ଗୁଡ଼ ଖାଇବା ଦ୍ୱାରା ଦୂର ହୁଏ ଥକ୍କାପଣ ଓ ଦୁର୍ବଳତା, ମଧୁମେହ ରୋଗୀ ମଧ୍ୟ ଖାଇପାରିବେ

ଗୁଡ଼କୁ ଶରୀର ପାଇଁ ଖୁବ ଲାଭଦାୟକ କୁହାଯାଇଥାଏ। ଯଦି ଆପଣଙ୍କୁ ମିଠା ଖାଇବା ପସନ୍ଦ ତେବେ ନିଜ ଡ଼ାଏଟ ନିଶ୍ଚିତ ସାମିଲ କରନ୍ତୁ ଗୁଡ଼। ଏହାକୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ। କାରଣ ଏଥିରେ ଥିବା ଅନରିଫାଇଣ୍ଡ ନେଚୁରାଲ ସୁଗାର ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇନଥାଏ।

ଆୟୁବେର୍ଦରେ ଗୁଡକୁ ବହୁତ ଗୁଣକାରୀ କୁହାଯାଇଥାଏ।। ଗୁଡ ଖାଇବା ଦ୍ୱାରା ଶରୀରରେ ହେଉଥିବା ଅନେକ ରୋଗ ଭଲ ହୋଇପାରେ।ଆୟୁବେର୍ଦ ଅନୁଯାୟୀ, ଖାଇବା ପରେ ଗୁଡ଼ ଖାଇବା ଦ୍ବାରା ଖାଦ୍ୟ ଭଲ ଭାବେ ପାଚନ ହେବା ସହ ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଆସନ୍ତୁ ଜାଣିବା ଗୁଡ଼ ଦ୍ବାରା କଣ ମିଳେ ଶରୀରରକୁ ଫାଇଦା:-

swasthya
pc: hungrito

-ଶର୍କରାରୁ ବଞ୍ଚିବା ପାଇଁ ଗୁଡ ସେବନ କରିବା ବେଶ୍ ଫାଇଦା ଦେଇଥାଏ। ଏହା ସର୍କରାକୁ ଗ୍ଲୁକୋଜରେ ପରିବର୍ତ୍ତନ କରିଦିଏ।

-ଗୁଡରେ କ୍ୟାଲସିଅମ ରହିଥାଏ। ଯାହା ହାଡକୁ ମଜବୁତ କରିଥାଏ। ଗଣ୍ଠି ଦରଜ ଦୂର କରିବାରେ ଗୁଡ ସହାୟକ ହୋଇଥାଏ।

-ଗୁଡ଼ର ସେବନ ଦ୍ବାରା ପେଟ ସମ୍ବନ୍ଧୀୟ ବିଭିନ୍ନ ରୋଗ ଦୂର ହୋଇଥାଏ। ଗ୍ୟାସ, ଏସିଡ଼ିଟି ଏବଂ ପାଚନ ପାଇଁ ଏହା ରାମବାଣ ଭଳି। ଏହାଛଡ଼ା ଗୁଡ଼କୁ ଲୁଣ ଏବଂ କଳାଲୁଣ ସହ ମିଶାଇ ଖାଇବା ଦ୍ବାରା ଆମ୍ବିଳା ହାକୁଟି ହୋଇନଥାଏ। ଏଥିସହ ଖାଇବା ପରେ ଗୁଡ଼ର ସେବନ ପାଚନକ୍ରିୟାକୁ ସକ୍ରିୟ କରିଥାଏ।

jaggery
pc: swasthi’s recipes

-ଗୁଡ଼ର ସେବନ ଦ୍ବାରା ଶରୀରରେ ଉତାପ ଯାତ ହୋଇଥାଏ। ଯାହା ଥଣ୍ଡା ଏବଂ କାଶ ପାଇଁ ବହୁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଗୋଲମରିଚ ଏବଂ ଅଦା ସହ ଗୁଡ଼କୁ ମିଶାଇ ଖାଇବା ଦ୍ବାରା ଥଣ୍ଡା, କାଶ , ଗଳା ସମ୍ବନ୍ଧୀୟ ରୋଗ ଏବଂ ତଣ୍ଟି ଜଳାଇବା ଆଦି ସମସ୍ୟା ଦୂର ହୋଇଥାଏ।

-ଗୁଡ ଖାଇବା ଦ୍ୱାରା ଥକ୍କାପଣ ଏବଂ ଦୁର୍ବଳତା ଦୂର ହୋଇଥାଏ। ଏହା ଶରୀରକୁ ପୋଷକ ତତ୍ତ୍ୱକୁ ମଧ୍ୟ ପୂରଣ କରିଥାଏ।

health
pc: india.com

-ଖାଦ୍ୟ ଖାଇବା ପରେ ଗୁଡ ଖାଇଲେ ଖାଦ୍ୟ ଖୁବଶୀଘ୍ର ହଜମ ହୋଇଯାଏ। ପାଚନକ୍ରିୟା ଠିକ୍‌ ରହିଥାଏ।

-ଗୁଡ଼ ଦ୍ବାରା ଆଖି ଜନିତ ସମସ୍ୟା ଦୂର ହେବା ସହ, ଏହା ସହ ତ୍ବଚାରୁ ହାନିକାରିକ ଟକ୍ସିସ୍ ବାହାରି ଯାଇଥାଏ। ଏଥିସହ ସ୍ବାସ୍ଥ୍ୟା ସମନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।

-ଯେଉଁ ଲୋକଙ୍କୁ ନାକ ଜନିତ ସଂକ୍ରମଣ ରୋଗ ହୋଇଥାଏ ତାଙ୍କୁ ସକାଳୁ ଛିଙ୍କ ଏବଂ ନାକ କୁଣ୍ଡାଇ ହେବା ଆଦି ଅସୁବିଧା ହୋଇଥାଏ। ଏହାକୁ ଠିକ୍ କରିବା ପାଇଁ ଖାଲି ପେଟରେ ଏକ ଚାମଚ ଗୁଡ଼ୁଚିମାରିକୁ ଦୁଇ ଚାମଚ ଅଁଳା ରସରେ ମିଶାଇ ଗୁଡ଼ ସହ ସେବନ କରନ୍ତୁ।

– ଯୁବତୀମାନଙ୍କୁ ମାସିକ ଧର୍ମରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଗୁଡ। ଏଥିରେ ଅନେକ ଭିଟାମିନ ଏବଂ ମିନେରାଲ ରହିଥାଏ।

-ଗୁଡ ଖାଇବା ଦ୍ୱାରା ଶରୀରରୁ ଭିଟାମିନର ଅଭାବ ଦୂର କରାଯାଏ। ଏହାଛଡା ଆଳସ୍ୟ ଏବଂ ଥକ୍କାପଣ ସମସ୍ୟା ଦୂର କରିବା ପାଇଁ ଗୁଡ ଖାଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.