ଚାଉଳ ଓ ମହୁ ବ୍ୟବହାର କରି ଘରେ ପାଆନ୍ତୁ ଗୋଲଡେନ୍‌ ଗ୍ଲୋ ସ୍କିନ୍‌

ମହୁ ସ୍ୱାସ୍ଥ୍ୟ ସହ ତ୍ୱଚା ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ। ତ୍ୱଚାକୁ ମୁଲାୟମ କରିବାରେ ଏହା ସାହାଯ୍ୟ କରିଥାଏ। ଆପଣ ଚାହିଁଲେ ମହୁ ବ୍ୟବହାର କରି ଘରେ ମଧ୍ୟ ଫେସିଆଲ କରିପାରିବେ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ପାଇପାରିବେ ଗୋଲଡେନ୍‌ ଗ୍ଲୋ ସ୍କିନ୍‌…

ଫେସିଆଲ କରିବା ପୂର୍ବରୁ ପ୍ରଥମେ ଏକ ଟାେଓ୍ଵଲକୁ ଗରମ ପାଣିରେ ବୁଡ଼ାଇ ୪-୫ ମିନିଟ୍‌ ପର୍ଯ୍ୟନ୍ତ ମୁହଁକୁ ଭଲ ଭାବେ ପୋଛିଦିଅନ୍ତୁ। ଏଭଳି କରିବା ଦ୍ୱାରା ମୁହଁର ଛିଦ୍ର ଖୋଲିଯିବ ଓ ଫେସିଆଲର ଦୁଇଗୁଣ ଲାଭ ମିଳିପାରିବ। ଫେସିଆଲ ପୂର୍ବରୁ ପ୍ରଥମେ ସ୍କ୍ରବ୍‌ କରିବା ଉଚିତ୍‌।

ସ୍କ୍ରବ୍‌:

ଚାଉଳଗୁଣ୍ଡ- ୧ଚାମଚ
ମହୁ-୧ ଚାମଚ
ଲେମ୍ବୁ ବା ଟମାଟୋ ରସ- ୪ରୁ ୫ ବୁନ୍ଦା

ସ୍କ୍ରବିଂ କରିବା ଉପାୟ:

ଚାଉଳଗୁଣ୍ଡ, ମହୁ ଓ ଲେମ୍ବୁ ରସକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ଧୀରେ ଧୀରେ ଘଷନ୍ତୁ। ନାକ ଓ ଗାଲ ତଳ ପାର୍ଶ୍ୱକୁ ଭଲ ଭାବେ ଘଷନ୍ତୁ, କାରଣ ଏହି ଜାଗାରେ ସବୁଠାରୁ ଅଧିକ ମୃତ କୋଷିକା ରହିଥାଏ। ୫-୧୦ ମିନିଟ୍‌ ପରେ ମୁହଁକୁ ଭଲ ଭାବେ ଧୋଇ ସଫା କରିଦିଅନ୍ତୁ।

ଫେସ୍‌ ପ୍ୟାକ୍‌:

ମୁଲତାନି ମାଟି- ୧ ଚାମଚ
ମହୁ- ୧ ଚାମଚ
ଗୋଲାପ ଜଳ- ଆବଶ୍ୟକ ଅନୁସାରେ

ଏହାସହ ପଢ଼ନ୍ତୁ: ପୁରୁଷମାନେ ପ୍ରତିଦିନ ଏହି ଉପାୟରେ ପିଆଜ ଖାଆନ୍ତୁ, ବୃଦ୍ଧି ପାଇବ ଯୌନଶକ୍ତି

ଏମିତି ଲଗାନ୍ତୁ ଫେସ୍‌ ପ୍ୟାକ୍‌:

ମୁଲତାନି ମାଟିରେ ମହୁ ସହ ଆବଶ୍ୟକତା ଅନୁସାରେ ଗୋଲାପ ଜଳ ମିଶାଇ ଏକ ସ୍ମଥ୍‌ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ଅଳ୍ପ ଶୁଖିବାକୁ ଦିଅନ୍ତୁ। ଧ୍ୟାନ ରଖନ୍ତୁ କେବେ ବି ଫେସ୍‌ ପ୍ୟାକ୍‌କୁ ସମ୍ପୂର୍ଣ୍ଣ ଶୁଖିବାକୁ ଦେବେ ନାହିଁ। ଏହାଦ୍ୱାରା ମୁହଁର ତ୍ୱଚା ଲୋଚାକୋଚା ହୋଇଯାଏ।

WCW 11

Recent Posts

ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ; ୧୦ ଜଣଙ୍କ ମୃତ୍ୟୁ, ୬ ନିଖୋଜ

ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବର୍ଷା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି ।…

8 mins ago

ଓଜେଇ ୨୦୨୪ର ଫଳାଫଳ ପ୍ରକାଶ, ୨୩ ଟି ବିଭାଗରେ ୨୩ ଜଣ ଟପ୍ପର

 ଭୁବନେଶ୍ୱର : ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା -ଓଜେଇ ୨୦୨୪ର ଫଳାଫଳ ପ୍ରକାଶ । ଚଳିତ ବର୍ଷ ମେ'ରେ ହୋଇଥିଲା…

15 mins ago

ୟୁପି : ଜଣେ ଭିନ୍ନକ୍ଷମ ଶିଶୁକୁ ମାରିବା ଇନ୍ସପେକ୍ଟରଙ୍କ ପାଇଁ ପଡିଲା ମହଙ୍ଗା, ଭାଇରାଲ ହେଉଛି ଭିଡିଓ

ୟୁପିର ବିଜନୋରରେ ପିଲାଙ୍କୁ ପିଟିଥିବା ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ…

20 mins ago

ରୋଜଗାର କରିବା ବୟସରେ ଦାଉ ସାଜୁଛି ରୋଗ, ପରିବାର ଚଳିବ କେମିତି ?

ନୟାଗଡ଼: ଜୀବନରେ ଦୁଃଖ ଆଉ ସୁଖ ଏ ତ ଲାଗି ରହିଛି । ହେଲେ ଏହି ଦୁଃଖ ବେଳେ ବେଳେ…

21 mins ago

ଏସି ଥଣ୍ଡାରେ ଚୋରି କରିବାକୁ ଭୁଲି ଶୋଇପଡିଲା ଚୋର, ସକାଳୁ ଉଠିଲା ବେଳକୁ ସାମ୍ନାରେ ପୋଲିସ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଚୋରି କରିବାକୁ ଆସିଥିବା ଚୋର ରୁମରେ ଏସି ଥଣ୍ଡା…

23 mins ago

ଆଜି ବିଶ୍ୱ ବାଇସାଇକେଲ ଦିବସ

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ୱ ବାଇସାଇକେଲ ଦିବସ । ଏହି ଅବସରରେ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ସାଇକେଲ ଯାତ୍ରା…

45 mins ago