ହେୟାର ସିରମ୍‌ ବ୍ୟବହାର ଜରୁରୀ କି? ଜାଣନ୍ତୁ ଏହା ଲାଭଦାୟକ ନା କ୍ଷତିକାରକ

ହେୟାର ସିରମ୍‌ ହେଉଛି ଏକ ସିଲିକନ୍‌ ଆଧାରିତ ତରଳ ପଦାର୍ଥ ଯାହା କେଶରେ ଲଗାଯାଇଥାଏ । କେଶରେ ଲଗାଯାଉଥିବା ଏହି ସିରମ୍‌ କେଶର କଟିକଲ୍ସରେ ପ୍ରବେଶ କରେ ନାହିଁ କିମ୍ବା କେଶର ଟେକ୍ସଚର୍‌କୁ ପରିବର୍ତ୍ତନ କରେ ନାହିଁ । ହେୟାର ସିରମ୍‌ରେ ସିଲିକନ୍ ଥାଏ, ଯାହା କେଶକୁ ମଜବୁତ ଏବଂ ହାଲୁକା କରିବାରେ ସାହାଯ୍ୟ କରିଥାଏ ।

ମାର୍କେଟରେ ଅନେକ ହେୟାର କେୟାର ପ୍ରଡକ୍ଟ ଉପଲବ୍ଧ ହେଉଛି । ଏହି ପ୍ରଡକ୍ଟ ମଧ୍ୟରୁ କିଛି ଜରୁରୀ ହୋଇଥିବାବେଳେ କିଛି ପ୍ରଡକ୍ଟକୁ ଆମ ସମସ୍ତଙ୍କ ପାଇଁ ଜରୁରୀ କରାଯାଇଛି । ଏହି ପ୍ରଡକ୍ଟ ମଧ୍ୟରୁ ହେୟାର ସିରମ୍‌ ଅନ୍ୟତମ । ଏହି ହେୟାର ସିରମ୍‌କୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଧାରଣା ରହିଛି । କିଛି ଲୋକଙ୍କ କହିବା ଅନୁଯାୟୀ ହେୟାର ସିରମ୍‌ କେଶ ପାଇଁ ବହୁତ ଜରୁରୀ ହୋଇଥାଏ । କିନ୍ତୁ ଅନେକ ଏହି କଥାକୁ ବିଶ୍ୱାସ କରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏହି ହେୟାର ସିରମ୍‌ ବିଷୟରେ ଜଣାଇବୁ । ଏହାର ବ୍ୟବହାର ଦ୍ୱାରା ଆପଣଙ୍କୁ ଲାଭ ମିଳିବ ନା କ୍ଷତି ମିଳିବ ତାହା ଜାଣି ରଖନ୍ତୁ ।

ହେୟାର ସିରମ୍‌ ହେଉଛି ଏକ ସିଲିକନ୍‌ ଆଧାରିତ ତରଳ ପଦାର୍ଥ ଯାହା କେଶରେ ଲଗାଯାଇଥାଏ । କେଶରେ ଲଗାଯାଉଥିବା ଏହି ସିରମ୍‌ କେଶର କଟିକଲ୍ସରେ ପ୍ରବେଶ କରେ ନାହିଁ କିମ୍ବା କେଶର ଟେକ୍ସଚର୍‌କୁ ପରିବର୍ତ୍ତନ କରେ ନାହିଁ । ଏହା କେଶର ରଙ୍ଗ ଏବଂ ସପ୍ଲିମେଣ୍ଟକୁ ହାଇଲାଇଟ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ହେୟାର ସିରମ୍ କେଶ ଝଡ଼ିବା ମଧ୍ୟ କମ କରିଥାଏ, ଚମକ ଆଣିଥାଏ ଏବଂ କ୍ଷତିକାରକ ତତ୍ୱରୁ ମଧ୍ୟ ଏହା କେଶକୁ ରକ୍ଷା ଦେଇଥାଏ । କିନ୍ତୁ ଏସବୁ ପରେ ମଧ୍ୟ ଲୋକଙ୍କ ମନରେ ସିରମ୍ ବ୍ୟବହାର କରିବା ପ୍ରକୃତରେ ଆବଶ୍ୟକ କି ନୁହେଁ ଏଭଳି ପ୍ରଶ୍ନ ଉଠିଥାଏ ।

ହେୟାର ସିରମ୍‌ରେ ସିଲିକନ୍ ଥାଏ, ଯାହା କେଶକୁ ମଜବୁତ ଏବଂ ହାଲୁକା କରିବାରେ ସାହାଯ୍ୟ କରିଥାଏ । ଏହା କେଶ ଝଡ଼ିବା ସମସ୍ୟା ବନ୍ଦ କରିଥାଏ । ସିଲିକନ୍-ବେସ୍‌ଡ ସିରମ୍‌ ଗୁଡ଼ିକରେ pH ସ୍ତର କମ୍ ଥାଏ, ଯାହା କେଶ ଝଡ଼ିବା ରୋକିବାରେ ସାହାଯ୍ୟ କରେ । ହେୟାର ସିରମ୍ କେଶକୁ ଚମକଦାର ଏବଂ ସୁସ୍ଥ ବନାଇଥାଏ । ଏହା କେଶକୁ କୋମଳ କରିବାରେ ସାହାଯ୍ୟ କରେ । ଧୂଳି ଏବଂ ଆର୍ଦ୍ରତାରୁ ମଧ୍ୟ ଆରାମ ପ୍ରଦାନ କରିଥାଏ ହେୟାର ସିରମ୍‌ । ଏଥିରେ ଥିବା pH ସ୍ତର କେଶକୁ ଯୋଡ଼ି ରଖେ, ଯାହା କେଶରେ ହେଉଥିବା କ୍ଷତିକୁ କମ୍ କରିଥାଏ । ହେୟାର ସିରମ୍ ସୂର୍ଯ୍ୟ ରଶ୍ମି, ପ୍ରଦୂଷକ ତତ୍ୱ ଏବଂ ଅନ୍ୟାନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥ ଏବଂ ହିଟ ଷ୍ଟାଇଲିଂ ଉପକରଣ ଦ୍ୱାରା ହେଉଥିବା କ୍ଷତିରୁ ମଧ୍ୟ କେଶକୁ ରକ୍ଷା କରିଥାଏ । ଡ୍ରାଏ ଏବଂ ରଙ୍ଗୀନ କେଶକୁ ମଧ୍ୟ ଏହା ହାଇଡ୍ରେଟ୍ କରିଥାଏ ।

ତେବେ ସିରମ ବ୍ୟବହାର କଲେ କେଶକୁ କଣ କ୍ଷତି ପହଞ୍ଚିଥାଏ ତାହା ଜାଣି ରଖନ୍ତୁ ।
ହେୟାର ସିରମର ଅନେକ ଲାଭ ଥିବାବେଳେ ଏହାର କିଛି କ୍ଷତି ମଧ୍ୟ ରହିଛି । ଯଦି ଆପଣ ଦୀର୍ଘ ସମୟ ଧରି ହେୟାର ସିରମ୍ ବ୍ୟବହାର କରୁଛନ୍ତି, ତେବେ ଏଥିରେ ଥିବା ସିଲିକନ୍ କେଶ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଅତ୍ୟଧିକ ସିରମ୍ ବ୍ୟବହାର କରିବା ଦ୍ୱାରା କେଶ ଝଡ଼ିବା ସମସ୍ୟା ସୃଷ୍ଟି ହୋଇପାରେ । ଯଦି ଆପଣ ଏହାର ବ୍ୟବହାର ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟାକୁ ଏଡାଇବାକୁ ଚାହାଁନ୍ତି, ତେବେ ଏହାକୁ ସୀମିତ ପରିମାଣରେ ବ୍ୟବହାର କରନ୍ତୁ ।

 

You might also like