ମାରାତ୍ମକ ହୋଇପାରେ ଓଜନ ବୃଦ୍ଧି! ଏହି ସବୁ ଗମ୍ଭୀର ରୋଗର ଆଶଙ୍କା ବଢ଼ିଯାଏ; ବେଳ ହୁଁ ହୋଇ ଯାଆନ୍ତୁ ସତର୍କ

ମୋଟାପଣ କାରଣରୁ କୌଣସି ବି ରୋଗ ଗମ୍ଭୀର ହେବାର ଆଶଙ୍କା ବଢ଼ି ଯାଇଥାଏ। ଯଦି ଆପଣଙ୍କ ଓଜନ ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି, ତା’ ହେଲେ ଯଥାସମ୍ଭବ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ନଚେତ୍‌ ଡାଇବେଟିସ୍‌ରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ, ଗମ୍ଭୀର ରୋଗ ହେବାର ଆଶଙ୍କା ଅନେକ ଗୁଣା ବଢ଼ିଯିବ।

ଆଜିକାଲି ମଣିଷ ନିଜର ଓଜନକୁ ନେଇ ବେଶ ଚିନ୍ତିତ ହୋଇ ପଡିଛି। ମୋଟାପଣ କମ୍ କରିବାକୁ ଅନେକ ପ୍ରକାର ଉପାୟ ଆପଣାଉଛି, କିନ୍ତୁ ତାହା କାମ କରୁ ନାହିଁ। ଏମିତି ଲୋକ ନିଜର ଖାଦ୍ୟପେୟକୁ ନେଇ ଟିକେ ସଜାଗ ରହିବା ଉଚିତ୍। ନିଜ ଖାଦ୍ୟରୁ ସେହି ଜିନିଷଗୁଡ଼ିକୁ ଦୂରେଇ ଦେବା ଉଚିତ୍, ଯାହା ଶରୀରର ଓଜନ ବୃଦ୍ଧିରେ କାମ କରିଥାଏ। ଆସନ୍ତୁ ଜାଣିବା ମେଦବହୁଳତା ଥିଲେ କେଉଁ କେଉଁ ରୋଗ ହେବାର ଆଶଙ୍କା ଲାଗି ରହିଥାଏ।

ଟାଇପ୍‌ ଟୁ ଡାଇବେଟିସ୍‌

ମୋଟାପଣ କାରଣରୁ ଟାଇପ୍‌ ଟୁ ଡାଇବେଟିସ୍‌ର ଆଶଙ୍କା ବଢ଼ି ଯାଇଥାଏ। ବିଶେଷଜ୍ଞଙ୍କ ମୁତାବକ, ଓଜନ କମ୍‌ କରିବା, ସନ୍ତୁଳିତ ଡାଇଟ୍‌, ଏକ୍ସରସାଇଜ୍‌ ଏବଂ ପର୍ଯ୍ୟାପ୍ତ ନିଦ୍ରା ଦ୍ୱାରା ଟାଇପ୍‌ ଟୁ ଡାଇବେଟିସ୍‌ର ଆଶଙ୍କାକୁ କମ୍‌ କରାଯାଇ ପାରିବ।

ଗଲ୍‌ ବ୍ଲାଡର ସମସ୍ୟା

ମେଦବହୁଳତା ଥିଲେ ଷ୍ଟୋନ୍‌ ସମସ୍ୟା ବି ହୋଇପାରେ। ମୋଟାପଣ ଯୋଗୁ ଗଲ୍‌ ବ୍ଲାଡର ସହ ଜଡ଼ିତ ରୋଗଗୁଡ଼ିକର ଆଶଙ୍କା ବଢ଼ି ଯାଇଥାଏ।

ଅଷ୍ଟିଓଆର୍ଥ୍ରାଇଟିସ୍‌

ମେଦବହୁଳତା ହେତୁ ଗଣ୍ଠି ଉପରେ ଚାପ ପଡ଼ିଥାଏ, ଯେଉଁ କାରଣରୁ ହାଡ଼ଗୁଡ଼ିକ ନମନୀୟ ହୋଇ ଯାଇଥାଏ। ଅଷ୍ଟିଓଆର୍ଥ୍ରାଇଟିସ୍‌ ସମସ୍ୟାରେ ଆପଣଙ୍କୁ ଆଣ୍ଠୁ, ପିଚା ଓ ପିଠି ଉପରେ ଅଧିକ ପ୍ରଭାବ ପଡ଼ିଥାଏ। ଯଦି ଆପଣ ଓଜନ କମ୍‌ କରୁଛନ୍ତି, ତା’ ହେଲେ ଏହାଦ୍ୱାରା ଆଣ୍ଠୁ, ପିଚା ଓ ପିଠିର ତଳ ଭାଗରେ ପଡ଼ୁଥିବା ପ୍ରଭାବକୁ କମ୍‌ କରାଯାଇ ପାରିବ।

ସ୍ଲିପ୍‌ ଆପନିୟା

ମୋଟାପଣ ଯୋଗୁ ଆପଣଙ୍କୁ ସ୍ଲିପ୍‌ ଆପନିୟା ରୋଗ ହୋଇପାରେ। ଏହି ରୋଗ ହେଲେ ଜୋର୍‌ ଜୋର୍‌ରେ ଘୁଙ୍ଗୁଡ଼ି ମାରିବା ଏବଂ ଶୋଇବା ସମୟରେ ନିଃଶ୍ୱାସ ନେବାରେ କଷ୍ଟ ହେବା ଭଳି ସମସ୍ୟା ଦେଖା ଦେଇଥାଏ। ସ୍ଲିପ୍‌ ଆପନିୟା କାରଣରୁ ହୃଦୟ ରୋଗ ଏବଂ ଷ୍ଟ୍ରୋକ୍‌ର ଆଶଙ୍କା ବଢ଼ି ଯାଇଥାଏ।

ଲିଭର ସହ ଜଡ଼ିତ ସମସ୍ୟା

ମୋଟାପଣ କାରଣରୁ ହାର୍ଟ ବର୍ଣ୍ଣ ଏବଂ ଲିଭର ସହ ଜଡ଼ିତ ସମସ୍ୟା ବଢ଼ି ଯାଇଥାଏ। ବିଶେଷଜ୍ଞଙ୍କ ଅନୁସାରେ, ମେଦବହୁଳତା ବ୍ୟକ୍ତିଙ୍କଠାରେ କ୍ୟାନସର ଭଳି ଗମ୍ଭୀର ରୋଗର ଆଶଙ୍କା ରହିଥାଏ। ଏହା ପ୍ରଜନନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

କରୋନାରୀ ଧମନୀ ରୋଗ

ଇସ୍କେମିକ ଷ୍ଟ୍ରୋକ୍‌ ଏବଂ କରୋନାରୀ ଧମନୀ ରୋଗର ମୁଖ୍ୟ କାରଣ ହେଉଛି ମୋଟାପଣ ବା ମେଦବହୁଳତା, ଯାହାକି ମାରାତ୍ମକ ହୋଇପାରେ। ଏଭଳି ସ୍ଥିତିରେ ଚର୍ବି ଓ କୋଲେଷ୍ଟ୍ରୋଲ ଧମନୀଗୁଡ଼ିକରେ ଜମା ହେବାରେ ଲାଗି ଥାଆନ୍ତି, ଯେଉଁ କାରଣରୁ ଷ୍ଟ୍ରୋକ୍‌ର ଆଶଙ୍କା ଦେଖା ଦେଇଥାଏ। ବିଶେଷଜ୍ଞଙ୍କ ଅନୁସାରେ, ବ୍ୟକ୍ତି ଅତ୍ୟଧିକ ମୋଟା ଥିଲେ ତାଙ୍କଠାରେ ବ୍ଲଡ୍‌ ପ୍ରେସର, ଷ୍ଟ୍ରୋକ୍‌ ଏବଂ ହୃଦ୍‌ ରୋଗର ସମ୍ଭାବନା ବଢ଼ି ଯାଇଥାଏ।

Leave A Reply

Your email address will not be published.