ପିଲାମାନଙ୍କ ଟିଫିନ ବକ୍ସ ପ୍ୟାକ ପାଇଁ ନିଅନ୍ତୁ ନାହିଁ ଟେନ୍ସନ, ମାତ୍ର ୧୦ ମିନିଟରେ ବନାନ୍ତୁ ତାଙ୍କ ମନପସନ୍ଦର ଏହି ସୁଆଦିଆ ଖାଦ୍ୟ
ମା ମାନଙ୍କ ପାଇଁ ସବୁଠାରୁ ବଡ଼ କଷ୍ଟକାମ ହେଉଛି ପିଲାମାନଙ୍କ ପାଇଁ ଟିଫିନ ପ୍ରସ୍ତୁତ କରିବା । ବେଳେବେଳେ ପିଲାମାନେ ଖାଦ୍ୟ ସ୍ୱାଦିଷ୍ଟ ନହୋଇଥିବା କାରଣରୁ ସ୍କୁଲରୁ ଟିଫିନ ନଖାଇ ଫେରାଇ ଆଣିଥାନ୍ତି ମଧ୍ୟ । ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ସୁଜିର ପ୍ରସ୍ତୁତ ଏକ ଟିଫିନ ଯାହାକୁ ଆପଣଙ୍କ ପିଲା ଖାଇବାପରେ ସବୁଦିନ କହିବା ପାଇଁ ଇଛା କରିବେ । ତାହେଲେ ଆସନ୍ତୁ ଜାଣିବା ଘରେ ଖୁବ କମ ସମୟ ମଧ୍ୟରେ କିପରି ପିଲାମାନଙ୍କ ଟିଫିନ ପାଇଁ ପ୍ରସ୍ତୁତ କରିବେ ସୁଜି ଇଡ଼ଲି ।
ଆବଶ୍ୟକୀୟ ସାମଗ୍ରୀ
ଏକ କପ ସୁଜି, ଏକ କପ ଦହି, ଦୁଇ ଚାମଚ ଟମାଟୋ ପ୍ୟୁରି, କଟା ପରିବା ଅଳ୍ପ ଯେପରିକି ଗାଜର, ଗ୍ରିମ ମଟର, କୋବି, ଟମାଟୋ, ପିଆଜ ଇତ୍ୟାଦି, ଲୁଣ ।
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ଏକ ପାତ୍ରରେ କିଛି ସୁଜି ନିଅନ୍ତୁ । ତାପରେ ସେଥିରେ ଦହି ଟମାଟୋ ପ୍ୟୁରି, ଲୁଣ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ସେଥିରେ କଟା ପରିବା ପକାଇ ଅଳ୍ପ ପାଣି ଦେଇ ଭଲଭାବେ ଗୋଳାଇ ଦିଅନ୍ତୁ । ଆପଣ ଏଥିରେ ଧନିଆପତ୍ର ଓ କଞ୍ଚାଲଙ୍କା ମଧ୍ୟ ଆଡ଼ କରିପାରିବେ । ବର୍ତ୍ତମାନ ଗ୍ୟାସରେ ଇଡ଼ଲିଛାଞ୍ଚ ଗରମ କରି ଛାଞ୍ଚରେ ଅଳ୍ପ ତେଲ ଲଗାଇ ମିଶ୍ରଣକୁ ଦିଅନ୍ତୁ । ତାପରେ ବନ୍ଦ କରି କିଛି ସମୟ ପର୍ଯ୍ୟନ୍ତ ଷ୍ଟିମ କରନ୍ତୁ । ୧୦/୧୫ ମିନିଟ ପରେ ଏହାକୁ କାଢି ଟମାଟୋ ସସ କିମ୍ବା ଗ୍ରୀନ ଚଟଣି ସହିତ ପିଲାମାନଙ୍କ ଲଞ୍ଚ ବକ୍ସରେ ପ୍ୟାକ କରିଦିଅନ୍ତୁ ।