ଖରାଦିନେ ଶରୀରରୁ ଜଳୀୟଅଂଶ କମିଗଲେ ଆପଣାନ୍ତୁ ଏହି ସହଜ ଘରୋଇ ଟିପ୍ସ

ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦିନକୁ ଅତିକମରେ ୨ ଲିଟର ପାଣି ପିଇବା ଆବଶ୍ୟକ । କିନ୍ତୁ କିଛି ଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ୨ ଲିଟର ପାଣି ପିଇବା ମଧ୍ୟ ବଡ଼ କଷ୍ଟକର । ଅର୍ଥାତ ଯେଉଁମାନଙ୍କୁ କମ ଶୋଷ ଲାଗିଥାଏ ସେମାନେ କମ ପାଣି ପିଇଥାନ୍ତି । ଏହି ସମୟରେ ଆପଣଙ୍କୁ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଡାଏଟରେ କିଛି ଏମିତି ଖାଦ୍ୟ ମିଶାନ୍ତୁ ଯାହାଦ୍ୱାରା ଶରୀରରେ ପାଣିର ମାତ୍ରା ଠିକ ରହିବ । ଚାଲନ୍ତୁ ଜାଣିବା ଏହାକୁ ନେଇ କିଛି ବିଶେଷ ଟିପ୍ସ ।

ଦହି:

ଏହି ଖାଦ୍ୟ ଶରୀରରେ ଜଳର ମାତ୍ରାକୁ ନିୟନ୍ତ୍ରଣରେ ରଖେ । ଶରୀରରେ ଜଳୀୟଅଂଶ କମିଗଲେ ଏହି ଖାଦ୍ୟ ଖାଆନ୍ତୁ । ଏହା ଏକ ଭଲ ବିକଳ୍ପ ହୋଇଥିବାରୁ ଖରାଦିନେ ଏହାକୁ ସରବତ କରି ପିଇବା ପାଇଁ ଉପଦେଶ ଦିଆଯାଏ । ଶରୀର ପାଇଁ ଆବଶ୍ୟକ ପ୍ରୋବାୟୋଟିକ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମିଳେ । ଏଥିରେ ଭିଟାମିନ ବି ସହ ପ୍ରୋଟିନ ଭରି ରହିଥାଏ ।

ସେଓ:

କୁହାଯାଏ ଯେ ଡାକ୍ତରଙ୍କ ପାଖରୁ ନିଜକୂ ଦୂରେଇ ରଖିବା ପାଇଁ ପ୍ରତିଦିନ ଗୋଟେ ସେଓ ଖାଇବା ଜରୁରୀ । କାରଣ ସେଓରେ ୮୬% ପାଣି ରହିଥାଏ।ଏହାସହ ଫାଇବର ଓ ଭିଟାମିନ ସି ଭଳି ଗୁଣ ଭରି ରହିଥାଏ । ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ସାଲାଡ:

ସାଲାଡ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ । ଏଥିରେ ଗାଜର, କାକୁଡି, ଟମାଟୋ ଭଳି ଅନ୍ୟ ସବୁ ମିଶାଇ ଖାଇବା ଦ୍ୱାରା ଏହା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ଏଥିରେ ୯୫% ଜଳ ଥାଏ, ଯାହା ଶରୀରରେ ଜଳୀୟଅଂଶର ଅଭାବକୁ ଦୂର କରିଥାଏ । ଏହା ଓମେଗା ୩ରେ ଭରପୂର ଥାଏ ।

ଚାଉଳ:

ରୋଷେଇ ହୋଇଥିବା ଚାଉଳ ଖରାଦିନେ ବେଶ ଲାଭଦାୟକ ହୋଇଥାଏ । ଏହା ଶୀଘ୍ର ହଜମ ମଧ୍ୟ ହୋଇଯାଏ । ଏଥିରେ ୭୦% ଜଳ ଥାଏ । ଆଇରନ ଓ କାର୍ବୋହାଇଡ୍ରେଟ ଭରପୂର ଥାଏ । ଯାହା ଶରୀରରେ ଜଳୀୟଅଂଶର ଅଭାବକୁ ଦୂର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.