ସକାଳୁ ଉଠୁ ଉଠୁ କଫି ପିଉଛନ୍ତି କି, ତାହେଲେ ଜାଣନ୍ତୁ ଏହା କେତେ ଭଲ ଆଉ କେତେ ଖରାପ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ଦିନରେ ଅଧିକ କଫି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଯଦି ଏହା ସଠିକ୍ ପରିମାଣରେ ପିଅନ୍ତି ତାହେଲେ ଏହାର ଅନେକ ଲାଭ ମଧ୍ୟ ମିଳିପାରେ। କଫି ପିଇଲେ ଶରୀରରେ ନୂଆ ଶକ୍ତି ମିଳେ।

ସକାଳୁ କଫି ନପିଇଲେ ଅଧିକାଂଶ ଲୋକଙ୍କର ନିଦ ଭାଙ୍ଗେନାହିଁ। ଏହାର କାରଣ ହେଉଛି କଫିରେ ମିଳୁଥିବା କେଫିନ୍। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ଦିନରେ ଅଧିକ କଫି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଯଦି ଏହା ସଠିକ୍ ପରିମାଣରେ ପିଅନ୍ତି ତାହେଲେ ଏହାର ଅନେକ ଲାଭ ମଧ୍ୟ ମିଳିପାରେ। କଫି ପିଇଲେ ଶରୀରରେ ନୂଆ ଶକ୍ତି ମିଳେ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କଫି ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ ଅନ୍ୟତମ। ଏଥିରେ ଥିବା ଉଚ୍ଚ ସ୍ତରର ଆଣ୍ଟିଅକ୍ସିଡାଣ୍ଟ ଓ ଉପକାରୀ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ। ଅଧ୍ୟୟନରୁ ଜଣାପଡ଼ିଛି ଯେ ନିୟମିତ କଫି ପିଉଥିବା ଲୋକଙ୍କର ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା କମ୍ ଥାଏ। ଆସନ୍ତୁ ଜାଣିବା କଫି ପିଇବାର କିଛି ସ୍ୱାସ୍ଥ୍ୟ ଉପକାରିତା ।

କଫି ଥକ୍କାପଣ ଏବଂ ଶରୀରରେ ଶକ୍ତି ସ୍ତର ବଢ଼ାଇବାରେ ସାହାଯ୍ୟ କରେ। ଏହାର କାରଣ ହେଉଛି ଏଥିରେ ଥିବା କଫିନ୍। କଫି ପିଇବା ପରେ କଫିନ୍ ଆପଣଙ୍କ ରକ୍ତ ପ୍ରବାହରେ ଅବଶୋଷିତ ହୁଏ ଓ ସେଠାରୁ ଆପଣଙ୍କ ମସ୍ତିଷ୍କକୁ ଯାଏ । ମଣିଷମାନଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି କଫି ବ୍ୟବହାର ସ୍ମୃତି, ମନୋବଳ, ସତର୍କତା, ଶକ୍ତି ସ୍ତର ଓ ସାଧାରଣ ମାନସିକ କାମରେ ଉନ୍ନତି ଆଣିପାରେ ।

କଫି ଚର୍ବି କମାଇବାରେ ସାହାଯ୍ୟ କରେ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ କଫିନ୍ ଆପଣଙ୍କ ମେଟାବୋଲିଜିମ ହାରକୁ ୩-୧୧% ବଢ଼ାଇପାରିବ। ଟାଇପ୍-୨ ମଧୁମେହ ବିଶ୍ୱରେ ଶୀଘ୍ର ବଢ଼ୁଥିବା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଅନ୍ୟତମ । ଅଧ୍ୟୟନରୁ ଜଣାପଡିଛି ଯେ କଫି ପିଉଥିବା ବ୍ୟକ୍ତିଙ୍କ ଟାଇପ୍-୨ ଡାଇବେଟିସ୍ ହେବାର ୨୩-୫୦% କମ୍ ବିପଦ ରହିଛି। ସମୁଦାୟ ୪,୫୭,୯୨୨ ଲୋକଙ୍କ ଉପରେ କରାଯାଇଥିବା ୧୮ଟି ଅଧ୍ୟୟନର ସମୀକ୍ଷା ଅନୁସାରେ ଦୈନିକ ଗୋଟିଏରୁ ଦୁଇ କପ୍ କଫି ପିଇବା ଦ୍ୱାରା ଟାଇପ୍ ୨ ଡାଇବେଟିସ୍ ହେବାର ଆଶଙ୍କା ୭ ପ୍ରତିଶତ କମିଯାଏ।

କଫି ପିଇବା ଦ୍ୱାରା ଅଲଜାଇମର ରୋଗ ହେବାର ଆଶଙ୍କା କମିଯାଏ। ଆଲଜାଇମର ସବୁଠାରୁ ସାଧାରଣ ନ୍ୟୁରୋଡିଜେନେରେଟିବ ରୋଗ ବିଶ୍ୱରେ ଏହା ଡିମେନ୍ସିଆର ଏକ ପ୍ରମୁଖ କାରଣ । ଅଧ୍ୟୟନରୁ ଜଣାପଡିଛି ଯେ କଫି ପିଉଥିବା ଲୋକଙ୍କ ଅଲଜାଇମର ରୋଗ ହେବାର ୬୫% କମ୍ ଆଶଙ୍କା ରହିଛି। ଅଲଜାଇମର ସହ ଏହା ଅନ୍ୟାନ୍ୟ ମାନସିକ ରୋଗର ଆଶଙ୍କା ମଧ୍ୟ କମ କରିଥାଏ।

Leave A Reply

Your email address will not be published.