ଜିଭ ରଙ୍ଗ କଳା ହୋଇଥିଲେ ସାଂଘାତିକ ରୋଗ ହେବାର ସମ୍ଭାବନା ରହିଥାଏ, ଜାଣନ୍ତୁ କିପରି ମୁକ୍ତି ପାଇବେ

ଜିଭରେ ହେଉଥିବା ପରିବର୍ତ୍ତନ ଆପଣଙ୍କ ଶରୀରରେ ହେଉଥିବା ସମସ୍ଯାର ସଙ୍କେତ ଦେଇଥାଏ । ଯଦି ଆପଣଙ୍କ ଜିଭ ଅଧିକ ଲାଲ୍ ତେବେ ଜାଣନ୍ତୁ ଆପଣଙ୍କ ପାଚନ ତନ୍ତ୍ର ଠିକ୍ ନାହିଁ । ସେହିପରି ଜିଭ କଳା ହୋଇଥିଲେ ଜାଣନ୍ତୁ ଆପଣଙ୍କ ଶରୀରରେ ରକ୍ତ ପର୍ଯ୍ଯାପ୍ତ ପରିମାଣରେ ନାହିଁ । ଏମିତି ବି କୁହାଯାଏ ଯେ ଏଥିପାଇଁ କ୍ୟାନସର ସମସ୍ୟା ମଧ୍ୟ ହୋଇପାରେ କିନ୍ତୁ ସେ ଯାହା ହେଉ ନା କାହିଁକି ଏଥିପାଇଁ ଆଗୁଆ ସତର୍କ ରହିଲେ ଆମ ପାଇଁ ଭଲ ।

ତେବେ ଏହାକୁ ନେଇ ଭୟ କରିବାର ଆବଶ୍ଯକତା ନାହିଁ । ଜିଭ କେବଳ ଭୋଜନର ସ୍ବାଦ ବତାଇ ନଥାଏ ବରଂ ଆମ ସ୍ବାସ୍ଥ୍ଯ ବିଷୟରେ ବିଷୟରେ ମଧ୍ୟ ଜଣାଇ ଥାଏ । କିଛି ଘରୋଇ ଉପାୟ ଆପଣେଇ ଏହି ସବୁ ସମସ୍ଯାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ :

ଅଦା : ଅଦାର ଛୋଟ ଖଣ୍ଡକୁ ନେଇ ଡାର୍କ ସ୍ପଟ୍ ଉପରେ କିଛି ସମୟ ପାଇଁ ଲଗାନ୍ତୁ । ଏପରି ନିୟମିତ କରନ୍ତୁ ଦେଖିବେ ଧୀରେ ଧୀରେ କଳା ଦାଗ ଦୂର ହୋଇଯିବ ।

ସପୁରୀ : ସପୁରୀ ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ଯ ପାଇଁ ମଧ୍ୟ ସେତିକି ଲାଭଦାୟକ । ସପୁରୀରେ ବ୍ରୋମଲେନ୍ ଏଞ୍ଜାଇମ୍ ଥାଏ ଯାହା ଆପଣଙ୍କ ଜିଭରେ ଥିବା କଳା ଦାଗକୁ ଦୂର କରିଥାଏ । ଏହା ସହ ଜିଭର ଡେଡ୍ ସ୍କିନ୍ ସେଲ୍ସରୁ ମଧ୍ୟ ମୁକ୍ତି ଦେଇଥାଏ । କିଛି ଦିନ ଲଗାତାର ସପୁରୀ ଖାଇଲେ ଦେଖିବେ ଜିଭରେ ଥିବା କଳା ଦାଗ ଦୂର ହୋଇଯିବ ।

pinapple
pc: eat this not that

ଲିମ୍ବ : ଆଗ କାଳରେ ଲିମ୍ବକୁ ହିଁ ସବୁ ସମସ୍ଯାର ସମାଧାନ ବୋଲି କୁହାଯାଉଥିଲା । ସମସ୍ତେ ଜାଣନ୍ତି ବ୍ଯାକ୍ଟେରିୟାଲ୍ ଇନଫେକ୍ସନକୁ ଦୂର କରିବାର ପ୍ରାକୃତିକ ଉପାୟ ହେଉଛି ଲିମ୍ବ । ସେଥିପାଇଁ କିଛି ଲିମ୍ବ ପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ । ପରେ ଏହି ପାଣିକୁ ଟିକେ ଥଣ୍ଡା ପରେ କୁଳି କରନ୍ତୁ ।

ଘି କୁଆଁରୀ : ଘି କୁଆଁରୀକୁ ଅନେକ ରୋଗ ପାଇଁ ବ୍ଯବହାର କରାଯାଏ । ଏହା ସହ ତ୍ବଚା ପାଇଁ ମଧ୍ୟ ଖୁବ୍ ଲାଭ ଦାୟକ ହୋଇଥାଏ । ଜିଭରୁ ଦାଗ ଦୂର କରିବା ପାଇଁ ଘି କୁଆଁରୀ ଜେଲକୁ ସ୍ପଟରେ ଲଗାନ୍ତୁ କିମ୍ବା ଘି କୁଆଁରୀ ଜୁସ୍ ପିଅନ୍ତୁ ।

ଡାଳଚିନି ଏବଂ ଲବଙ୍ଗ : ଘରେ ବ୍ଯବହାର କରାଯାଉଥିବା ଡାଳଚିନି ଆଉ ଲବଙ୍ଗ ଖୁବ୍ ଲାଭଦାୟକ । କିଛି ଡାଳଚିନି ଏବଂ ଲବଙ୍ଗକୁ ନେଇ ପାଣିରେ ଫୁଟାନ୍ତୁ । ପରେ ଏହି ପାଣିକୁ ଥଣ୍ଡା କରି କୁଳି କରନ୍ତୁ । ନିୟମିତ ଏପରି କଲେ ଆପଣଙ୍କ ଜିଭରେ ପଡିଥିବା ଦାଗ ଧୀରେ ଧୀରେ ଦୂର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.