ଆୟୋଡିନର ମାତ୍ରା କମିବା କରିପାରେ ପ୍ରଜ୍ଜନନ କ୍ଷମତାକୁ ହ୍ରାସ

ମହିଳାମାନଙ୍କ ମଧ୍ୟରେ ଆୟୋଡିନର ମାତ୍ରା କମ୍ ହେବାର ଯଦି ସମୟ ଥାଉ ଏହାର ଉପଚାର ନକରନ୍ତି ତେବେ ଗର୍ଭଧାରଣ କରିବା ସମୟରେ ସମସ୍ୟା ଆସିବା, ପ୍ରଜ୍ଜନନ କ୍ଷମତା କମିଯିବା, ନବଜାତ ଶିଶୁ ଦେହରେ ନର୍ଭର ସମସ୍ୟା ହେବାର ଡ଼ର ବଢିଯାଇଥାଏ ।

ମାନବ ଶରୀରରେ ଆୟୋଡିନ୍ ଏକ ମହତ୍ବ ପୂର୍ଣ୍ଣ ମାଇକ୍ରୋ-ନିୟୁଟ୍ରିନ୍ସ ଯାହା ଥାଇରଏଡ୍ ହରର୍ମୋନ୍ କୁ ନିର୍ମାଣ କରିବା ପାଇଁ ଆବଶ୍ୟକ । ଆୟୋଡିନ୍ ଡେଫିସିଏନ୍ସି ଆୟୋଡିନ୍ ତତ୍ବର କମ ହୋଇଥାଏ । ଏହା ଆମରା ଡାଏଟର ଏକ ଆବଶ୍ୟକ ପୋଷଣ ତତ୍ବ ଅଟେ । ଆୟୋଡିନର ମାତ୍ରା କମ୍ ହେବାରୁ ହାଇପୋ-ଥାଇରୋଡିଜିମ୍ ହୋଇଥାଏ ।

Food is source of iodine

ମହିଳାଙ୍କ ଶରୀରରେ ଆୟୋଡିନର ମାତ୍ରା କମିବା ସେମାନଙ୍କ ପ୍ରଜ୍ଜନନ ତନ୍ତ୍ରର କାର୍ୟ୍ୟପ୍ରଣାଳୀ ସହିତ ସିଧା ସଂମ୍ବଦ୍ଧିତ । ହାଇପୋ-ଥାଇରୋଡିଜିମ୍ ଗର୍ଭପାତର ସବୁ ଠାରୁ ବଡ କାରଣ ହୋଇଥାଏ । ଯେତେବେଳେ ଥାଇରଏଡ୍ ଗ୍ଲାଣ୍ଡର କାର୍ୟ୍ୟପ୍ରଣାଳୀ କମି ଯାଇଥାଏ ତେବେ ସେ ଯେତିକି ହରର୍ମୋନ୍ ପ୍ରସ୍ତୁତ କରିବା କଥା ସେତିକି କରିପାରି ନଥାଏ । ଯାହା ଦ୍ବାରା ଓଭାରିରୁ ଅଣ୍ଡା ବାହାରିବା ଖୁବ୍ କଷ୍ଟ ହୋଇଥାଏ ଏବଂ ଯାହା ପ୍ରଜ୍ଜନନ ତନ୍ତ୍ରର ମୂଖ୍ୟ କାରଣ ହୋଇଥାଏ ।

ଯେଉଁ ମହିଳା ହାଇପୋ-ଥାଇରୋଡିଜିମର ଶିକାର ହୋଇଥାନ୍ତି ସେମାନେ ସେକ୍ସରେ ଅରୁଚି, ମାସିକ ଧର୍ମରେ ଅନୀୟମିତତା ଏବଂ ଗର୍ଭ ଧାରଣ କରିବାରେ ସମସ୍ୟା ଆସିବା ଦେଖା ଯାଇଥାଏ ।

ହଁ, ଡାକ୍ତଙ୍କର ଅନୁସାରେ ପ୍ରଜ୍ଜନନ ତନ୍ତ୍ରର ସମସ୍ୟା ଦୂର କରିବା ପାଇଁ ହାଇପୋ-ଥାଇରୋଡିଜିମର ଉପଚାର ଅଧିକ ମହତ୍ବ ପୂର୍ଣ୍ଣ ଭାଗ ଅଟେ । ଯଦି ହାଇପୋ-ଥାଇରୋଡିଜିମର ଉପଚାର ପରେ ମଧ୍ୟ ପ୍ରଜ୍ଜନନ ତନ୍ତ୍ରର ସମସ୍ୟା ସେହି ପରି ରହିଥାଏ ତେବେ ପ୍ରଜ୍ଜନନ ତନ୍ତ୍ରର ପାଇଁ ଅଲଗା ଉପଚାରର ଆବଶ୍ୟକତା ପଡିଥାଏ ।