ମାତ୍ର ୭ ଦିନରେ ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିପାରେ ପଣସ ଅଟା, ରିସର୍ଚ୍ଚରୁ ହେଲା ଖୁଲାସା

ଗତ ଦୁଇ ବର୍ଷ ଭିତରେ ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଅନେକ ସଂଖ୍ୟାରେ ବଢିଥିବା ଦେଖାଦେଇଛି । ବିଶେଷ କରି ଦକ୍ଷିଣ ଭାରତରେ ଏହି ସଂଖ୍ୟା ବଢିଥିଵା ଲକ୍ଷ କରାଯାଇଛି । ଆଶ୍ଚର୍ଯ୍ୟର କଥା ଖାଲି ବୟସ୍କ ବ୍ୟକ୍ତି ନୁହନ୍ତି ଛୋଟ ଛୋଟ ପିଲା ମାନେ ବି ଏବେ ମଧୁମେହରେ ଆକ୍ରାନ୍ତ ହେଉଥିବା ନେଇ ଅନେକ ନଜିର ରହିଛି । ବ୍ଲଡ଼ ସୁଗାର ଲେବଲ ବଢିବା ଯୋଗୁଁ ଅନେକ ଅସୁବିଧାର ସାମ୍ନା ହେବାକୁ ପଡୁଛି । ତେଣୁ ଡାଇବେଟିସ ରୋଗୀ ନିଜ ଖାଦ୍ୟ ପେୟ ପ୍ରତି ଅଧିକ ସତର୍କ ରହିବା ଜରୁରୀ । ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶର ଏକ ଏକ୍ସପର୍ଟ ଟିମ ରିସର୍ଚରୁ ଜାଣିବାକୁ ପାଇଛନ୍ତିକି ବ୍ଲଡ଼ ସୁଗାର ଲେବଲ କଣ୍ଟ୍ରୋଲ କରିବାରେ ପଣସ ବେଶ ଲାଭକାରୀ ହୋଇଥାଏ । କଞ୍ଚା ଥିବା ସମୟରେ ଏହାକୁ ପରିବା ଭାବରେ ଆଉ ପାଚିବା ପରେ ଫଳ ଭାବରେ ବ୍ୟବହାର କରାଯାଏ ।

jack fruit

ଏକ ଅନ୍ତରାଷ୍ଟ୍ରୀୟ ପତ୍ରିକା “ନେଚର”ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁସାରେ ପଣସ ଖୁବ ପ୍ରଭାବୀ ଭାବରେ ଡାଇବେଟିସକୁ କଣ୍ଟ୍ରୋଲ କରିଥାଏ । ଏହା ଉପରେ ରିସର୍ଚ୍ଚ କରୁଥିବା ଏକ ଡାକ୍ତର ଟିମଙ୍କ ଅନୁଯାୟୀ ମଧୁମେହ ରୋଗୀଙ୍କ ଠାରେ ପଣସ ଖୁବ ଉପକାରୀ ବୋଲି ପ୍ରମାଣିତ ହୋଇଛି । ଖାଲି ସେତିକି ନୁହେଁ ପଣସରୁ ପ୍ରସ୍ତୁତ ଅଟା ମାତ୍ର ୭ ଦିନ ଭିତରେ ବ୍ଲଡରେ ଗ୍ଲୁକୋଜର ମାତ୍ରାକୁ କମେଇ ଦେଇଥାଏ | ଏକ ସମ୍ବାଦ ପତ୍ରକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତିକି ଟାଇପ-2 ଡାଇବେଟିସରେ ଆକ୍ରାନ୍ତ ୪୦  ଜଣ ରୋଗୀଙ୍କୁ ନେଇ ଏକ ସର୍ଭେ କରିଥିଲେ । ଏନେଇ କିଛି ଦିନ ପାଇଁ ସେମାନଙ୍କ ଖାଦ୍ୟରେ ଚାଉଳ କିମ୍ବା ଗହମ ଅଟା ବଦଳରେ ପଣସ ଅଟା ମାତ୍ରା ବଢ଼ାଇ ଦିଆଯାଇଥିଲା ।

ତିନି ମାସ ଯାଏଁ ପ୍ରତିଦିନ ୩୦ ଗ୍ରାମ ଲେଖାଏଁ ପଣସ ଅଟା ସେମାନଙ୍କୁ ବିଭିନ୍ନ ଖାଦ୍ୟରେ ମିଶାଇ ଦିଆଯାଇଥିଲା । ଆଉ ତିନି ମାସ ପୁରା ହେବା ପରେ ସେମାନଙ୍କ ଫାଷ୍ଟିଙ୍ଗ ବ୍ଲଡ଼ ସୁଗାର, ପୋଷ୍ଟଫୁଡ ବ୍ଲଡ଼ ଗ୍ଲୁକୋଜ ସମେତ ଅନ୍ୟାନ କ୍ଷେତ୍ରରେ ଗ୍ଲୁକୋଜ ଲେବଲ କମିଥିବା ନେଇ ଲକ୍ଷ କରାଯାଇଛି । ଏହାସହ ଏମାନଙ୍କ ଓଜନ ବି ହ୍ରାସ ହୋଇଥିବା ନେଇ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ପଶ୍ଚିମୀ ଦେଶ ତୁଳନାରେ ଭାରତୀୟଙ୍କ ମଧୁମେହର କିଛିଟା ଭିନ୍ନତା ଦେଖିବାକୁ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.