ଓମିକ୍ରନରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ଡ୍ରିଙ୍କ୍‌ସ

ନୂଆଦିଲ୍ଲୀ : କରୋନା ମହାମାରୀରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ । ଇମ୍ୟୁନିଟି ବଢ଼ାଇବାରେ ଖାଦ୍ୟ, ବ୍ୟାୟାମ, ଲାଇଫଷ୍ଟାଇଲ ଓ ପର୍ଯ୍ୟାପ୍ତ ପରିମାଣରେ ନିଦ୍ରାର ବଡ଼ ଅବଦାନ ରହିଛି । ମଜଭୁତ ଇମ୍ୟୁନିଟି ଶରୀରରେ କିଛି ବି ରୋଗକୁ ଲଢ଼ିବାରେ ଶକ୍ତି ଯୋଗାଇବ । ଏଠାରେ ଆମେ ଆପଣଙ୍କୁ ଏମିତି କିଛି ଡ୍ରିଙ୍କସ ବିଷୟରେ କହିବୁ ଯାହାକୁ ଆପଣ ନିଜ ଖାଦ୍ୟରେ ସାମିଲ କରି ଓମିକ୍ରନରୁ ବଞ୍ଚି ପାରିବେ ।

ହଳଦୀ କ୍ଷିର : ହଳଦୀରେ କରକ୍ୟୁମିନ ନାମକ ଏକ ପଦାର୍ଥ ଥାଏ । ଯାହାକି ଶରୀରର ଇମ୍ୟୁନିଟି ବଢ଼ାଇବାରେ ସହାୟକ ହୋଇଥାଏ । ତେଣୁ ଦୈନିକ ହଳଦୀ କ୍ଷୀର ପିଅନ୍ତୁ ।

milk
P.C : aajtak.in

କାଢ଼ା : ଘରେ ପ୍ରସ୍ତୁତ ଦେଶୀ କାଢ଼ା ସବୁଠୁ ଭଲ ଇମ୍ୟୁନିଟି ଡିଙ୍କସ ଭାବେ ପରିଚିତ । ତେଣୁ ଘରେ ସର୍ବଦା କାଢ଼ା ତିଆରି କରି ପିଅନ୍ତୁ । ପାନ ମଧୁରୀ ଓ ତୁଳସୀ ରେ ତିଆରି ଚା’ କାସ ଓ ସର୍ଦ୍ଦି ପାଇଁ ବହୁତ ଉପକାରୀ ହୋଇଥାଏ । ଏହା ଇମ୍ୟୁନିଟିକୁ ମଜବୁତ କରିବାରେ ସହାୟକ ହୋଇଥାଏ ।

ହଲିମ ବା ମିରିକାଳୀ ମଞ୍ଜି : ହଲିମ ବା ମିରିକାଳୀ ମଞ୍ଜି ଏକ ପ୍ରାକୃତିକ ଇମ୍ୟୁନିଟି ବୁଷ୍ଟର ଭାବେ କାମ କରିଥାଏ । ଏଥିରେ ପ୍ରସ୍ତୁତ ଡିଙ୍କସ ଶରୀରର ବହୁ ରୋଗ ଭଲ କରିଥାଏ । ଲେମ୍ବୁ ଓ ଡାଲଚିନିର କାଢ଼ା ମଧ୍ୟ ଶରୀରରେ ଇମ୍ୟୁନିଟ ବଢ଼ାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.