରୁହନ୍ତୁ

ଅଧିକାଂଶ ମହିଳାଙ୍କୁ ଏମିତି ଲାଗିଥାଏ ଯେ ତାଙ୍କୁ ଗର୍ଭାବସ୍ଥାରେ ଅଧିକ ଅରାମ କରିବା ଉଚିତ କିନ୍ତୁ ଏହି ସମୟରେ ଆପଣ ଯେତେ ଚଲାବୁଲା କରିବେ ସେତେ ଉତ୍ତମ ରହିବ। ଆପଣ ଆକ୍ଟିଭ ରହିଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ସେହିପରି ସକାଳ ସଂଧ୍ୟାରେ ଚାଲିବା ଅଭ୍ୟାସ କରନ୍ତୁ।

Pritiparna

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

1 hour ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

1 hour ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago