ସୁସ୍ଥରେ ଜନ୍ମ ନେଉଥିବା ଶିଶୁଙ୍କ ପାଇଁ ଆଣ୍ଟିବାୟୋଟିକ ମେଡିସିନର ଆବଶ୍ୟକ ପଡ଼ିନଥାଏ, ଏମିତି କହିଲେ ଗବେଷକ

ନୂଆଦିଲ୍ଳୀ : କ’ଣ ସବୁ ପିଲାଙ୍କ ପାଇଁ ଆଣ୍ଟିବାୟୋଟିକ ଆବଶ୍ୟକ ପଡିଥାଏ । ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଗବେଷକ । କମ ରିସ୍କ ବା ସୁସ୍ଥରେ ଜନ୍ମ ନେଉଥିବା ଶିଶୁଙ୍କ ପାଇଁ ଆଣ୍ଟିବାୟୋଟିକର ଆବଶ୍ୟକ ପଡ଼ିନଥାଏ ବୋଲି କହିଛନ୍ତି ଗବେଷକ ।

ଆଣ୍ଟିବାୟୋଟିକ କେତେ ଭଲ ଓ କେତେ ଖରାପ

ରିସର୍ଚ୍ଚ କୁହେ ଆମ ଶରୀରରେ ଥିବା ମାଇକ୍ରୋବାୟୋମର ସୃଷ୍ଟି ଏପରି ହୋଇଥାଏ ଯେ ପିଲାଦିନେ ଇମ୍ୟୁନିଟି, ମେଟାବୋଲିଜିମ ଓ ମାନସିକ ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଏହା ଏକ ପ୍ରକାର ସୂକ୍ଷ୍ମ ଜୀବ ଯାହା ଶରୀରରେ କୋଟି କୋଟି ସଂଖ୍ୟାରେ ମହଜୁଦ ରହିଥାଏ । ଏହା ଆମର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆଣ୍ଟିବାୟୋଟିକର ପ୍ରବଳ ବ୍ୟବହାର ଯୋଗୁ ଏହା ଶରୀରରେ ରେଜିଷ୍ଟାନ୍ସ ବାକ୍ଟେରିଆର ବିକାଶର କାରଣ ହୋଇଥାଏ ।

ଅଧିକ ଆଣ୍ଟିବାୟୋଟିକର ପ୍ରୟୋଗ ମାରାତ୍ମକ ହୋଇଥାଏ

ଯଦି ଆପଣ ଅଧିକ ଆଣ୍ଟିବାୟୋଟିକ ବ୍ୟବହାର କରୁଛନ୍ତି ଏହା ଇମ୍ୟୁନି ସିଷ୍ଟମ ଓ ମାନସିକ ବିକାଶ ଉପରେ ପ୍ରଭାବ ପକାଇଥାଏ । ଏହା ଶରୀରରେ ଥିବା ମାଇକ୍ରୋବାୟୋମ ଉପରେ ପ୍ରଭାବ ପକାଇଥାଏ । ଯାହାକି ପରେ ବହୁ ଅସୁବିଧାର କାରଣ ହୋଇଥାଏ ।

ତେଣୁ କୁହାଯାଏ ଯଦି କୌଣସି ଶିଶୁର ଜନ୍ମ ନର୍ମାଲ ହୋଇଥାଏ । ତା’ଠାରେ କ୍ରିଟିକାଲ ସେଚୁରେସନ ଆସିନଥାଏ ଓ ଶିଶୁ ସୁସ୍ଥରେ ଜନ୍ମ ଗ୍ରହଣ କରିଥାଏ, ସେମାନଙ୍କୁ ଅଧିକ ଆଣ୍ଟିବାୟୋଟିକ ଦିଅନ୍ତୁ ନାହିଁ ବୋଲି ଏମିତି କହିଛନ୍ତି ଗବେଷକ । ଶିଶୁଙ୍କୁ ଯେତେ କମ ବୟସରେ ଆଣ୍ଟିବାୟୋଟିକ ଦିଆଯାଇଥାଏ ସେମାନଙ୍କ ପାଇଁ ସେତେ ବିପଦ ହୋଇଥାଏ ।

ଡବ୍ଲ୍ୟୁଏଚ୍‌ ଅନୁଯାୟୀ

ଡବ୍ଲ୍ୟୁଏଚ୍‌ ଅନୁଯାୟୀ, ବିନା ଆବଶ୍ୟକରେ ଆଣ୍ଟିବାୟୋଟିକ ବ୍ୟବହାର କରିବା ଦ୍ୱାରା ଆଣ୍ଟିବାୟୋଟିକ ବ୍ୟବହାର ପ୍ରତିରୋଧି ବୃଦ୍ଧି ହୋଇଥାଏ । ଯାହାକି ଶରୀର ପାଇଁ ସବୁଠୁ ମାରାତ୍ମକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.