ଶରୀରରେ ଭଲ କୋଲେଷ୍ଟ୍ରଲ୍ ବଢ଼ାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ କୋଳଥ ଡାଲି

ଶରୀରରେ ଦୁଇ ପ୍ରକାର କୋଲେଷ୍ଟ୍ରଲ୍ ଥାଏ । ଗୋଟିଏ ଖରାପ କୋଲେଷ୍ଟ୍ରଲ୍ (ଏଲ୍ଡିଏଲ୍) ଅନ୍ୟଟି ଭଲ (ଏଚଡିଏଲ୍) । ଭଲ ବା ଗୁଡ କୋଲେଷ୍ଟ୍ରଲ ଶରୀର ପାଇଁ ଲାଭକାରୀ ହୋଇଥାଏ । ହେଲେ ବ୍ୟାଡ କୋଲେଷ୍ଟ୍ରଲ ବଢ଼ିଲେ ହାର୍ଟ ଆଟାକ୍ ଓ ଷ୍ଟ୍ରୋକ ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ବ୍ୟାଡ୍ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିବା ଜରୁରୀ ହୋଇଥାଏ ।
ଗୁଡ କୋଲେଷ୍ଟ୍ରଲ ବ୍ଲଡରେ ଥିବା ଅଧିକା ଫ୍ୟାଟକୁ କମ କରିବା ସହ ଧମନୀକୁ ପରିସ୍କାର ରଖିଥାଏ । ଯଦି ଆପଣ ଶରୀରରେ ଗୁଡ କୋଲେଷ୍ଟ୍ରଲ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ କୋଳଥ ଡାଲି ଜରୁର ସାମିଲ କରନ୍ତୁ । ଆସନ୍ତୁ ଏ ସମ୍ପର୍କରେ ଜାଣିବା ବିସ୍ତତରେ ।
କୋଳଥ
ଆୟୁର୍ବେଦରେ କୋଳଥକୁ ଔଷଧ ଭାବେ ମନାଯାଏ । ପଥର ବା ଷ୍ଟୋନ ରୋଗ ପାଇଁ ଡାକ୍ତର କୋଳଥ ଡାଲି ଖାଇବାକୁ ପରାମର୍ଶ ଦିଅନ୍ତି । ଏଥିରେ ଆବଶ୍ୟକ ପୋଷକ ତତ୍ତ୍ୱ ଫାଇବର, ଫ୍ଲୋବେନାଇଡ, କାର୍ବୋହାଇଡ୍ରେଟ୍ ଆଦି ମିଳିଥାଏ । ଏହା ସୁଗାର କଣ୍ଟ୍ରୋଲରେ ମଧ୍ୟ ବେଶ ସହାୟକ ହୋଇଥାଏ ।
ମଧୂମେହ ରୋଗୀଙ୍କ ପାଇଁ କୋଳଥ ବହୁତ ଲାଭକାରୀ ହୋଇଥାଏ । କୋଳଥ ଡାଲିରେ ୫୦ ରୁ ୬୦ ପ୍ରତିଶତ କାର୍ବୋହାଇଡ୍ରେଟ୍ ମିଳିଥାଏ । ଏଥିସହିତ ଫାଇବର ଓ ଷ୍ଟାର୍ଚ ମଧ୍ୟ ମିଳିଥାଏ । ଯାହାଦ୍ୱାରା ରକ୍ତରେ କମ ମାତ୍ରା ସୁଗାର ରିଲିଜ ବା ନିସୃତ ହୋଇଥାଏ ।
ଗୁଡ କୋଲେଷ୍ଟ୍ରଲ ବଢ଼ାଇଥାଏ
କୋଳଥ ଡାଲିରେ ଫାଇବର ପ୍ରଚୁର ମାତ୍ରରେ ମିଳିଥାଏ । ଫାଇବର ଗୁଡ କୋଲେଷ୍ଟ୍ରଲ (ଏଚଡିଏଲ୍) ବଢ଼ାଇବାରେ ସହାୟକ ହୋଇଥାଏ । ଗୁଡ କୋଲେଷ୍ଟ୍ରଲ ବଢ଼ିଲେ ହାର୍ଟ ସୁସ୍ଥ ରହିଥାଏ । ଫଳରେ ହୃଦୟ ରୋଗ ଓ ଷ୍ଟ୍ରୋକ୍ ବିପଦ କମ ରହିଥାଏ । ଏଥିପାଇଁ କୋଳଥ ଡାଲି ସେବନ ଅତ୍ୟନ୍ତ ଜରୁର ହୋଇଥାଏ ।