ମା’ ଙ୍କ ନବରାତ୍ର ସମୟରେ କରନ୍ତୁ ଏହି ସବୁ ଖାଦ୍ୟର ବ୍ୟବହାର

ଚଳିତ ବର୍ଷ ସେପ୍ଟେମ୍ବର ମାସ ୨୯ ତାରିଖରେ ନବରାତ୍ରି ଆରମ୍ଭ ହେବାକୁ ହେବ । ସନାତନ ଧର୍ମରେ ନବରାତ୍ରିର ଏକ ବିଶେଷ ମହତ୍ୱ ଅଛି । ଏହା ବିଷୟରେ ହିନ୍ଦୁ ଧର୍ମ ଗ୍ରନ୍ଥ ମାନଙ୍କରେ ମଧ୍ୟ ଉଲ୍ଲେଖ ଅଛି । ସନାତନ ଧର୍ମ ଅନୁସାରେ ନବରାତ୍ରି ମାନଙ୍କରେ ଉପବାସ ରଖି ମା ଦୁର୍ଗାଙ୍କର ଉପାସନା କରିଥାନ୍ତି । କିନ୍ତୁ ଉପବାସ ସମୟରେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଉଚିତ । ଏହି ସମୟରେ କିଛି ଖାଦ୍ୟ ଏମିତି ଅଛି ଯାହା ଖାଇବା ଉଚିତ ନୁହେଁ । କିନ୍ତୁ ତାହା ବଦଳରେ ଏହି ଖାଦ୍ୟ ଖାଇଲେ ଆପଣଙ୍କୁ ବିଶେଷ ଉପଯୋଗୀ ହୋଇପାରିବ ।

ଶାଗୁ:

 

ନବ ରାତ୍ର ସମୟରେ ଆମ ଅଂଚଳରେ ସହଜରେ ମିଳୁଥିବା ସାଗୁ ଦାନାକୁ ଭର ପୁର ମତ୍ରାରେ ଖାଇବା ଉଚିତ । ସାଗୁ ସାଧାରଣତଃ ପେଟ ଥଣ୍ଡା ରଖିଥାଏ । ଏହା ସହ ଶରୀର ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ । ଏହାକୁ ଆପଣ ସହଜରେ ଖେଚୁଡ଼ି,କ୍ଷୀରି,ବରା ବା ପାମ୍ପଡ ଆଦି ପ୍ରସ୍ତୁତ କରି ଖାଇପାରିବେ। ଏହା ସହ ଆପଣ ଦେଶୀ ବୁଟର ବ୍ୟବହାର କରିପାରିବେ । ଦେଶୀ ବୁଟରେ ବିଭିନ୍ନ ପୌଷ୍ଟିକ ପଦାର୍ଥ ଭରପୁର ମତ୍ରାରେ ଥାଏ | ଏହା କୁ ବି ଆପଣ ଗଜା କରି ବା ଖାଲି ଖାଇପାରିବେ। ଗଜା ମୁଗ ବି ଏହି ସମୟରେ ଖାଇବା ଅତି ଭଲ ହୋଇଥାଏ ।

ଏହା ସହ ପଢନ୍ତୁ:

ପୂଜାପରେ ହାତରେ ବନ୍ଧାଯାଉଥିବା ବ୍ରତ ଶରୀର ପାଇଁ ଏତେ ମାତ୍ରାରେ ଲାଭଦାୟକ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

 

ମସଲା:

ନବରାତ୍ରି ସମୟରେ ହଳଦୀ, ହେଙ୍ଗୁ, ସୋରିଷ ତେଲ,ମେଥି ଦାନା,ଗରମ ମସଲା ଓ ଧନିଆ ପାଉଡରର ବ୍ୟବହାର କରାଯାଇ ନଥାଏ ।ଏକ ବିଶେଷ ଧରଣର ଲୁଣର ବ୍ୟବହାର କରାଯାଇଥାଏ । ଉପବାସ ସମୟରେ ଆପଣ ଜିରା,ଜିରା ପାଉଡର, ଗୋଲ ମରିଚ ବା ଗୋଲ ମରିଚ ପାଉଡର, ଗୁଜୁରାତି, ଲବଙ୍ଗ,ଡାଲଚିନି, ଜୁଆଣି,ତେନ୍ତୁଳି,ଜାଇଫଳ ଆଦିର ବ୍ୟବହାର କରିପାରିବେ ।

ତେଲ:

ନବରାତ୍ରି ଉପବାସ ସମୟରେ ରିଫାଇନ ତେଲ ବା ମଞ୍ଜି ପ୍ରସ୍ତୁତ ତେଲ ଖାଇବା ଉଚିତ ନୁହେଁ । ସୋରିଷ ତେଲ ତ ଏହି ସମୟରେ ଜମା ବ୍ୟବହାର କରାଯାଏ ନାହିଁ । ବରଂ ଏହି ସମୟରେ ଦେଶୀ ଘିଅ ବା ବାଦାମ ତେଲରେ ପ୍ରସ୍ତୁତ ଖାଦ୍ୟର ବ୍ୟବହାର କରିବା ଉଚିତ

ଫଳ:

ଉପବାସ ସମୟରେ ଫଳ ଆହାର କଲେ ଶରୀରରେ ଦେଖା ଦେଉଥିବା ପୁଷ୍ଟି ହୀନତା ଦୂର ହୋଇଥାଏ । ଅମୃତ ଭଣ୍ଡା,ସେଓ,ନାସପାତି, ଡାଳିମ୍ବ ଆଦି ଫଳ ଖାଇଲେ ଦେହ ପାଇଁ ଅଧିକ ଭଲ ହୋଇଥାଏ । ଏହି ଫଳ ଗୁଡିକ ଖାଇବା ଦ୍ୱାରା ଶରୀରକୁ ଅଧିକ ଶକ୍ତି ମିଳିବା ସହ ଅଧିକ ଫୁର୍ତ୍ତି ମଧ୍ୟ ରହିଥାଏ। ଅମୃତ ଭଣ୍ଡା ଶରୀର ପାଇଁ ଅତି ଲାଭ ଦାୟୀ ହୋଇଥିବା ବେଳେ ଶୀଘ୍ର ପାଚନ ମଧ୍ୟ ହୋଇଥାଏ । ନଡ଼ିଆ ମଧ୍ୟ ଖାଇବା ହିତକାରୀ ହୋଇଥାଏ । କଦଳୀରେ ଅଧିକ ପରିମାଣର ଆଇରନ ଥିବାରୁ ଏହା ଶରୀରର ବହୁ ଆବଶ୍ୟକତାକୁ ପୂରଣ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.