ପାଠପଢାରେ ଏକାଗ୍ରତା ବଢାଇବା ପାଇଁ ଷ୍ଟଡିରୁମରେ ଲଗାନ୍ତୁ ୪ଟି ଗଛ, ଜାଣନ୍ତୁ କ’ଣ

ଆପଣଙ୍କ ପିଲାର ପାଠପଢାରେ ମନ ଲାଗୁନାହିଁ କି ? ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ପିଲା ପାଠପଢାରେ ଏକାଗ୍ରତା ଆଣୁନାହିଁ କି ? ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ଏହି ସମସ୍ୟାକୁ ଅତି ସହଜରେ ସମାଧାନ କରିପାରିବେ। ଅଧିକାଂଶ ଘରେ ପିଲାମାନଙ୍କୁ ନେଇ ଏପରି ସମସ୍ୟା ଦେଖାଦିଏ। ଏଥିପାଇଁ ଅଭିଭାବକ ମଧ୍ୟ ବହୁତ ଚିନ୍ତିତ ହୋଇପଡନ୍ତି। କିନ୍ତୁ ଏମିତି କିଛି ଗଛ ରହିଛି ଯାହାକୁ ଆପଣ ପଢିବା ଘରେ ଲଗାଇବା ଦ୍ୱାରା ଏକାଗ୍ରତା ବଢିବା ସହିତ ଫୋକସ ମଧ୍ୟ ବଢିଯାଏ। ଏହି ଗଛ ପବନରେ ଅଧିକ ଅକ୍ସିଜେନ ଦେବାର କ୍ଷମତା ପ୍ରଦାନ କରିଥାଏ ଏବଂ ବିଷାକ୍ତ ପଦାର୍ଥକୁ ହଟାଇ ଏକ ଶାନ୍ତ ବାତାବରଣ ସୃଷ୍ଟି କରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପିଲାଙ୍କର ଏକାଗ୍ରତା ବଢାଇଥାଏ।

ତେବେ ସେଗୁଡିକ କ’ଣ ଜାଣନ୍ତୁ:

ଲକି ବାମ୍ବୁ ପ୍ଲାଣ୍ଟ: ଏକ ଅଧ୍ୟୟନ ଅନୁସାରେ, ଯେଉଁ ଛାତ୍ର ନିଜ ପଢା ରୁମରେ ଲକି ବାମ୍ବୁ ପ୍ଲାଣ୍ଟ ରଖିଥାନ୍ତି, ସେମାନେ ପାଠପଢାରେ ବେଶ୍‌ ଉନ୍ନତି କରନ୍ତି। ପାଠପଢାରେ ଅଧିକ ଏକାଗ୍ରତା କରିପାରନ୍ତି। ଲକି ବାମ୍ବୁ ପ୍ଲାଣ୍ଟ ଯୋଗୁଁ ଆଖପାଖରେ ସକାରାତ୍ମକ ଉର୍ଜା ପ୍ରବାହିତ ହୋଇଥାଏ। ଏହି ଗଛକୁ କମ୍‌ ଆଲୋକ ଏବଂ ନିୟମିତ ରୂପେ ପାଣି ଦେବା ଆବଶ୍ୟକ। ଏହା ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ।

ମଲ୍ଲି ଗଛ: ମଲ୍ଲି ଫୁଲ ଗଛ ଘର କିମ୍ବା ବାହାରେ ଲଗାଇପାରିବେ। ଏହାର ସୁଗନ୍ଧ ଯୋଗୁଁ ଏକାଗ୍ରତା ବୃଦ୍ଧି ପାଇଥାଏ। ଇନ୍ଦ୍ରିୟକୁ ଶାନ୍ତ କରି ଭଲ ନିଦ ଦେଇଥାଏ ଏହି ଗଛର ଫୁଲ। ତେଣୁ ପଢା ରୁମରେ ମଲ୍ଲି ଫୁଲ ଗଛ ରଖିବା ଦ୍ୱାରା ଚିନ୍ତା ଦୂର ହୋଇଥାଏ। ଏହାଛଡା ଛାତ୍ର ଜୀବନରେ ଅଧିକ ଆତ୍ମବିଶ୍ୱାସ ବଢାଇଥାଏ।

orchid plant
PC: NCR News

ଅର୍କିଡ ପ୍ଲାଣ୍ଟ: ଏହି ଗଛର ଫୁଲ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାଏ। ଆଉ ଏହା ବର୍ଷକ ବାରମାସ ମଧ୍ୟ ଫୁଟିଥାଏ। ଅର୍କିଡ ରଙ୍ଗୀନ ଏବଂ ମନୋରମ ମଧ୍ୟ ହୋଇଥାଏ। ଏହାଛଡା ସକାରାତ୍ମକ ଉର୍ଜା ମଧ୍ୟ ଦେଇଥାଏ। ତେଣୁ ପିଲାଙ୍କ ପଢାଘରେ ଏହାକୁ ଲଗାଇବା ଦ୍ୱାରା ପିଲା ଉତ୍ତମ ବିଚାର କରିପାରେ।

ପିସ୍‌ ଲିଲି ପ୍ଲାଣ୍ଟ: ପିସ୍‌ ଲିଲି ପ୍ଲାଣ୍ଟ ସବୁଠାରୁ ଭଲ ଇନଡୋର ପ୍ଲାଣ୍ଟ ମଧ୍ୟରେ ଅନ୍ୟତମ। ଏହାକୁ ମଧ୍ୟ କମ୍‌ ଦେଖାଶୁଣା କରିପାରିବେ। ଏହି ଲିଲି ପ୍ଲାଣ୍ଟର ଧଳା ଫୁଲ ଗଛ ଷ୍ଟଡିରୁମରେ ରଖିବା ଦ୍ୱାରା ପବନରେ ଗୁଣବତ୍ତାରେ ସୁଧାର ଆସିଥାଏ। ଏହା ବାତାବରଣକୁ ପରିଷ୍କାର କରି ଶାନ୍ତ କରିବା ଦ୍ୱାରା ଏକାଗ୍ରତା ବଢିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.