ଲାଇଫ୍ ଷ୍ଟାଇଲ୍

କ୍ଷୀର ସହ ଫଳ ମିଶାଇ ଖାଇବା ଠିକ ନା ଭୁଲ, ଜାଣନ୍ତୁ କଣ ରହିଛି ସମସ୍ୟା

ଗରମରୁ ବଞ୍ଚିବା ପାଇଁ ଲୋକମାନେ କ୍ଷୀର ସହ ଫଳ ମିଶାଇ ମିଲ୍କସେକ ପ୍ରସ୍ତୁତ କରି ଖାଇଥାନ୍ତି । କିନ୍ତୁ କ୍ଷୀର ସହ ଫଳ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ନା ନୁହେଁ ଏହା ଅନେକ ଥର ପ୍ରଶ୍ନ ଉଠେ । ତେବେ ଆଜି ଆପଣଙ୍କୁ ଏହା ଦ୍ୱାରା ହେଉଥିବା ସାଇଡ ଇଫ୍କେଟ୍ସ ବିଷୟରେ ଜଣାଇବୁ । କ୍ଷୀର ଏବଂ ଫଳକୁ ମିଶାଇ ଖାଇବା ଦ୍ୱାରା ଶରୀରରେ କଣ ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା ।

ଯେତେବେଳେ ଆପଣ ଫଳକୁ କ୍ଷୀର ସହ ମିଶାନ୍ତି ସେତେବେଳେ କିଛି କେମିଲାଲ ରିଆକ୍ସନ ହୋଇଥାଏ । ଏପରିସ୍ଥିତିରେ ଶରୀରରେ ସାଇଡ ଇଫ୍କେଟ୍ସ ହେବାର ସମ୍ଭାବନା ରହିଥାଏ । ମିଳିଥିବା ଏକ ରିପୋର୍ଟ ଅନୁସାରେ ଫଳ ଏବଂ କ୍ଷୀର ସାଙ୍ଗରେ ମିଶାଇ ଖାଇବା ଉଚିତ ନୁହେଁ କାରଣ ଉଭୟ ହଜମ ହେବା ପାଇଁ ଅଲଗା ସମୟ ନେଇଥାଏ । ଫଳ ଏବଂ କ୍ଷୀରକୁ ଅଲଗା କରି ଖାଇହେବ କିନ୍ତୁ ଏହାକୁ ସାଙ୍ଗରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ଫଳ ଏବଂ କ୍ଷୀର ସାଙ୍ଗରେ ଖାଇବା ଦ୍ୱାରା ପେଟରେ ଗ୍ୟାସ, ପେଟ ଖରାପ ଏବଂ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଏ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ଫଳ ପେଟରେ ଶୀଘ୍ର ହଜମ ହୋଇଥାଏ କିନ୍ତୁ କ୍ଷୀର ହଜମ ହେବାକୁ ସମୟ ନେଇଥାଏ । ଏହାକୁ ମିଶାଇ ଖାଇବା ଦ୍ୱାରା ପେଟରେ ଗ୍ୟାସ ଏବଂ ବ୍ଲୋଟିଙ୍ଗ ଭଳି ସମସ୍ୟା ହୋଇପାରେ । ଯେଉଁଥିପାଇଁ ଅନେକ ସମସ୍ୟା ଦେଖାଯାଏ ।

ଏହାକୁ ମିଶାଇ ଖାଇବା ଦ୍ୱାରା ପୋଷକ ତତ୍ୱ କମିଥାଏ । ଫଳରେ ନେଚୁରାଲ ଏସିଡ ଏବଂ ଏନ୍‌ଜାଇମ ହୋଇଥାଏ, ଯାହା କ୍ଷୀରରେ ଥିବା ପ୍ରୋଟିନ କ୍ୟାସିଇନକୁ ହଜମ କରିବାରେ ସମସ୍ୟା କରିବା ଆରମ୍ଭ କରେ । କ୍ଷୀରରେ ଥିବା ଆବଶ୍ୟକ ପୋଷକ ତତ୍ୱକୁ ଶୋଷଣ କରିବା ଦ୍ୱାରା ଶରୀରର କ୍ଷମାତା ପ୍ରଭାବିତ ହୋଇଥାଏ । ଯେଉଁଥିପାଇଁ ଶରୀରରେ ପୋଷକ ତତ୍ୱ କମ ହୋଇଯାଏ ।

ଫଳ ଏବଂ କ୍ଷୀରକୁ ମିଶାଇ ଖାଇବା ଦ୍ୱାରା ସାଇଡ ଇଫ୍କେଟ୍ସ ରହିଥାଏ । ଫଳ ଏବଂ କ୍ଷୀର ପ୍ରସ୍ତୁତ ହୋଇଥିବା ମିଲ୍କ ସେକରେ କ୍ୟାଲୋରୀ ମାତ୍ରା ଅଧିକ ଥାଏ । କ୍ୟାଲୋରୀ ମାତ୍ରା ଅଧିକ ଥିବାରୁ ଆପଣଙ୍କ ଓଜନ ବଢ଼ିପାରେ । ତେଣୁ ଆପଣ କ୍ଷୀର ଏବଂ ଫଳ ମିଶାଇ ଖାଇବା ଅଭ୍ୟାସକୁ ବଦଳାଇ ଏହାକୁ ଅଲଗା କରି ଖାଇ ପାରିବେ ।

 

KNews Bureau

Recent Posts

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

2 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

5 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

17 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

36 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

40 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

46 mins ago